ETV Bharat / sports

ଆଜି ଚେନ୍ନାଇ-ବେଙ୍ଗାଲୁରୁ ହାଇଭୋଲଟେଜ ଟକ୍କର, ପ୍ଲେ ଅଫ ପାଇଁ ଶେଷ ସୁଯୋଗ - IPL 2024 - IPL 2024

IPL 2024: ଆଇପିଏଲର 68 ତମ ମ୍ୟାଚରେ ଚେନ୍ନାଇକୁ ଭେଟିବ ବେଙ୍ଗାଲୁରୁ । ପ୍ଲେ ଅଫରେ ପ୍ରବେଶ ପାଇଁ ଦୁଇ ଦଳ ପାଇଁ ଶେଷ ସୁଯୋଗ । ମ୍ୟାଚରେ ବର୍ଷା ସାଜିପାରେ ବାଧକ । ଅଧିକ ପଢନ୍ତୁ

IPL 2024
IPL 2024 (ETV BHARAT ODISHA)
author img

By ETV Bharat Odisha Team

Published : May 18, 2024, 2:00 PM IST

ବେଙ୍ଗାଲୁରୁ: ଆଜି ଆଇପିଏଲରେ ରହିଛି ହାଇଭୋଲଟେଜ ଫାଇଟ । ପ୍ଲେ ଅଫର ଚତୁର୍ଥ ସ୍ଥାନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଫାଇଟ ହେବ ଟାଇଟ । କିଏ ଯିବ ପ୍ଲେ ଅଫ କିଏ ପଡିବ ବାଦ ତାହା ଆଜିର ମ୍ୟାଚ ହିଁ ନିର୍ଣ୍ଣୟ କରିବ। ଦୁଇ ଦଳ ଲିଗ ପର୍ଯ୍ୟାୟରେ ଶେଷ ମ୍ୟାଚ ଖେଳିବା ସହ ପ୍ଲେ ଅଫରେ ପ୍ରବେଶ ପାଇଁ ଶେଷ ସୁଯୋଗ ରହିଛି । ଏଥି ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ବେଙ୍ଗାଲୁରୁ ଓ ଚେନ୍ନାଇ ପ୍ଲେୟାର । ମ୍ୟାଚକୁ ନେଇ ଦୁଇ ଦଳର ଦର୍ଶକ ବେଶ ଉତ୍ସାହିତ ।

ଚତୁର୍ଥ ସ୍ଥାନ ପାଇଁ ଲଢେଇ : ସିଜିନ ଆରମ୍ଭରୁ ଆରସିବିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଯାହା ଫ୍ୟାନ୍ସକୁ ନିରାଶ କରିଥିଲା । ଫଳେ ଦଳର ପ୍ଲେ ଅଫ ପ୍ରବେଶ ଆଶାକୁ କ୍ଷିଣ କରିଥିଲା । କିନ୍ତୁ ଲଗାତାର 5ଟି ମ୍ୟାଚ ଜିତି ଦଳ ଏବେ 12 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ 13ଟି ମ୍ୟାଚ ଖେଳି 7ଟିରେ ବିଜୟୀ ହେବା ସହ 14 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଦୁଇ ଦଳ ଲିଗ ପର୍ଯ୍ୟାୟରେ ଆଜି ଶେଷ ମ୍ୟାଚ ଖେଳିବେ । ଯେଉଁ ଦଳ ବିଜୟୀ ହେବ ସେ ପ୍ଲେ ଅଫକୁ ପ୍ରବେଶ କରିବ ।

କେମିତି ପ୍ଲେ ଅଫକୁ ପ୍ରବେଶ କରିବ ବେଙ୍ଗାଲୁରୁ ?: ଆରସିବି 13ଟି ମ୍ୟାଚରୁ 12 ପଏଣ୍ଟ ହାସଲ କରିଛି । ଦଳର ରନ ରେଟ 0.387 ରହିଛି । ଚେନ୍ନାଇର ରନ ରେଟ 0.528 ରହିଛି । ବିରାଟ ରନ ବ୍ୟବଧାନରେ ଦଳ ଜିତିଲେ ପ୍ଲେ ଅଫକୁ ପ୍ରବେଶ କରିବେ । ଅର୍ଥାତ ଯଦି ଆରସିବି ପ୍ରଥମେ ବ୍ୟାଟିଂ କରେ ତେବେ 18 ରନରେ ବିପକ୍ଷ ଦଳକୁ ହରାଇବାକୁ ପଡିବ । ଯଦି ଦ୍ବିତୀୟରେ ବ୍ୟାଟିଂ କରେ ତେବେ 18.1 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଯଦି ଆରସିବି ଏହା କରିନପାରେ ତେବେ ଚେନ୍ନାଇ ସହଜରେ ପ୍ଲେ ଅଫକୁ ପ୍ରବେଶ କରିବ ।

ଏହା ମଧ୍ୟ ପଢନ୍ତୁ-ଶେଷ ମ୍ୟାଚରେ ହାରି ପଏଣ୍ଟ ଟେବୁଲ ଶେଷରେ ମୁମ୍ବାଇ, 18ରନରେ ଜିତିଲା ଲକ୍ଷ୍ନୌ - IPL 2024

ବର୍ଷା ସାଜିପାରେ ବାଧକ: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜିର ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ଆକଳନ କରାଯାଉଛି । ଅପରାହ୍ନ ସମୟରେ 40ରୁ 50 କିଲୋମିଟ ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ଥିବା ଆକଳ କରିଛି ପାଣିପାଗ ବିଭାଗ । ଯଦି ବର୍ଷା ହୁଏ ତେବେ ଆରସିବିର ପ୍ଲେ ଅଫ ଆଶା ଧୂଳୀସାତ ।

ଲକି ହେବକି 18 ନମ୍ବର ? : ମେ 18 ତାରିଖ, 18 ରନ , 18.1 ଓଭର, ଜର୍ସି ନମ୍ବର 18 ଉପରେ ସମସ୍ତଙ୍କ ନଜର । ବିରାଟ କୋହଲିଙ୍କ ଜର୍ସି ନମ୍ବର 18 ରହିଛି । ତେଣୁ ତାଙ୍କର ବ୍ୟାଟିଂ ଉପରେ ସମସ୍ତ ଜନର । ତାଙ୍କ ବ୍ୟାଟରୁ ବିରାଟ ରନ ଦେଖିବାକୁ ଦର୍ଶକଙ୍କ ଅପେକ୍ଷା । ଆଜି 18 ସଂଖ୍ୟା ବେଙ୍ଗାଲୁରୁ ପାଇଁ କେତେ ଲକି ସାବ୍ୟସ୍ତ ହୋଇଛି ତାହା ଆଜି ନିର୍ଣ୍ଣ ହେବ ।

18 ମେରେ ଆରସିବିର ରେକର୍ଡ: ଆଇପିଏଲ ଇତିହାସରେ ଆଜିର ତାରିଖ ଆରସିବି ପାଇଁ ପୂର୍ବରୁ ଅନେକ ଥର ଲକି ସାବ୍ୟସ୍ତ ହୋଇଥି । ଆଜିର ତାରିଖରେ ଦଳ ଯେତିକି ମ୍ୟାଚ ଖେଳିଛି ବିଜୟୀ ହୋଇଛି । 2013 ଓ 2014 ମେ 18 ତାରିଖରେ ଚେନ୍ନାଇକୁ ଭେଟିଥିଲା ଆରସିବି । ଦୁଇଟି ଯାକ ମ୍ୟାଚରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା । 2016ରେ ପଞ୍ଜା ଓ 2023ରେ ହାଇଦ୍ରାବାଦ ବିପକ୍ଷରେ ବେଙ୍ଗାଲୁରୁ ଖେଳି ବିଜୟୀ ହୋଇଛି ।

ଧୋନିଙ୍କ ଉପରେ ସମସ୍ତଙ୍କ ନଜର: ଚଳିତ ସିଜିନରେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଦର୍ଶନ ଭଲ ରହିଛି । ଶେଷ ଓଭରରେ ସେ ବ୍ୟାଟିଂ କରିବାକୁ ଆସିଛକା ଚୌକାର ବର୍ଷା କରୁଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ 8 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆଜି କେତେ ନମ୍ବାରରେ ବ୍ୟାଟିଂ କରିବାକୁ ଆସିବେ ତାହା ଟସ ପରେ ହିଁ ଜଣାପଡିବ । ତାଙ୍କ ବ୍ୟାଟରୁ ଛକା ଚୌକାର ବର୍ଷା ହେବା ନେଇ ଦର୍ଶକ ଆଶାବାଦୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.