ETV Bharat / sports

ଆଜି ଗୁଜରାଟ-ଚେନ୍ନାଇ ମୁକାବିଲା, କର ବା ମର ସ୍ଥିତିରେ GT - IPL 2024 - IPL 2024

GT VS CSK: ଆଜି ଆଇପିଏଲରେ ଗୁଜରାଟକୁ ଭେଟିବ ଚେନ୍ନାଇ । ପ୍ଲେ ଅଫ ନିକଟତର ହେବା ଲକ୍ଷ୍ୟରେ ସିଏସକେ । କର ବା ମର ସ୍ଥିତିରେ ରହିଛି ଗୁଜରାଟ । ଅଧିକ ପଢନ୍ତୁ

GT VS CSK
GT VS CSK (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 4:31 PM IST

ଅହମ୍ମଦାବାଦ: ଆଜି ଆଇପିଏଲ 2024ର 59ତମ ମ୍ୟାଚ୍‌ ଗୁଜରାଟର ଅହମ୍ମଦାବାଦରେ ଖେଳାଯିବ । ଘରୋଇ ମୈଦାନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ପ୍ଲେ ଅଫ୍‌ ରେସରେ ରହିବାକୁ ହେଲେ ଆଜି ଗୁଜରାଟକୁ ମ୍ୟାଚ୍‌ ଜିତିବା ଜରୁରୀ । ନଚେତ ଦଳ ପ୍ଲେ ଅଫରୁ ବାଦ ପଡିବ । ଅନ୍ୟପଟେ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉଠିବା ସହ ପ୍ଲେ ଅଫ୍‌ ରେସ୍‌ରେ ଆଉ ପାଦେ ଆଗକୁ ଯିବା ପାଇଁ ଚେନ୍ନାଇ ସୁପୁର କିଙ୍ଗ୍ସ ମଧ୍ୟ ନିଜକୁ ପ୍ରସ୍ତୁତ କରିଛି ।

କର ବା ମର ସ୍ଥିତିରେ ଗୁଜରାଟ: ସନ୍ଧ୍ୟା 7ଟା 30ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ 11ଟି ମ୍ୟାଚ୍‌ ଖେଳି ମାତ୍ର 4ଟିରେ ବିଜୟୀ ହୋଇଛି । ମାତ୍ର 8 ପଏଣ୍ଟ ସହ ଗୁଜରାଟ ବର୍ତ୍ତମାନ ପଏଣ୍ଟ ଟେବୁଲର ଶେଷରେ ରହିଛି । ଦଳର ସମ୍ମାନ ବଞ୍ଚାଇବାକୁ ହେଲେ ଆଜି ଗିଲ୍‌ ବାହିନୀକୁ ଭଲ ପ୍ରଦର୍ଶନ କରିବା ଜରୁରୀ । ଚଳିତ ସିଜିନରେ ଚେନ୍ନାଇ ବିପକ୍ଷରେ ଗୁଜରାଟର ଏହା ଦ୍ବିତୀୟ ମ୍ୟାଚ୍‌ । ପୂର୍ବରୁ ମାର୍ଚ୍ଚ 26 ତାରିଖରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ମୁକାବିଲା ହୋଇଥିଲା । ଚେନ୍ନାଇ ଏହି ମ୍ୟାଚ୍‌ରେ 63 ରନରେ ବିଜୟୀ ହୋଇଥିଲା । ତେଣୁ ପୂର୍ବ ମ୍ୟାଚ୍‌ର ପ୍ରତିଶୋଧ ନେବାକୁ ଗୁଜରାଟ ସେନା ପ୍ରସ୍ତୁତ ହୋଇଛନ୍ତି । ପୂର୍ବ ଭୁଲକୁ ସୁଧାରି ଦଳ ବିଜୟୀ ହେବା ସହିତ ପ୍ଲେ ଅଫ୍‌ ରେସ୍‌ରେ ଜୀବିତ ରହିବ ବୋଲି ଆଶା ରଖିଛି ।

ଏହା ମଧ୍ୟ ପଢନ୍ତୁ-ଧର୍ମଶାଳାରେ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବକୁ ହରାଇ RCBର ପ୍ଲେ ଅଫ ଆଶା ଉଜ୍ଜୀବିତ - IPL 2024

ପ୍ଲେ-ଅଫ୍‌ ନିକଟତର ହେବ ଚେନ୍ନାଇ: ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଭଲ ରହିଛି । 11ଟି ମ୍ୟାଚ୍‌ ଖେଳି 6ଟିରେ ବିଜୟୀ ହୋଇଛି ଦଳ । 12 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଏବେ ଚତୁର୍ଥ ସ୍ଥାନରେ ରହିଛି ସିଏସ୍‌କେ । ବର୍ତ୍ତମାନ ଦଳର ଲକ୍ଷ୍ୟ ପ୍ଲେ ଅଫକୁ ପ୍ରବେଶ କରିବା । ଆଜିର ମ୍ୟାଚ୍‌ ଜିତିଲେ ଦଳ ପ୍ଲେ ଅଫର ନିକଟତର ହେବ । ତେଣୁ ଗୁଜରାଟକୁ ଆଜିର ମ୍ୟାଚ୍‌ରେ ପରାସ୍ତ କରିବାକୁ ପ୍ରସ୍ତୁତ ଋତୁରାଜ ବାହିନୀ । ଆଜି ଚେନ୍ନାଇର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଋତୁରାଜ, ରାହାଣେ, ଶିବମ ଦୁବେ ଓ ଧୋନୀଙ୍କ ବ୍ୟାଟରୁ ଆଜି ଭଲ ରନ ଆସିବା ନେଇ ପ୍ରଶଂସକ ଆଶାବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.