ETV Bharat / sports

ଆଜି ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜୁରାଟ; ଦ୍ବିତୀୟ ବିଜୟ ଲକ୍ଷ୍ୟରେ 2 ଦଳ - IPL 2024

IPL 2024: ଆଜି ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଦ୍ବିତୀୟ ବିଜୟ ହାସଲ ଲକ୍ଷ୍ୟରେ ଦୁଇ ଦଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 26, 2024, 2:13 PM IST

IPL 2024
IPL 2024

ଚେନ୍ନାଇ: ଆଇପିଏଲର 17ତମ ସଂସ୍କରଣରେ ଆଜି ରହିଛି ସପ୍ତମ ମୁକାବିଲା । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଚଳିତ ସିଜିନରେ ଦ୍ବିତୀୟ ବିଜୟ ହାସଲ ଲକ୍ଷ୍ୟରେ ଦୁଇ ଦଳ । ଉଭୟ ଦଳ ପୂର୍ବ ମ୍ୟାଚ ଜିତିଥିବାରୁ ଆଜିର ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଦୁଇ ଦଳ ମୁକାବିଲା ପାଇଁ ପୁରା ପ୍ରସ୍ତୁତ । ଆଜି (ମଙ୍ଗଳବାର) ସନ୍ଧ୍ୟା 7ଟା 30 ମିନିଟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ ।

ଦୁଇ ଦଳର ନେତୃ୍ତ୍ବ ନେଇଛନ୍ତି ଯୁବ ଖେଳାଳି । ଗିଲ ଓ ଋତୁରାଜ ଗାଏକ୍ବାଡଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଗୁଜୁରାଟ ଓ ଚେନ୍ନାଇ । ଉଭୟ ଦଳ ଚଳିତ ସିଜିନରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ବିଜୟୀ ହୋଇଛନ୍ତି । ଆଜି ଦୁଇ ଦଳ ଦ୍ବିତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ବିଜୟ ଧାରା ଜାରି ରଖିବାକୁ ଦୁଇ ଦଳ ଜୋରଦାର କସରତ କରିବେ ।

ଏହା ମଧ୍ୟ ପଢନ୍ତୁ-ଆସିଲା ଆଇପିଏଲ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ, ମେ' 26ରେ ଫାଇନାଲ - IPL 2024

ମାର୍ଚ୍ଚ 22 ତାରିଖରେ ଚେନ୍ନାଇରେ ସିଏସକେ ଓ ଆରସିବି ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଉଦଘାଟନୀ ମୁକାବିଲା ଖେଳାଯାଇଥିଲା । ଏଥିରେ 6 ଓ୍ବିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ସିଏସକେ । 8ଟି ବଲ ବାକି ଥାଇ ଚେନ୍ନାଇ 176 ରନରେ 4 ଓ୍ବିକେଟ ହରାଇ ବିଜୟୀ ହୋଇଥିଲା । 4 ଓ୍ବିକେଟ ଅକ୍ତିଆର କରି ବିପକ୍ଷ ଦଳ ପ୍ରତି ଘାତକ ସାବ୍ୟସ୍ତ ହେଲେ ମୁସ୍ତାଫିଜୁର ରେହମାନ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳର ପ୍ରଦର୍ଶନ ଭଲ ରହିଥିଲା । ଆଜି ମଧ୍ୟ ସମାନ ପ୍ରଦର୍ଶନ ଜାରି ରହିବ ବୋଲି ସିଏସକେ ଫ୍ୟାନ୍ସ ଆଶାବାଦୀ ।

ମାର୍ଚ୍ଚ 24 ତାରିଖରେ ଆଇପିଏଲର 5ମ ମୁକାବିଲା ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ପାଣ୍ଡ୍ୟା ବାହିନୀକୁ 6 ରନରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଗୁଜୁରାଟ ଟିମ । ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ସାଇ ସୁଦର୍ଶନ । ଆରମ୍ଭରୁ ଦଳର ଦୁଇ ଓପନର ଭଲ ବ୍ୟାଟିଂ କରିଥିଲେ । କିନ୍ତୁ ପର ମୁହୁର୍ତ୍ତରେ ଦଳର ରନ ମନ୍ଥର ଗତିରେ ଚାଲିଥିଲା । ବୁମାର ବୋଲିଂ କରିବାକୁ ଆସି 3ଟି ଓ୍ବିକେଟ ନେଇଥିଲେ । ଦଳର ବିଜୟ ହେବାର ଆଶା ମଉଳି ଯାଉଥିବା ବେଳେ ଶେଷ ଓଭରରେ ଉମେଶ ଯାଦବ ବୋଲିଂ କରି ବିପକ୍ଷ ଦଳର ଖେଳାଳିଙ୍କୁ ଆଉଟ ଖେଳିଥିଲେ । ଶେଷରେ ଗୁଜୁରାଟ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.