ETV Bharat / sports

ଚିନ୍ନାସ୍ବାମୀରେ ହାଇଦ୍ରାବାଦ ବ୍ୟାଟରଙ୍କ ଆତଙ୍କ, 25 ରନରେ ହାରିଲା RCB - IPL 2024

author img

By ETV Bharat Odisha Team

Published : Apr 16, 2024, 7:27 AM IST

Updated : Apr 16, 2024, 9:25 AM IST

IPL 2024: ଆଇପିଏଲର 30ତମ ମ୍ୟାଚରେ ହାଇଦ୍ରାବାଦର ଦମଦାର ବିଜୟ । ନିଜ ରେକର୍ଡ ନିଜେ ଭାଙ୍ଗି ସର୍ବାଧିକ ରନ କଲା ଏସଆରଏଚ । 25 ରନରେ ପରାଜିତ ହୋଇ ପୁଣି ଫ୍ୟାନ୍ସଙ୍କୁ ନିରାଶ କଲା ଆରସିବି । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ଚିନ୍ନାସ୍ବାମୀ ଷ୍ଟାଡିୟମରେ ରନ ବର୍ଷା । ଛକା ଚୌକା ମାଡ ସହ ରେକର୍ଡ ପରେ ରେକର୍ଡ । ବିସ୍ଫୋରକ ବ୍ୟାଟିଂ କରି ପୁଣି ଆତଙ୍କ ଖେଳାଇଲେ ହାଇଦ୍ରାବାଦ ବ୍ୟାଟର । ଗୋଟିଏ ମ୍ୟାଚରେ ସର୍ବାଧିକ ରନ କରି ନିଜ ରେକର୍ଡ ଭାଙ୍ଗିଲା ଏସଆରଏଚ । ଆଇପିଏଲର 30ତମ ମ୍ୟାଚରେ ହାଇଦ୍ରାବାଦର ଦମଦାର ବିଜୟ । 25 ରନରେ ଘରୋଇ ମାଟିରେ ବେଙ୍ଗାଲୁରୁକୁ ହରାଇଲା ଏସଆରଏଚ । ଆଇପିଏଲରେ ଚତୁର୍ଥ ଦ୍ରୁତତମ ଶତକ ହାସଲ କଲେ ଟ୍ରାଭିସ ହେଡ । 39 ବଲରେ ସେ ଶତକ ହାସଲ କରିଛନ୍ତି । ମୋଟ 41ଟି ବଲ ଖେଳି 102 ରନ କରିଥିଲେ ଟ୍ରଭିସ । ଦିନେଶ କାର୍ତ୍ତିକ ଓ ଡୁପ୍ଲେସିଙ୍କ ଲଢୁଆ ପ୍ରଦର୍ଶନ ପରେ ବି ଆରସିବିକୁ ସପ୍ତମ ମ୍ୟାଚରେ ପରାଜୟ ହେବାକୁ ପଡିଛି । ପୁଣି ନିରାଶ ହୋଇଛନ୍ତି ଫ୍ୟାନ୍ସ ।

ସୋମବାର ସନ୍ଧ୍ୟା 7ଟା 30ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ ରାଇଜର୍ସ ହାଇଦ୍ରାବାଦ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆରସିବି । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ । 20 ଓଭରରେ ଦଳ ମାତ୍ର 3 ଓ୍ବିକେଟ ହରାଇ 287 ରନ କରିଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଓପନିଂ ଯୋଡି । ଅଭିଶେଖ 34 ରନ କରି ଆଉଟ ହୋଇଥିବା ବେଳେ ହେଡଙ୍କୁ କିନ୍ତୁ ଅଟକାଇବା ସହଜ ହୋଇନଥିଲା ଆରସିବି ବୋଲରଙ୍କ ପାଇଁ । ଲମ୍ବା ଲମ୍ବା ଛକା ମାରି ବୋଲରଙ୍କୁ ପାଣି ପିଆଇଥିଲେ ହେଡ । 41 ବଲରେ 102 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲାସେନ ମଧ୍ୟ ପୂର୍ବ ପ୍ରଦର୍ଶନ ଜାରି ରଖି 67 ରନ କରିଥିଲେ । ମାରକ୍ରମ ଅପରାଜିତ 32, ସମଦ ଅପରାଜିତ 37 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ସର୍ବାଧିକ ସ୍କୋର, ୨୭୭ ରନ୍‌ କରି ରେକର୍ଡ କଲା ସନରାଇଜର୍ସ - IPL2024

ନିଜ ରେକର୍ଡ ନିଜେ ଭାଙ୍ଗିଲା ହାଇଦ୍ରାବାଦ: ଆଇପିଏଲର 30ତମ ମ୍ୟାଚରେ ନିଜ ରେକର୍ଡ ନିଜେ ଭାଙ୍ଗିଛି ହାଇଦ୍ରାବାଦ । ଆରସିବି ବିପକ୍ଷ ମ୍ୟାଚରେ 20 ଓଭରରେ ଦଳ ମାତ୍ର 3 ଓ୍ବିକେଟ ହରାଇ 287 ରନ କରିଥିଲା । ଯାହା ଆଇପିଏଲ ଇତିହାସରେ ସର୍ବାଧିକ । ଏହା ପୂର୍ବରୁ ମୁମ୍ବାଇ ବିପକ୍ଷ ମ୍ୟାଚରେ ଦଳ 277 ରନ କରି ଆଇପିଏଲରେ ସର୍ବାଧିକ ସ୍କୋର କରିଥିଲା । ଚଳିତ ସିଜିନରେ ବିଶାଖାପାଟଣାରେ କୋଲକାତା ଦିଲ୍ଲୀ ବିପକ୍ଷ ମ୍ୟାଚରେ କୋଲକାତା 272 ରନ କରିଥିଲା ।

288 ରନରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆରସିବି । କିନ୍ତୁ ବିପକ୍ଷ ଦଳର ଘାତକ ବୋଲିଂରେ ଚାଲିନଥିଲା ବେଙ୍ଗାଲୁରୁ ବ୍ୟାଟରଙ୍କ ବ୍ୟାଟ । ଦଳୀୟ ସ୍କୋର 80 ରନ ପର୍ଯ୍ୟନ୍ତ ଭଲ ସ୍ଥିତିରେ ଥିଲା ଦଳ । କିନ୍ତୁ ବିରୋଟ କୋହଲି ଆଉଟ ହେବା ପରେ ରନ ସଂଗ୍ରହ ଧିମେଇଥିଲା । ତଥାପି ଲଢୁଆ ପ୍ରଦର୍ଶନ ଜାରି ରଖିଥିଲା ଆରସିବି । ଦଳ 20 ଓଭରରେ 7 ଓ୍ବିକେଟ ହରାଇ 262 ରନ କରିଥିଲା । ଡୁପ୍ଲେସି 62 ରନ କରିଥିବା ବେଳେ ଦିନେଶ କାର୍ତ୍ତି ଲଢୁଆ ବ୍ୟାଟିଂ କରି 83 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର 30 ରନ କରିବାକୁ ସକ୍ଷମ ହୋଇନଥିଲେ । ପ୍ୟାଟ କମିନ୍ସ 3ଟି ଓ୍ବିକେଟ ନେଇଥିଲେ ।

Last Updated : Apr 16, 2024, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.