ETV Bharat / sports

ବେୟାରଷ୍ଟୋ- ଶଶାଙ୍କଙ୍କ ବିସ୍ଫୋରକ ବ୍ୟାଟିଂ, T-20 ଇତିହାସରେ ସର୍ବାଧିକ ରନ ଚେଜ୍ କଲା ପଞ୍ଜାବ - IPL 2024

author img

By ETV Bharat Odisha Team

Published : Apr 27, 2024, 7:54 AM IST

IPL 2024: ପଞ୍ଜାବ ଓ କୋଲକାତା ମ୍ୟାଚରେ ଛକା ଚୌକାର ବର୍ଷା । ରନ ଚେଜ କରିବାରେ ବିଶ୍ବ ରେକର୍ଡ କଲା ପଞ୍ଜାବ କିଙ୍ଗ୍ସ । 8 ଓ୍ବିକେଟରେ ହାରିଲା କୋଲକାତା । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା: ଆଇପିଏଲର 42 ତମ ମ୍ୟାଚରେ ଛକା ଚୌକାର ବର୍ଷା । ବିଶାଳ ବିଜୟ ସ୍କୋରକୁ ପିଛା କରି ବିଜୟ ହେବାରେ ପଞ୍ଜାବର ବିଶ୍ବ ରେକର୍ଡ । 262 ରନର ପିଛା କରି 2 ଓ୍ବିକେଟ ହରାଇ 8 ଓ୍ବିକେଟରେ କୋଲକାତାକୁ ପରାସ୍ତ କରିଛି PBKS । ଜନ୍ନି ବେୟାରଷ୍ଟୋଙ୍କ ଧୂଆଁଧାର ଅର୍ଦ୍ଧଶତକ । ଜନ୍ନି ବେୟାରଷ୍ଟୋ ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଏହି ହାଇସ୍କୋରି ମ୍ୟାଚରେ ରେକର୍ଡ ପରେ ରେକର୍ଡ କରିବା ସହ ବିଜୟୀ ହୋଇଛି ପଞ୍ଜାବ । ଟି 20 ଫର୍ମାଟର ଗୋଟିଏ ମ୍ୟାଚରେ ସର୍ବାଧିକ 44 ଛକା ସହ ଗୋଟିଏ ପାଳିରେ 24 ଛକା ଏହି ମ୍ୟାଚରେ ହୋଇଛି । ଫିଲ ସଲ୍ଟ ଓ ସୁନିଲ ନାରିନଙ୍କ ଅର୍ଦ୍ଧଶତକ ବିଫଳ । ଚଳିତ ସିଜିନରେ ତୃତୀୟ ପରାଜୟ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ବଜାୟୀ ରଖିଛି କେକେଆର ।

ଅସମ୍ଭବକୁ ସମ୍ଭବ କଲା ପଞ୍ଜାବ: ଶୁକ୍ରବାର ସନ୍ଧ୍ୟା 7ଟା 30ରେ କୋଲକାତାର ଇଡେନ ଗାର୍ଡେନରେ କେକେଆର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପିବିକେଏସ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା କୋଲକାତା । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 261 ରନ କରିଥିଲା । ଏହି ବିଶାଳ ସ୍କୋରକୁ ଅତିକ୍ରମ କରି ପଞ୍ଜାବ ବିଜୟୀ ହୋଇପାରିବ ନାହିଁ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲା ପଞ୍ଜାବ । ଦଳ 8 ବଲ ବାକି ଥାଇ 2 ଓ୍ବିକେଟ ହରାଇ 262 ରନ କରିଥିଲା । 262 ରନ ଚେଜ କରି ମ୍ୟାଚ ଜିତିବାରେ ବିଶ୍ବ ରେକର୍ଡ କରିଛି ପଞ୍ଜାବ । ଏହି ମ୍ୟାଚରେ ମୋଟ ରନ ହୋଇଥିଲା 542 । ଏଥିରେ 42ଟି ଛକା ଓ 37 ଚୌକା ସାମିଲ ରହିଛି । କେବଳ ଛକା ଓ ଚୌକାରେ 400 ରନ ସଂଗୃହିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି କୋଲକାତା-ପଞ୍ଜାବ ମୁକାବିଲା, KKRକୁ ଚେକ ଦେବକି PBKS - IPL 2024

ନାରିନ ଓ ଫିଲ ସଲ୍ଟଙ୍କ ଅର୍ଦ୍ଧଶତକ ବିଫଳ: ସୁନିଲ ନାରିନ ଓ ଫିଲ ସଲ୍ଟ ଓନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇ ଆରମ୍ଭରୁ ଆକ୍ରମଣ ବ୍ୟାଟିଂ କରିଥିଲେ । ଉଭୟ ଛକା ଚୌକାର ବର୍ଷା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଫିଲ 37 ବଲରେ 75 ଓ ସୁନିଲ 32 ବଲରେ 71 ରନ କରିଥିଲେ । ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଦଳ ଏକ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ପଞ୍ଜାବ କିଙ୍ଗ୍ସର ବିସ୍ଫୋରକ ବ୍ୟାଟିଂ ଆଗରେ ଏହି ଦୁଇ ଖେଳାଳିଙ୍କ ଅର୍ଦ୍ଧଶତକ ବିଫଳ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଭେଙ୍କଟସ ଆୟର 39, ରୁଶେଲ 24, ଶ୍ରେୟସ ଆୟର 28 ରନ କରିଥିଲେ ।

ଆତଙ୍କ ଖେଳାଇଲେ ପଞ୍ଜାବ ବ୍ଯାଟର: 262 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ କିଙ୍ଗ୍ସ । ପ୍ରଭସିମରନ ଓ ଜନ୍ନି ବେୟାରଷ୍ଟୋ ଦମଦାର ପାଳି ଆରମ୍ଭ କରିଥିଲେ । ଆରମ୍ଭରୁ ହିଁ ଛକା ଚୌକାର ବର୍ଷା ହୋଇଥିଲା । ଦଳୀୟ ସ୍କୋର 93 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । 54 ରନ କରି ନାରିନଙ୍କ ବଲରେ ଆଉଟ ହୋଇଥିଲେ ପ୍ରଭସିମରନ । ଆଉ ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ରିଲେ । ସେ କିନ୍ତୁ 26 ରନ କରି ପାଭିଲିୟନକୁ ଫେରିଥିଲେ । ପରେ ଚତୁର୍ଥ ନମ୍ବରରେ ଶଶାଙ୍କ ବ୍ୟାଟିଂ କରିବାକୁ ଆସି ଆତଙ୍କ ଖେଳାଇଥିଲେ । ପ୍ରଭସିମରନ ଓ ଶଶାଙ୍କଙ୍କ ବ୍ୟାଟକୁ ଅଟକାଇବା ବିପକ୍ଷ ଦଳ ପ୍ରତି କାଠିକର ପାଠ ହୋଇଥିଲା । ଷ୍ଟାଡିୟମରେ କେବଳ ଛକା ଚୌକାର ମାଡ ଦେଖିଥିଲେ ଦର୍ଶକ । ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜତି ରହିଛି 45 ବଲରେ ଶତକ ହାସଲ କରିଥିଲେ ବେୟାରଷ୍ଟୋ । 48 ବଲରେ ସେ 108 ରନ କରିଥିଲେ । ଯୁବ ତାରକା ଶଶାଙ୍କ 28 ବଲରେ 68 ରନ କରିଥିଲେ । ଫଳରେ ଦଳ 262 ରନକୁ ଚେଜ କରି ବିଜୟୀ ହେବାରେ ବିଶ୍ବ ରେକର୍ଡ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.