ETV Bharat / sports

ଆସିଲା ଆଇପିଏଲ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ, ମେ' 26ରେ ଫାଇନାଲ - IPL 2024 - IPL 2024

IPL 2024: ଆଇପିଏଲର ସିଜିନ 17ର ବଳକା କ୍ରୀଡ଼ାସୂଚୀ ଘୋଷଣା । ମେ' 26 ତାରିଖରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ଅଧିକ ପଢନ୍ତୁ

IPL 2024
IPL 2024
author img

By ETV Bharat Odisha Team

Published : Mar 26, 2024, 8:36 AM IST

Updated : Mar 26, 2024, 10:11 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଆଇପିଏଲ ସିଜିନ 17 । ଫଟାଫଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଜା ନେଉଛନ୍ତି ଫ୍ୟାନ୍ସ । ଷ୍ଟାଡିୟମରେ ହେଉଛି ଛକା ଚୌକାର ବର୍ଷା । ଦର୍ଶକଙ୍କ କରତାଳିରେ କମ୍ପିଛି ଷ୍ଟାଡିୟମ । ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ 6ଟି ମ୍ୟାଚ ଶେଷ ହୋଇସାରିଛି । ଏହାରି ମଧ୍ୟରେ ଆଇପିଏଲର ସମ୍ପୂର୍ଣ୍ଣ ଖେଳ ସୂଚୀ ପ୍ରକାଶ ପାଇଛି । ଲୋକସଭା ନିର୍ବାଚନ ଥିବାରୁ ପୂର୍ବରୁ ଅଧା କ୍ରୀଡାସୂଚୀ ପ୍ରକାଶ ପାଇଥିଲା ।

ଚଳିତ ଆଇପିଏଲର ଫାଇନାଲ ମୁକାବିଲା ମେ' 26 ତାରିଖରେ ଖେଳାଯିବ । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସେହିପରି ପ୍ରଥମ କ୍ବାଲିଫାୟର ମ୍ୟାଚ ମେ' 21 ତାରଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହାପରେ ମେ' 22ରେ ଏଲିମିନେଟର ମ୍ୟାଚ ସେହି ଷ୍ଟାଡିୟମରେ ଖେଳାଯିବ । ମେ' 24 ତାରିଖରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେବ । ମାର୍ଚ୍ଚ 22ରୁ ଏପ୍ରିଲ 7 ତାରିଖ ମଧ୍ୟରେ 21 ମ୍ୟାଚର କ୍ରୀଡାସୂଚୀ ପୂର୍ବରୁ ଘୋଷଣା କରାଯାଇଥିଲା । ଏପ୍ରିଲ 8 ତାରିଖରୁ ମେ' 19 ତାରିଖ ମଧ୍ୟରେ 49ଟି ଲିଗ ମ୍ୟାଚ ଖେଳାଯିବ । ଏହାପରେ ପ୍ରଥମ କ୍ବାଲିଫାୟର, ଏଲିମିନେଟର, ଦ୍ବିତୀୟ କ୍ବାଲିଫାୟର ଓ ଶେଷରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ସିଜିନରେ ମୋଟ 74ଟି ମ୍ୟାଚ ଖେଳାଯିବ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ ସିଜିନ 17: ପ୍ରଥମ ବିଜୟ ହାସଲ କଲା RCB, 4 ଓ୍ବିକେଟରେ ହାରିଲା ପଞ୍ଜାବ - IPL 2024

ମେ 21 ପ୍ରଥମ କ୍ବାଲିଫାୟର ନରେନ୍ଦ୍ର ମୋଦି ଷ୍ଟାଡିୟମ
ମେ 22ଏଲିମିନେଟରନରେନ୍ଦ୍ର ମୋଦି ଷ୍ଟାଡିୟମ
ମେ 24ଦ୍ବିତୀୟ କ୍ବାଲିଫାୟରଏମ ଚିଦାମ୍ବରମ ଷ୍ଟାଡିୟମ
ମେ 26 ଫାଇନାଲ ଏମ ଚିଦାମ୍ବରମ ଷ୍ଟାଡିୟମ

ଆଇପିଏଲ ସିଜିନ 17ରେ ମୋଟ 10ଟି ଦଳ ରହିଛନ୍ତି । 11ଟି ଭେନ୍ୟୁରେ ମୋଟ ସମସ୍ତ ମ୍ୟାଚ ଖେଳାଯିବ । 10 ଦଳ ମଧ୍ୟରେ 70ଟି ମ୍ୟାଚ ଖେଳାଯିବ । ପ୍ରତିଟି ଦଳ 14ଟି ଲେଖାଏଁ ମ୍ୟାଚ ଖେଳିବେ । ଚଳିତ ବର୍ଷ ଦେଶରେ ନିର୍ବାଚନ ଥିବାରୁ ଆଇପିଏଲର ପ୍ରଥମ କାର୍ଯ୍ୟସୂଚୀ ତାଲିକା ଘୋଷଣା ହୋଇଥିଲା । ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ବଳକା ତାଲିକା ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ 6ଟି ମ୍ୟାଚ ଆଇପିଏଲରେ ଖେଳାଯାଇ ସାରିଛି । ଆହୁରି 64ଟି ଲିଗ ମ୍ୟାଚ ବାକି ରହିଛି । ବେଙ୍ଗାଲୁରୁ ଓ ପଞ୍ଜାବ 14ଟି ମ୍ୟାଚ ମଧ୍ୟରୁ 2 ଲେଖାଏଁ ଖେଳିସାରିଛନ୍ତି ।

Last Updated : Mar 26, 2024, 10:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.