ଲକ୍ଷ୍ନୌ: ଆଇପିଏଲର 17 ତମ ସଂସ୍କରଣରେ ଆଜି (ଶନିବାର) ରହିଛି 11ତମ ମୁକାବିଲା । ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ପଞ୍ଜାବ କିଙ୍ଗ୍ସ । ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ କେଏଲ ରାହୁଲଙ୍କ ବାହିନୀ । ସେପଟେ ଦ୍ବିତୀୟ ବିଜୟ ହାଲସ ଲକ୍ଷ୍ୟରେ ଜୋରଦାର ପ୍ରସ୍ତୁତି କରିଛି ଶେଖର ଧାଓ୍ବନଙ୍କ ପଞ୍ଜବ କିଙ୍ଗ୍ସ । ଦୁଇ ଦୁଳ ମଧ୍ୟରେ ଫାଇଟ ହେବ ଟାଇଟ । କାହାର ପଲ୍ଲା ରହିବ ଭାରି କିଏ ହାରିବ ବାଜି ତା ଉପରେ ସମସ୍ତଙ୍କ ନଜର ।
ଆଜି ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ପଞ୍ଜାବ ଟିମ ଚଳିତ ଆଇପିଏଲରେ ଆଜି ତୃତୀୟ ମ୍ୟାଚ ଖେଳିବ ଓ ଲକ୍ଷ୍ନୌ ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି । ପୂର୍ବ ତ୍ରୁଟିକୁ ସୁଧାରି ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଦୁଇ ଦଳ । ମାର୍ଚ୍ଚ 23 ତାରଖରେ ପଞ୍ଜାବ ଦିଲ୍ଲୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଦଳ ବିଜୟରୁ ଅଭିୟାନ ଆରମ୍ଭ କରିଥିଲା । 4ଟି ବଲ ବାକି ଥାଇ 4 ଓ୍ବିକେଟରେ ଦିଲ୍ଲୀକୁ ପରାସ୍ତ କରିଥିଲା ପଞ୍ଜାବ । ସାମ କୁରେନ ସର୍ବଧି 63 ରନ କରିଥିଲେ । 177 ରନରେ 6 ଓ୍ବିକେଟ ହରାଇ ଦଳ ବିଜୟୀ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ବୃଥା ଗଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ, KKRର ଦ୍ବିତୀୟ ବିଜୟ - IPL 2024
ଏହା ପରେ ମାର୍ଚ୍ଚ 25ରେ ଆରସିବି ସହ ଦ୍ବିତୀୟ ମ୍ୟାଚ ଖେଳିଥିଲା ପଞ୍ଜାବ । ବିଜୟ ଧାରା ଜାରି ରଖିବାକୁ ଦଳ ଚେଷ୍ଟା କରିଥିଲେ ମଧ୍ୟ ଫେଲ ମାରିଥିଲା । 4 ଓ୍ବିକେଟରେ ବେଙ୍ଗାଲୁରୁ ଟିମ ପଞ୍ଜାବକୁ ପରାସ୍ତ କରିଥିଲା । 6 ଓ୍ବିକେଟ ହରାଇ ଦଳ 176 ରନ କରିଥିଲା । 178 ରନ କରି ଆରସିବି ବିଜୟୀ ହୋଇଥିଲା । ବିଜୟ ଧାରାକୁ ଫେରିବାକୁ ଆସି କସରତ କରିବ ପଞ୍ଜାବ ।
ଅନ୍ୟପଟେ ଲକ୍ଷ୍ନୌ ଦଳ ଆଇପିଏଲରେ ଆଜି ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛି । ମାର୍ଚ୍ଚ 24 ତାରିଖରେ ରାଜସ୍ଥାନ ବିପକ୍ଷରେ ଦଳ ପ୍ରଥମ ମ୍ୟାଚ ଖେଳିଥିଲା । କିନ୍ତୁ 20 ରନରେ ଲକ୍ଷ୍ନୌ ରାଜସ୍ଥାନ ଠାରୁ ପରାସ୍ତ ହୋଇଥିଲା । 20 ଓଭରରେ 6 ଓ୍ବିକେଟ ହରାଇ 173 ରନ କରିଥିଲା କେଏଲ ରାହୁଲଙ୍କ ବାହିନୀ । ପ୍ରଥମ ମ୍ୟାଚ ପରିଜିତ ହୋଇଥିବାରୁ ଦ୍ବିତୀୟ ମ୍ୟାଚ ଜିତିବା ଦଳ ପାଇଁ ଜୁରୁରୀ । ବିଜୟ ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଲାଇବ ଲକ୍ଷ୍ନୌ ଟିମ ।