ETV Bharat / sports

ବିଜୟରୁ ଅଭିଯାନ ଆରମ୍ଭ କଲା KKR, ଶେଷ ଓଭରରେ ବାଜି ପଲଟାଇ ଦେଲେ ହର୍ଷିତ ରାଣା - IPL 2024

IPL 2024: ଚଳିତ ଆଇପିଏଲର ତୃତୀୟ ମୁକାବିଲାରେ କୋଲକାତାର ବିଜୟ । 4 ରନରେ ହାରିଲା ହାଇଦ୍ରାବାଦ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 24, 2024, 7:13 AM IST

IPL 2024
IPL 2024

କୋଲକାତା: ଆଇପିଏଲ 17ତମ ସଂସ୍କରଣର ତୃତୀୟ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସର ବିଜୟ । ସନରାଇଜର୍ସକୁ 4 ରନରେ ପରାସ୍ତ କରି ଆଇପିଏଲରେ ବିଜୟରୁ ଅଭିଯାନ ଆରମ୍ଭ କରିଛି କେକେଆର । ଆଣ୍ଡ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ । ଆରମ୍ଭରୁ ଫ୍ୟାନ୍ସଙ୍କୁ ନିରାଶ କଲା ସନ ରାଇଜର୍ସ ହାଇଦ୍ରାବାଦ । ଲଢୁଆ ବ୍ୟାଟିଂ ପରେବି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇବାରେ ବିଫଳ ହେଲେ ହେନରିକ କ୍ଲାସେନ । ଶେଷ ଓଭରରେ ମ୍ୟାଚ ପଲଟାଇ ଦେଲେ କୋଲକାତା ବୋଲର ହର୍ଷିତ ରାଣା ।

ଶନିବାର ସନ୍ଧ୍ୟା 7ଟା 30ରେ କୋଲକାତାର ଇଡେନ ଗାର୍ଡେନରେ କେକେଆର ଓ ଏସଆରଏଚ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଏହାପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା କୋଲକାତା । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 208 ରନ କରିଥିଲା । ଦଳ ପକ୍ଷରୁ ଆଣ୍ଡ୍ରେ ରୁସେଲ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 64 ରନ କରିଥିଲେ । ସେହିପରି ଫିଲ ସଲ୍ଟ 54 ଓ ରମନଦୀପ ସିଂ 35 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି IPLରେ ଡବଲ ହେଡର ଫାଇଟ୍, ଦିଲ୍ଲୀ-ପଞ୍ଜାବ ଏବଂ କୋଲକାତା-ହାଇଦ୍ରାବାଦ ମୁକାବିଲା - IPL 2024

ଏହାପରେ 209ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପ୍ୟାଟ କମିନ୍ସଙ୍କୁ ହାଇଦ୍ରାବାଦ ଟିମ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ମୟଙ୍କ ଅଗ୍ରଓ୍ବାଲ ଓ ଅଭିଷେକ ଶର୍ମା । ପ୍ରଥମରୁ ଦୁଇ ଖେଳାଳି ଜଗ ରଖି ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର 60 ରନ ହୋଇଥିବା ବେଳେ ଜଣଙ୍କ ପରେ ଜଣେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଏହାପରେ ଦଳ କୋଲକାତା ଟିମର ଶୃଙ୍ଖଳିତ ବୋଲିଂ ଆଗରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 11 ତମ ଓଭରରେ କ୍ଲାସେନ ବ୍ୟାଟିଂ କରିବାକୁ ଆସି ପାଳି ସମ୍ଭାଳିଥିଲେ । ବଡ ବଡ ସଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳକୁ ଶେଷ 6 ଓଭରରେ 94 ରନର ଆବଶ୍ୟକତା ରହିଥିଲା ।

ମିଚେଲ ଷ୍ଟାର୍କ ବ୍ୟାଟିଂ କରିବାକୁ ଆସି 5 ରନରେ ଆଉଟ ହୋଇଥିଲେ । କ୍ଲାସେନଙ୍କୁ ସାଥ ଦେବାକୁ କେହି ଜଣେ ହେଲେ ଭଲ ବ୍ୟାଟର ନଥିଲେ । କିନ୍ତୁ କ୍ଲାସେନ ବଡ ବଡ ସଟ ଖେଳି ଦଳକୁ ବିଜୟ ଦ୍ବାର ପର୍ଯ୍ୟନ୍ତ ଆଣିଥିଲେ । ଶେଷ ଓଭରରେ ହର୍ଷିତ ରଣା ବୋଲିଂ କରିବାକୁ ଆସି ବାଜି ପଲଟାଇ ଦେଇଥିଲେ । ବିଜୟ ପାଇଁ ଆଉ 13 ରନ ଥିବା ବେଳେ କ୍ଲାସେନ ଶେଷ ଓଭରର ପ୍ରଥମ ବଲରେ ଛକା ଓ ପରବର୍ତ୍ତୀ ବଲରେ 1 ରନ କରିଥିଲେ । ଆଉ ମାତ୍ର 4 ବଲରେ 6 ରନ କରିଥିଲେ ଦଳ ବିଜୟୀ ହୋଇଥାନ୍ତା । କିନ୍ତୁ ସେ ତୃତୀୟ ବଲରେ ସାହବାଜ ଓ ପଞ୍ଚମ ବଲରେ କ୍ଲାସେନଙ୍କୁ ଆଉଟ କରିଥିଲେ । ଏହାପରେ ଦଳ 20 ଓଭରରେ 7 ଓ୍ବିକେଟ ହରାଇ 204 ରନ କରି ପରାଜିତ ହୋଇଥିଲା । କ୍ଲାସେନ ସର୍ବାଧିକ 63 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.