ETV Bharat / sports

ପ୍ରଜ୍ଞାନନନ୍ଦଙ୍କୁ ପ୍ରଶଂସା କଲେ ଅର୍ଥମନ୍ତ୍ରୀ, 'ଦେଶରେ ଅଛନ୍ତି 80 ଚେସ୍ ଗ୍ରାଣ୍ଡମାଷ୍ଟର' - କ୍ରୀଡା କ୍ଷେତ୍ର

Interim Budget 2024: ବଜେଟ ଉପସ୍ଥାପନ ସମୟରେ କ୍ରୀଡ଼ା କ୍ଷେତ୍ରକୁ ପ୍ରଶଂସା କଲେ ଅର୍ଥମନ୍ତ୍ରୀ । ଦେଶରେ ବର୍ତ୍ତମାନ 80 ଚେସ୍ ଗ୍ରାଣ୍ଡମାଷ୍ଟର ଅଛନ୍ତି ବୋଲି କହିଲେ ନିର୍ମଳା। ଅଧିକ ପଢନ୍ତୁ

Interim Budget 2024
Interim Budget 2024
author img

By ETV Bharat Odisha Team

Published : Feb 1, 2024, 2:23 PM IST

ନୂଆଦିଲ୍ଲୀ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ ସମୟରେ କ୍ରୀଡା କ୍ଷେତ୍ରକୁ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏସିଆନ ଗେମ୍ସ ଏବଂ ଏସୀୟ ପାରା ଗେମ୍ସରେ କ୍ରୀଡାବିତଙ୍କ ସଫଳତାକୁ ପ୍ରଶଂସା କରିବା ସହ ଚେସ ମାଷ୍ଟର ପ୍ରଜ୍ଞାନନନ୍ଦଙ୍କ କଥା କହିଛନ୍ତି। ସେ କହିଛନ୍ତି, ଦେଶରେ ବର୍ତ୍ତମାନ 80 ଚେସ୍ ଗ୍ରାଣ୍ଡମାଷ୍ଟର ଅଛନ୍ତି । 2010 ତୁଳନାରେ ବର୍ତ୍ତମାନ ଗ୍ରାଣ୍ଡମାଷ୍ଟରଙ୍କ ସଂଖ୍ୟା 4 ଗୁଣା ବୃଦ୍ଧି ପାଇଛି।

''କ୍ରୀଡା କ୍ଷେତ୍ରକୁ ଶିଖରରେ ପହଞ୍ଚାଇଥିବା ଯୁବ କ୍ରୀଡାବିତଙ୍କ ପାଇଁ ଆମେ ଗର୍ବିତ । 2023ରେ ଏସିଆନ ଗେମ୍ସ ଏବଂ ଏସୀୟ ପାରା ଗେମ୍ସରେ ଭାରତର କ୍ରୀଡାବିତ ସର୍ବାଧିକ ପଦକ ହାସଲ କରିଛନ୍ତି । ଯାହା ଉଚ୍ଚ ଆତ୍ମବିଶ୍ୱାସ ସ୍ତରକୁ ପ୍ରତିଫଳିତ କରୁଛି । ଚେସ୍ ବିଶ୍ୱକପରେ ଚେସ ମାଷ୍ଟର ପ୍ରଜ୍ଞାନନନ୍ଦ ବିଶ୍ବର ବହୁ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ଫାଇନାଲରେ ସେ ମାଗ୍ନସ କାର୍ଲସେନ୍ଙ୍କୁ କଡା ଟକ୍କର ଦେଇଥିଲେ । ବର୍ତ୍ତମାନ ଭାରତରେ 80 ଚେସ୍ ଗ୍ରାଣ୍ଡମାଷ୍ଟର ଅଛନ୍ତି । 2010 ମସିହାରେ ଏହି ସଂଖ୍ୟା 20 ରହିଥିଲା । ''

ଏହା ମଧ୍ୟ ପଢନ୍ତୁ-Asian Para Games: ଏସିଆନ ପାରା ଗେମ୍ସ ଉଦଯାପିତ, 111 ପଦକ ସହ ପଞ୍ଚମରେ ଭାରତ

ପ୍ରଜ୍ଞାନାନନ୍ଦଙ୍କୁ ପ୍ରଶଂସା: ଫିଡେ ଚେସ୍ ବିଶ୍ବକପରେ ଭାରତର ସତରଞ୍ଜ ବାଦଶାହା ପ୍ରଜ୍ଞାନାନନ୍ଦ ଚମତ୍କାର ପ୍ରଦର୍ଶନ କରିଥିଲେ । ଫାଇନାଲରେ ପ୍ରବେଶ କରି ସେ ଉପବିଜେତା ହୋଇଥିଲେ । ବିଜେତା ହେବା ସ୍ବପ୍ନ ମଉଳି ଯାଇଥିଲେ ମଧ୍ୟ ସେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ଦୃଦୟ ଜିତିଥିଲେ। ଟାଇବ୍ରେକରରେ ବିଶ୍ବର ନମ୍ବର ୱାନ ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନଙ୍କଠୁ ପରାଜିତ ହୋଇ ରନର୍ସଅପ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସତରଞ୍ଜ ବାଦଶାହା ରମେଶବାବୁ ପ୍ରଜ୍ଞାନାନନ୍ଦ, ଟିଭି ଦେଖିବାରୁ ନଜର ହଟାଇବାକୁ ଭଉଣୀ ଶିଖାଇଥିଲେ ଚେସ୍

ଏସିଆନ ଗେମ୍ସ ଏବଂ ଏସୀୟ ପାରା ଗେମ୍ସ: ଚୀନର ହଙ୍ଗଝୌରେ ଖେଳାଯାଇଥିବା 19ତମ ଏସୀୟ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ 107 ମେଡାଲ ମିଳିଥିଲା । ଏଥିରେ 28 ଗୋଲ୍ଡ, 38 ସିଲ୍‌ଭର୍‌ ଓ 41 ବ୍ରୋଞ୍ଜ ମେଡାଲ ରହିଛି । ଏସିଆନ୍‌ ଗେମ୍ସ ଇତିହାସରେ ଭାରତୀୟ ଖେଳାଳିମାନଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେହିପରି ଚତୁର୍ଥ ଏସୀଆନ ପାରା ଗେମ୍ସରେ ଭାରତୀୟ ପାରା ଅଥଲେଟ୍ସ ଦମଦାର ପ୍ରଦର୍ଶନ କରିଥିଲେ । 111 ରେକର୍ଡ ପଦକ ସହ ଭାରତ ପଞ୍ଚମ ସ୍ଥାନରେ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.