ETV Bharat / sports

ଆଜି ଦ୍ବିତୀୟ ଥର ମୁହାଁମୁହିଁ ହେବେ ଚେନ୍ନାଇ-ଲକ୍ଷ୍ନୌ, ପ୍ରତିଶୋଧ ଲକ୍ଷ୍ୟରେ CSK - IPL 2024 - IPL 2024

IPL 2024: ଆଜି ଆଇପିଏଲରେ ଏକ ରୋମାଞ୍ଚକର ମୁକାବିଲା ରହିଛି । ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ହେବ ଫାଇଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 23, 2024, 2:30 PM IST

ଚେନ୍ନାଇ: ଆଇପିଏଲରେ ଆଜି 39ତମ ଲିଗ ମ୍ୟାଚ ରହିଛି । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ସିଏସକେ । ଉଭୟ ଦଳ ଆଜି ଅଷ୍ଟମ ମ୍ୟାଚ ଖେଳିବେ । ଚଳିତ ସେଜିନିରେ ଦ୍ବିତୀୟ ଥର ମୁହାଁମୁହଁ ହେବେ ଦୁଇ ଦଳ । ଚେନ୍ନାଇର ଏମଏ ଚିତାମ୍ବରମ ଷ୍ଟାଡିୟମର ଆଜି ସନ୍ଧ୍ୟା 7ଟା 30ରେ ଏହି ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିବାକୁ ଦୁଇ ଦଳ ମଧ୍ୟରେ ଆଜି ଫାଇଟ ହେବ ଟାଇଟ ।

ଲକ୍ଷ୍ନୌ ଠାରୁ ପ୍ରତିଶୋଧ ନେବ ଚେନ୍ନାଇ: ଏପ୍ରିଲ 19 ତାରିଖରେ ଚେନ୍ନାଇ ଓ ଲକ୍ଷ୍ନୌ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଋତୁରାଜଙ୍କ ବାହିନୀକୁ 8 ଓ୍ବିକେଟରେ ପରାସ୍ତ କରିଥିଲା ଏଲଏସଜି । କେଏଲ ରାହୁଲ ଓ କ୍ବିଣ୍ଟେନ ଡି କକ ଲଢୁଆ ବ୍ୟାଟିଂ କରି ଚେନ୍ନାଇକୁ ଘରୋଇ ମାଟିରେ ପରାସ୍ତ କରିଥିଲେ । ପୂର୍ବ ମ୍ୟାଚରେ ପରାଜିତ ହୋଇଥିବାରୁ ଆଜି ର ମ୍ୟାଚରେ ଚେନ୍ନାଇ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି କରିଛି ।

ଏହା ମଧ୍ୟ ପଢନ୍ତୁ-ଜୟସ୍ବାଲଙ୍କ ଧୂଆଁଧାର ଶତକ, 9 ଓ୍ବିକେଟରେ ମୁମ୍ବାଇକୁ ହରାଇ ପ୍ଲେ ଅଫ୍ ନିକଟତର ରାଜସ୍ଥାନ - IPL 2024

ଧୋନିଙ୍କ ଉପରେ ସମସ୍ତଙ୍କ ନଜର: ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ 7ଟି ମ୍ୟାଚ ଖେଳି 4ଟିରେ ବିଜୀୟ ହୋଇଥିବା ବେଳେ 3ଟିରେ ପରାଜିତ ହୋଇଛି । 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଆଜି ମଧ୍ୟ ଦଳର ଭଲ ପ୍ରଦର୍ଶନ ରହିବ ବୋଲି ଫ୍ୟାନ୍ସଙ୍କ ଆଶା । ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ମ୍ୟାଚରେ 9 ବଲରେ ସେ ଛକା ଚୌକା ମାଡ କରି 28 ରନ କରିଥିଲେ । ତେଣୁ ତାଙ୍କର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର । ଆଜିଙ୍କ୍ୟ ରାହାଣେ,ମୋଇନ ଅଲ୍ଲି ଓ ଋତୁରାଜଙ୍କ ଉପରେ ଦଳୀୟ ସ୍କୋର ନିର୍ଭରଶୀଳ। ବୋଲିଂ ବିଭାଗରେ ରହିଛନ୍ତି ଦୀପକ ଚହର, ପଥିରାନା ଓ ଶାର୍ଦ୍ଦୁଲ ଠାକୁର । ଶିବମ ଦୁବେ ଓ ରବିନ୍ଦ୍ର ଜାଡେଜାଙ୍କ ଅଲ ରାଉଣ୍ଡର ପ୍ରଦର୍ଶନ ଉପରେ ନଜର ରହିଛି । ଘରୋଇ ଷ୍ଟାଡିମୟରେ ମ୍ୟାଚ ହେଉଥିବାରୁ ଖେଳାଳୀୟ ମନୋବଳ ଦୃଢ ରହିଚି । କାହିଁକିନା ଏଠାରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚରେ ଦଳ ବିଜୟୀ ହୋଇଥିଲା ।

ଚେନ୍ନାଇକୁ ଚେକ୍‌ ଦେବାକୁ ପ୍ରସ୍ତୁତ ରାହୁଲ ବାହିନୀ: ଚଳିତ ଆଇପିଏଲ ସିଜିନରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଦଳ ବର୍ତ୍ତମାନ ପର୍ଯ୍ୟନ୍ତ 7ଟା ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇଛି । 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଦଳ । ପୂର୍ବ ମ୍ୟାଚରେ ଚେନ୍ନାଇକୁ ପରାସ୍ତ କିରଥିଲା ଲକ୍ଷ୍ନୌ । ତେଣୁ ଆଜିର ମ୍ୟାଚ ପାଇଁ ଦଳର ମନୋବଳ ଦୃଢ ରହିଛି । କେଏଲ ରାହୁଲ, ଡି କକ ଓ ନିକୋଲାସ ପୋରାନଙ୍କ ଉପରେ ଦଳ ବ୍ୟାଟିଂ ବିଭାଗ ନିର୍ଭରକେର । ବୋଲିଂରେ ରହିଛନ୍ତି କୃଣାଳ ପାଣ୍ଡ୍ୟା, ଦୀପକ ହୁଡ୍ଡା, ୟସ ଠାକୁର ଓ ମୋସିନ ଖାନ ରହିଛନ୍ତି । ପଏଣ୍ଟ ଟେବୁଲରେ କିଏ ଉପରକୁ ଉଠୁଛି ଓ କିଏ ତଳେ ରହୁଛି ତା ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.