ETV Bharat / sports

Cricketer Radha Yadav; ଆଗକୁ T-20 ଓ୍ବାର୍ଲ୍ଡକପ୍, ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରାଧା, ସୋସିଆଲ ମିଡିଆରେ କହିଲେ ‘ମୋ ସ୍ଥିତି ସଙ୍ଗୀନ’ - Radha Yadav rescued from Flood

author img

By ETV Bharat Sports Team

Published : Aug 30, 2024, 10:28 AM IST

Updated : Aug 30, 2024, 12:24 PM IST

Radha Yadav rescued by NDRF from Gujarat Floods: ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ପ୍ରବଳ ବର୍ଷା ଯୋଗୁଁ ଗୁଜରାଟ ଭଦୋଦରାରେ ବନ୍ୟା ସ୍ଥିତି । ଅଧିକ ପଢନ୍ତୁ

Cricketer Radha Yadav
Cricketer Radha Yadav (ETV Bharat Gujarat)

ଅହମ୍ମଦାବାଦ: ପ୍ରବଳ ବର୍ଷା ପରେ ଭାସୁଛି ଗୁଜୁରାଟ । ଚାରିଆଡେ ଜଳାର୍ଣ୍ଣବ । ଗୁଜରାଟରେ ଗମ୍ଭୀର ହୋଇଛି ବନ୍ୟାସ୍ଥିତି। ଘରେ ପାଣି, ବାହାରେ ପାଣି। ଯୁଆଡ଼େ ଚାହିଁବେ ଜଳାର୍ଣ୍ଣବ ସ୍ଥିତି । ଗତ ୨ଦିନ ଭିତରେ ରାଜ୍ୟରେ ପ୍ରାୟ ୩୦ ଜଣଙ୍କ ପ୍ରାଣହାନୀ ଖବର ସାମ୍ନାକୁ ଆସିଥିବା ବେଳେ ପ୍ରଭାବିତ ହୋଇଛି ପାଖାପାଖି ୧୮ଟି ଜିଲ୍ଲା । ଜଳପ୍ରଳୟରେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ଏପଟେ ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରାଧା ଯାଦବ । ସୋସିଆଲ ମିଡିଆରେ ଲେଖିଲେ ମୋ ସ୍ଥିତି ସଙ୍ଗୀନ । ମୋତେ ଉଦ୍ଧାର କର । ଏହା ପରେ ଆକ୍ସନକୁ ଆସିଲା ଏନଡିଆରଏଫ୍ । ରାଧାଙ୍କୁ ଉଦ୍ଧାର କରାଯାଇଛି । ତେବେ ଅକ୍ଟୋବରରୁ ଆରମ୍ଭ ହେବ ମହିଳା ଟି-୨୦ ବିଶ୍ବକପ । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରାଧା ଯାଦବ ମଧ୍ୟ ଟିମରେ ସିଲେକ୍ସନ ହୋଇଛନ୍ତି ।

ଏହା ବି ପଢନ୍ତୁ- Ashwin IPL all time XI; ଅଶ୍ବୀନଙ୍କ ସର୍ବକାଳୀନ ଆଇପିଏଲ୍ ଟିମ; ଧୋନୀ କ୍ୟାପଟେନ୍, କୋହଲି ଓପନର, ଗେଲ-ପୋଲାର୍ଡ-ପାଣ୍ଡ୍ୟାଙ୍କୁ ମିଳିଲାନି ସ୍ଥାନ - RAVICHANDRAN ASHWIN

ଟି-୨୦ ମହିଳା ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଏଥରେ ସାମିଲ ହୋଇଛନ୍ତି ରାଧା ଯାଦବ । ତେବେ ଗୁଜୁରାଟ ବନ୍ୟାରେ ରାଧା ଏବଂ ତାଙ୍କ ପରିବାର ଫସିଥିଲେ । ଏହି ଖବର ଆସିବା ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଗୁଜୁରାଟରେ ଜଳ ଆଁରେ ହଜାର ହଜାର ଲୋକ ବାସ ହରାଇଛନ୍ତି । ଚାରିଆଡେ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ଜୋରଦାର ଚାଲିଛି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ । ଏପର୍ଯ୍ୟନ୍ତ ୧୭ ହଜାର ଲୋକଙ୍କୁ ଉଦ୍ଧାର କରାଗଲାଣି । ତେବେ ଏହି ବନ୍ୟାରେ ଫସିଥିଲେ ରାଧା ଓ ତାଙ୍କ ପରିବାର । ବୁଧବାର ରାଧା ଯାଦବ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥରେ ଅଞ୍ଚଳରେ ବନ୍ୟାରେ ସ୍ଥିତି ସଙ୍ଗୀନ ବୋଲି ଲେଖି ଆମକୁ ଉଦ୍ଧାର କର ବୋଲି ଅପିଲ କରିଥିଲେ । ପରେ ଏନଡିଆରଏଫ୍ ଟିମ୍ ରାଧା ଏବଂ ତାଙ୍କ ପରିାବର ଲୋକଙ୍କୁ ଉଦ୍ଧାର କରିଛି ।

"ଆମେ (ରାଧା ଏବଂ ତାଙ୍କ ପରିବାର) ବନ୍ୟାରେ ଫସିଥିଲୁ । ଏନଡିଆର ଉଦ୍ଧାର କରିଥିବାରୁ ଧନ୍ୟବାଦ," ବୋଲି ରାଧା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ରାଧା ଯାଦବ ଟିମ୍ ଇଣ୍ଡିଆର ସ୍ପିନ ଅଲରାଉଣ୍ଡର ।

Last Updated : Aug 30, 2024, 12:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.