ETV Bharat / sports

ଆଉଟ୍‌ ହେବାପରେ ଅମ୍ପାୟାରଙ୍କ ଉପରେ କାହିଁକି ରାଗିଲେ କୋହଲି ? ଜାଣନ୍ତୁ କାରଣ - IPL 2024 - IPL 2024

Virat Kohli Controversial Wicket: କୋଲକାତା ବିପକ୍ଷ ମ୍ୟାଚ୍‌ରେ ଆଉଟ୍‌ ହେବାପରେ ଅମ୍ପାୟାରଙ୍କ ଉପରେ ରାଗିଗଲେ କୋହଲି । ଜାଣନ୍ତୁ କଣ ପାଇଁ ଉପୁଜିଥିଲା ବିବାଦ । ଅଧିକ ପଢ଼ନ୍ତୁ

Virat Kohli Controversial Wicket
Virat Kohli Controversial Wicket
author img

By ETV Bharat Odisha Team

Published : Apr 21, 2024, 10:41 PM IST

କୋଲକାତା: ଇଡେନ୍‌ ଗାର୍ଡେନ୍ସରେ କୋଲକାତା ଓ ଆର୍‌ସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ ରୋମାଞ୍ଚକର ହୋଇଥିଲା । ଏହି ମ୍ୟାଚ୍‌କୁ କେବଳ ୧ ରନ୍‌ରେ କୋଲକାତା ଜିତି ନେଇଛି ସତ, ହେଲେ ମ୍ୟାଚ୍‌ରେ ବିରାଟ କୋହଲିଙ୍କ କଣ୍ଟ୍ରୋଭର୍ସିଆଲ୍‌ ଆଉଟ୍‌ ଏବେ ସୋସିଆଲ୍‌ ମିଡିଆରେ ଆଲୋଚନାର ବିଷୟ ପାଲଟିଛି । ପ୍ରକୃତରେ ବିରାଟ କିପରି ଆଉଟ୍‌ ହୋଇଥିଲେ, କଣ ପାଇଁ ଏହି ଆଉଟ୍‌କୁ ନେଇ ଏତେ ଚର୍ଚ୍ଚା, ଜାଣନ୍ତୁ..

ଆଇପିଏଲ୍‌ ୨୦୨୪ର ୩୬ତମ ମୁକାବିଲା କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୨୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଆର୍‌ସିବି ପକ୍ଷରୁ ପାଳି ଆରମ୍ଭ କରି କୋହଲି ମଧ୍ୟ ଆକ୍ରାମକ ଆରମ୍ଭ କରିଥିଲେ । ସେ କେବଳ ୬ ବଲରୁ ୩୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ୧୮ ରନ ସଂଗ୍ରହ କରି ସାରିଥିଲେ । ହେଲେ ତୃତୀୟ ଓଭରରେ ହର୍ଷିତ ରାଣା ବୋଲିଂ କରୁଥିବା ବେଳେ କୋହଲି ଆଉଟ୍‌ ହୋଇଯାଇଥିଲେ । ରାଣା ଓଭରର ପ୍ରଥମ ବଲକୁ ଫୁଲ୍‌ ଟସ୍‌ କରି ବୋଲିଂ କରିଥିଲେ । କୋହଲି ଏହାକୁ ଖେଳି ନପାରି ରାଣାଙ୍କ ହାତରେ ହିଁ ଧରା ପଡ଼ିଥିଲେ । ଅମ୍ପାୟାର ଆଉଟ୍‌ ନେଇ ଈଶାରା ଦେବା କ୍ଷଣି କୋହଲି ରିଭ୍ୟୁ ନେଇଥିଲେ ।

କାହିଁକି ଉପୁଜିଲା ବିବାଦ?: ବିରାଟ ଆଉଟ୍‌ ହେବା କ୍ଷଣି ପଡ଼ିଆରେ ଉପୁଜିଥିଲା ବିବାଦ । କାରଣ କୋହଲି ଆଉଟ୍‌ ହୋଇଥିବା ବଲଟି କୋହଲିଙ୍କ ଅଣ୍ଟା ଉପରେ ରହିଥିଲା । ତେଣୁ ନିୟମ ଅନୁସାରେ ଏହା ନୋ ବଲ୍‌ ହେବା ଉଚିତ । ରିଭ୍ୟୁ ସମୟରେ ଥାର୍ଡ ଅମ୍ପାୟାର ଯେତେବେଳେ ବଲ୍‌କୁ ଟ୍ରାକ୍‌ କରିଥିଲେ, ସେତେବେଳେ ବଲ୍‌ଟି ମଧ୍ୟ କୋହଲିଙ୍କ ଅଣ୍ଟା ଉପରେ ଯାଉଥିବା ଦେଖାଇଥିଲା । ହେଲେ କୋହଲି କ୍ରିଜ୍‌ ବାହାରେ ରହି ବ୍ୟାଟିଂ କରୁଥିବାରୁ ଏହାକୁ ନୋ ବଲ୍‌ ଦେଇନଥିଲେ ଅମ୍ପାୟାର । ଫଳରେ କୋହଲିଙ୍କୁ ଆଉଟ୍‌ ହେବାକୁ ପଡ଼ିଥିଲା । ଏଭଳି ନିଷ୍ପତ୍ତିରେ ନିରାଶ ହୋଇ କୋହଲି ଅମ୍ପାୟାରଙ୍କ ସହ କିଛି ସମୟ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଦଳର ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ମଧ୍ୟ ଏଭଳି ନିଷ୍ପତ୍ତିକୁ ପସନ୍ଦ ନକରି ଅମ୍ପାୟାରଙ୍କ ସହ କିଛି ସମୟ ବାର୍ତ୍ତାଳାପ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪: ୧ ରନରେ ଜିତିଲା କୋଲକାତା, ଶେଷ ବଲ୍‌ରେ ହାରିଲା ଆର୍‌ସିବି - IPL 2024

ସୋସିଆଲ୍‌ ମିଡିଆରେ ଚର୍ଚ୍ଚା: କୋହଲିଙ୍କ ଏଭଳି କଣ୍ଟ୍ରୋଭର୍ସିଆଲ ଆଉଟ୍‌ ଏବେ ସୋସିଆଲ୍‌ ମିଡିଆରେ ନେଟିଜେନ୍ସଙ୍କ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ବିଭିନ୍ନ ସମୟରେ ଅମ୍ପାୟାର ଏଭଳି ଭୁଲ ନିଷ୍ପତ୍ତି ଦେଉଥିବା ଦର୍ଶାଇ ଅନେକ ପ୍ରଶଂସକ ଏହାକୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ କିଛି ଏହି ବଲ୍‌କୁ ସଠିକ୍‌ ବଲ୍‌ ବୋଲି କହି ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସଠିକ ବୋଲି କହିଛନ୍ତି । କିଛି ପୂର୍ବତନ କ୍ରିକେଟର ମଧ୍ୟ ଏହି ପ୍ରସଙ୍ଗରେ ସୋସିଆଲ୍‌ ମିଡିଆରେ ନିଜ ନିଜର ମତ ରଖୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.