ETV Bharat / sports

ପଏଣ୍ଟ ଟେବୁଲରେ ଖାତା ଖୋଲିଲା ହାଇଦ୍ରାବାଦ, 31 ରନରେ ହାରିଲା ମୁମ୍ବାଇ - IPL 2024

IPL 2024: ହାଇଦ୍ରାବାଦ ଓ ମୁମ୍ବାଇ ମ୍ୟାଚରେ ଛକା ଚୌକାର ବର୍ଷା । SRH ଠାରୁ 31 ରନରେ ହାରିଲା ମୁମ୍ବାଇ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 28, 2024, 7:33 AM IST

IPL 2024
IPL 2024

ହାଇଦ୍ରାବାଦ: ଆଇପିଏଲର ସିଜିନ 17ର ଅଷ୍ଟମ ମୁକାବିଲାରେ ଛକା ଚୌକାର ବର୍ଷା । ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଗୋଟିଏ ମ୍ୟାଚରେ ରେକର୍ଡ ପରେ ରେକର୍ଡ ହୋଇଛି । ପରୁଷ ଟି 20ରେ ସର୍ବାଧିକ ସ୍କୋର ସହ ଆଇପିଏଲରେ ସର୍ବାଧିକ ଛକା ମଧ୍ୟ ହୋଇଛି । ହାଇଦ୍ରାବାଦର ଟିମ ବିସ୍ଫୋରକ ବ୍ୟାଟିଂ ବଳରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ବୋଲରଙ୍କୁ ଧୂଳି ଚଟାଇଲେ ଏସଆରଏଚ ବ୍ୟାଟର । ଘରୋଇ ମାଟିରେ ମୁମ୍ବାଇକୁ 31 ରନରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଖାତା ଖୋଲିଛି ହାଇଦ୍ରାବାଦ । ହେନେରିକ କ୍ଲାସେନ ଅଭିଶେଖ ଶର୍ମା ଓ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଛନ୍ତି । କ୍ରମାଗତ ପରାଜିତ ହୋଇ ଫ୍ୟାନ୍ସଙ୍କୁ ନିରାଶ କରିଛି ଏମଆଇ ।

ପୁରୁଷ ଟି 20ର ଗୋଟିଏ ମ୍ୟାଚରେ ସର୍ବାଧିକ ରନ: ବୁଧବାର ସନ୍ଧ୍ୟା 7ଟା 30ରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ବୋଧ ହୁଏ ଏପରି ମ୍ୟାଚ ଆଇପିଏଲ ଇତିହାସରେ କେହି କେବେ ଏପରି ମ୍ୟାଚ ଦେଖିନଥିଲେ । ସର୍ବାଧିକ ଛକା ସହ ସର୍ବାଧିକ ରନ ଏହି ମ୍ୟାଚରେ ହୋଇଛି । ଯାହା ପୁରୁଷ ଟି 20ରେ ବିଶ୍ବ ରେକର୍ଡ ହୋଇଛି । ପ୍ରଥମେ ହାଇଦ୍ରାବାଦ ବ୍ୟାଟିଂ କରି 3 ଓ୍ବିକେଟ ହରାଇ 277 ରନ କରିଥିଲା । ଯାହା ଆଇପିଏଲରେ ସର୍ବାଧିକ ସ୍କୋର ବୋଲି କୁହାଯାଉଛି । ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 5 ଓ୍ବିକେଟ ହରାଇ 246 ରନ କରିଥିଲା । ଗୋଟିଏ ମ୍ୟାଚରେ ମୋଟ ସ୍କୋର 523 ହୋଇଥିଲା । ଯାହା ବିଶ୍ବରେ ଖେଳାଯାଇଥିବା ପୁରୁଷ ଟି 20 ମ୍ୟାଚରେ ସର୍ବାଧିକ ସ୍କୋର ।

ଗୋଟିଏ ମ୍ୟାଚରେ ସର୍ବାଧିକ ଛକା: ଏହି ମ୍ୟାଚରେ ସର୍ବାଧିକ ଛକା ବର୍ଷା ମଧ୍ୟ ହୋଇଥିଲା । ଗୋଟିଏ ମ୍ୟାଚରେ 38ଟି ଛକା ହୋଇଥିଲା । ପୂର୍ବରୁ ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ 2018 ମସିହାରେ ହୋଇଥିବା ସିଜିନରେ 33 ଛକା ହୋଇଥିଲା । 2020ରେ ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ସର୍ବାଧିକ 33ଟି ଛକା ହୋଇଥିଲା । ପୁଣି 2023ରେ ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ ହୋଇଥିବା ଏକ ମ୍ୟାଚରେ 33ଟି ଛକା ହୋଇଥିଲା । କିନ୍ତୁ ଚଳିତ ସିଜିନରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ରେକର୍ଡ ହାଇଦ୍ରାବାଦ ଓ ମୁମ୍ବାଇ ମ୍ୟାଚରେ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ସର୍ବାଧିକ ସ୍କୋର, ୨୭୭ ରନ୍‌ କରି ରେକର୍ଡ କଲା ସନରାଇଜର୍ସ - IPL2024

ମୁମ୍ବାଇ ବୋଲରଙ୍କୁ ଧୂଳି ଚଟାଇଲେ ଏସଆରଏଚ ବ୍ୟାଟର: ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଆଉ ଏହା ପରେ ଆରମ୍ଭ ହୋଇଥିଲା ରନ ବର୍ଷା । ମୁମ୍ବାଇ ବୋଲରଙ୍କ ବଲକୁ ଲମ୍ବା ସଟ ଖେଳିଥିଲେ ହାଇଦ୍ରାବାଦ ବ୍ୟାଟର । ଖାଲି ଛକା ଓ ଚୌକାର ମାଡ ହୋଇଥିଲା । ଆରମ୍ଭରୁ ରନ ବର୍ଷା କରିଥିଲେ ଟ୍ରେଭିସ ଓ ଅଭିଶେଖ । ମାତ୍ର 18ଟି ବଲରୁ ଟ୍ରେଭିସ ଅର୍ଦ୍ଧଶତକ (62) ହାସଲ କରିଥିବା ବେଳେ 16 ଟି ବଲରେ ଅର୍ଦ୍ଧଶତକ (63) କରିଥିଲେ ଅଭିଶେଖ । ସେହିପରି କ୍ଲାସେନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି 80 ରନ କରିଥିଲେ । ସେ 4ଟି ଚୌକା ସହ 7ଟି ଛକା ମାରିଥିଲେ । ମାରକ୍ରମ ମଧ୍ୟ 42 ରନ କରିଥିଲେ । ବୁମରାଙ୍କ ଘାତକ ବୋଲି ଓ ପାଣ୍ଡ୍ୟାଙ୍କ ରଣନୀତି କୌଣସି ଫରକ ପକାଇନଥିଲା ହାଇଦ୍ରାବାଦ ବ୍ୟାଟରଙ୍କୁ ।

ମୁମ୍ବାଇର କ୍ରମାଗତ ପରାଜୟ: 20 ଓଭରରେ 3 ଓ୍ବିକେଟ ହରାଇ 277 ରନ କରିଥିଲା ଏଚଆରଏଚ । ଏହାପରେ 278 ରନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଏତେ ବଡ ସ୍କୋର ପାଖରେ ପହଞ୍ଚିବା ଦଳ ପାଇଁ କାଠିକର ପାଠ ହୋଇଥିଲା । ପ୍ୟାଟ କିମନ୍ସଙ୍କ ଘାତକ ବୋଲିଂ ଆଗରେ ଚାଲି ପାରିନଥିଲା ମୁମ୍ବାଇ ବ୍ୟାଟରଙ୍କ ବ୍ୟାଟ । ତିଳକ ବର୍ମା ସର୍ବାଧିକ 64 ରନ କରିଥିଲେ । ଏଥିରେ 6ଟି ଛକା ଓ 2 ଚୋକା ସାମିଲ ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ରୋହିତ 26, କିଷନ 34, ଡେଭିଡ 42 ରନ କରିଥିଲେ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 246 ରନ କରିବାରେ ସକ୍ଷମ ହୋଇଥିଲା । ଚଳିତ ସିଜିନରେ ଏହା ମୁମ୍ବାଇର ଦ୍ବିତୀୟ ପରାଜୟ । ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ପାଣ୍ଡ୍ୟା ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.