ETV Bharat / sports

IPLରେ ଆଜି ଦିଲ୍ଲୀ-ରାଜସ୍ଥାନ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଋଷଭ ବାହିନୀ - IPL 2024

author img

By ETV Bharat Odisha Team

Published : Mar 28, 2024, 2:18 PM IST

IPL 2024: ଆଇପିଏଲରେ ଆଜି ରାଜସ୍ଥାନ ଓ ଦିଲ୍ଲୀ ମଧ୍ୟରେ ହେବ ଫାଇଟ । ପ୍ରଥମ ବିଜୟ ପାଇଁ ବ୍ୟାକୁଳ ଋଷଭ ବାହିନୀ । ଦ୍ବିତୀୟ ବିଜୟ ହାସଲ ଲକ୍ଷ୍ୟରେ ଟିମ୍ ସାମସନ । ରାଜସ୍ଥାନ ସୱାଇ ମାନସିଂହ ଷ୍ଟାଡିୟମରେ ହେବାକୁ ଥିବା ଏହି ହାଇ ଭୋଲଟେଜ ମ୍ୟାଚରେ କିଏ ମାରିବ ବାଜି ?

IPL 2024
IPL 2024

ଜୟପୁର: ଆଇପିଏଲ ସିଜିନ 17ରେ ଆଜି ରହିଛି ନବମ ମୁକାବିଲା । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଚଳିତ ସିଜିନିରେ ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ଦୁଇ ଦଳ । ପ୍ରଥମ ବିଜୟ ହାସଲ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି ସଞ୍ଜୁ ସାମସନଙ୍କ ବାହିନୀ । ଏହି ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିୟମରେ ଆଜି ସନ୍ଧ୍ୟା 7ଟା 30ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ପାଇଁ ଦୁଇ ଦଳ ଉତ୍ସାହିତ ଅଛନ୍ତି । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ରାଜସ୍ଥାନ ଖେଳାଳିଙ୍କ ମୋନବଳ ଦୃଢ ରହିଛି । ପୂର୍ବ ପ୍ରଦର୍ଶନ ଜାରି ରଖିବାକୁ ଦଳ ଆଶାବାଦୀ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବାକୁ ବ୍ୟାକୁଳ ରହିଛି । ତେଣୁ ପୂର୍ବ ଭୁଲକୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବା ବୋଲି ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ-ପଏଣ୍ଟ ଟେବୁଲରେ ଖାତା ଖୋଲିଲା ହାଇଦ୍ରାବାଦ, 31 ରନରେ ହାରିଲା ମୁମ୍ବାଇ - IPL 2024

ମାର୍ଚ୍ଚ 23 ତାରିଖରେ ଦିଲ୍ଲୀ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । 4 ଓ୍ବିକେଟରେ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା ଦିଲ୍ଲୀ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । 20 ଓଭରରେ 9 ଓ୍ବିକେଟ ହରାଇ 174 ରନ କରିଥିଲା ଦଳ । ଜବାବରେ ପଞ୍ଜାବ 6 ଓ୍ବିକେଟ ହରାଇ 177 ରନ କରି ବିଜୟୀ ହୋଇଥିଲା । ସୁସ୍ଥ ହୋଇ ଫେରିଥିବା ଟିମର ଅଧିନାୟକ ଋଷଭ ପନ୍ତ ଭଲ ଖେଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ତାଙ୍କ ବ୍ୟାଟରୁ ଭଲ ରନ ଆସିନଥିଲା । କିନ୍ତୁ ସେ ପୁଣି ଥରେ କ୍ରିକେଟ ଖେଳିପାରୁଥିବାରୁ ବେଶ ଖୁସି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ 33, ଅଭିଶେଖ 32 ରନ କରିଥିଲେ ।

ମାର୍ଚ୍ଚ 24 ତାରିଖରେ ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । 20 ଓଭରରେ ଦଳ 4 ଓ୍ବିକେଟ ହରାଇ 193 ରନ କରିଥିଲା । ଜବାବରେ ଲକ୍ଷ୍ନୌ 6 ଓ୍ବିକେଟ ହରାଇ ମାତ୍ର 173 ରନ କରିଥିଲା । ଶେଷରେ 20 ରନରେ ଆଇପିଏଲରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ରାଜସ୍ଥାନ । ଅଧିନାୟକ ସଞ୍ଜୁ ସାମସନ ଲଢୁଆ ବ୍ୟାଟିଂ କରି 82 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.