ଭୁବନେଶ୍ୱର: ଭାରତ ପାଇଁ ଗର୍ବ ଆଣିଲେ ଓଡ଼ିଶା ଖେଳାଳି । ପେରୁର ଲିମା ଠାରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟ ଲିପ୍ଟିଂ ଚମ୍ପିଆନସିପରେ ଓଡ଼ିଆ ଝିଅ କମାଲ କରିଛନ୍ତି । ଓଡ଼ିଆ ଝିଅ ପ୍ରୀତିସ୍ମିତା ଭୋଇ ମହିଳା 40 କିଲୋଗ୍ରାମ ୱେଟ ଲିଫ୍ଟଟିଙ୍ଗ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜୋସ୍ନା ଶବର ରୌପ୍ୟ ପଦକ ପାଇଛନ୍ତି ।
40 କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି 16 ବର୍ଷୀୟା ପ୍ରୀତିସ୍ମିତା ଭୋଇ ମୋଟ 133 କେଜି ( ସ୍ନାଚରେ 57 କେଜି + 76 କେଜି)ର ପ୍ରୟାସ କରି ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିସହ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । ପୂର୍ବରୁ ଏହି ଓଜନ ବର୍ଗରେ ବିଶ୍ୱ ରେକର୍ଡ ୭୫ କିଲୋ ରହିଥିଲା । ଜ୍ୟୋସ୍ନା ଶାବର ମଧ୍ୟ 125 କେଜି (56 କେଜି + 69 କେଜି) ପ୍ରଦର୍ଶନ କରି ରୋପ୍ୟ ପଦକ ସହିତ ଶେଷ କରିଥିଲେ ।
![IWF world youth championships](https://etvbharatimages.akamaized.net/etvbharat/prod-images/24-05-2024/od-bbsr-01-avb-iwfworldyouthweightlifting_24052024130945_2405f_1716536385_255.jpg)
ଏହାମଧ୍ୟ ପଢନ୍ତୁ.. ଶାହଙ୍କ ଖୁଲାସା, ଟିମ୍ ଇଣ୍ଡିଆ ହେଡ୍ କୋଚ ହେବେନି ଅଷ୍ଟ୍ରେଲିଆ ଖେଳାଳି - BCCI
ଉଲ୍ଲେଖଯୋଗ୍ୟ, ରାଜ୍ୟରେ 40ରୁ ଅଧିକ ତୃଣମୂଳ ସ୍ତରର ଭାରୋତ୍ତୋଳନ କେନ୍ଦ୍ରର ଏକ ନେଟୱାର୍କ ଦ୍ୱାରା HPC ସପ୍ଲିମେଣ୍ଟ ହୋଇଛି । ଯାହା ବର୍ତ୍ତମାନ 500ରୁ ଅଧିକ ଆଥଲେଟଙ୍କୁ ପ୍ରଶିକ୍ଷଣ ଦେଉଛି । ଓଡିଶାରେ ଦକ୍ଷ ଭାରୋତ୍ତୋଳନକାରୀଙ୍କ ପ୍ରତିପୋଷଣ ତଥା ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି |
ବାଳିକାମାନଙ୍କ ସଫଳତା ବିଷୟରେ ପୂର୍ବତନ ଅଲିମ୍ପିଆନ୍ ତଥା ଭାରୋତ୍ତୋଳନ ଏଚପିସିର ମୁଖ୍ୟ ପ୍ରଶିକ୍ଷକ କେ ରବି କୁମାର କହିଛନ୍ତି, "ଓଡିଶା ପାଇଁ ଏହା ଏକ ଐତିହାସିକ ଦିନ । ଆମେ ଆମର ଉଭୟ ଆଥଲେଟ୍ ପାଇଁ ବହୁତ ଗର୍ବିତ । ପ୍ରୀତିସ୍ମିତା ଗତ କିଛି ମାସ ମଧ୍ୟରେ ବହୁତ କଠିନ ତାଲିମ ନେଉଥିଲେ ଏବଂ ଜ୍ୟୋସ୍ନା ପାଦ ଅସ୍ତ୍ରୋପଚାରରୁ ଫେରି ଆସୁଛନ୍ତି । ଆମେ ଭାବୁଥିଲୁ ଆମେ ପଦକ ପାଇପାରିବା, କିନ୍ତୁ ଆମର ଖେଳାଳି ଏତେ ଭଲ କରିବେ ବୋଲି ଆମେ ଆଶା କରିନଥିଲୁ । ଏହି ସଫଳତା ଓଡିଶାରେ ଭାରୋତ୍ତୋଳନର ଦ୍ରୁତ ଅଭିବୃଦ୍ଧିର ପ୍ରମାଣ ।
ଇଟିଭି ଭାରତ, ଭୁବନେଶ୍ୱର