ETV Bharat / sports

କ୍ରିକେଟରୁ ଅବସର ଘୋଷଣା କଲେ ରାହୁଲ ! ସୋସିଆଲ ମିଡିଆରେ ପୋଷ୍ଟ କରି.. - KL Rahul Retirement Post Viral

author img

By ETV Bharat Sports Team

Published : Aug 23, 2024, 1:14 PM IST

KL Rahul Retirement Post Viral : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ କି ଷ୍ଟାର କ୍ରିକେଟର କେଏଲ୍‌ ରାହୁଲ ? ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ରାହୁଲଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ । ଜାଣନ୍ତୁ ପୂରା ଘଟଣା,

କେଏଲ୍‌ ରାହୁଲ
KL Rahul (ETV Bharat Odisha)

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର କେଏଲ୍ ରାହୁଲ ହଠାତ୍ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଥମେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ସେୟାର କରିଥିଲେ, ଯେଉଁଥିରେ ଲେଖାଥିଲା ସେ ଖୁବଶୀଘ୍ର ସମସ୍ତଙ୍କୁ କିଛି କହିବାକୁ ଯାଉଛନ୍ତି । ଏହାପରେ ସୋସିଆଲ ମିଡିଆରେ ଅନ୍ୟ ଏକ ପୋଷ୍ଟ ଖୁବ ଭାଇରାଲ ହେଉଛି । ଏହା କେଏଲ୍‌ ରାହୁଲଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଓ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି ବୋଲି ଦାବି କରାଯାଉଛି । ତେବେ ଏହି ପୁରା ଖବରରେ ସତ୍ୟତା କେତେ ? କ'ଣ ସତରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି କି ରାହୁଲ ? ଜାଣନ୍ତୁ ପୂରା ଘଟଣା,

କ'ଣ ପୂରା ଘଟଣା ? :-

କେଏଲ୍ ରାହୁଲଙ୍କ ଅବସର ନେଇ ସୋସିଆଲ ମିଡିଆରେ ପବନ ବେଗରେ ଭାଇରାଲ ହେଉଛି ଏକ ପୋଷ୍ଟ । ଏହି ପୋଷ୍ଟ କେଏଲ୍‌ ରାହୁଲଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ପରି ଲାଗୁଛି, କାରଣ ଏଥିରେ ରାହୁଲଙ୍କ ଫଟୋ ମଧ୍ୟ ରହିଛି । ଏହି ପୋଷ୍ଟରେ ଲେଖାଯାଇଛି, "ବହୁ ବିଚାର ପରେ ମୁଁ ବୃତ୍ତିଗତ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସହଜ ନଥିଲା, କାରଣ ଅନେକ ବର୍ଷ ଧରି କ୍ରୀଡା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଥିଲା । ମୋର କ୍ରିକେଟ କ୍ୟାରିୟର ମଧ୍ୟରେ ମୋ ପରିବାର, ବନ୍ଧୁ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଠାରୁ ମୁଁ ପାଇଥିବା ସମର୍ଥନ ଏବଂ ଉତ୍ସାହ ପାଇଁ ମୁଁ କୃତଜ୍ଞ । ମୁଁ ପଡ଼ିଆରେ ତଥା ପଡ଼ିଆ ବାହାରେ ପାଇଥିବା ଅନୁଭୂତି ଏବଂ ସ୍ମୃତିଗୁଡ଼ିକ ପ୍ରକୃତରେ ଅମୂଲ୍ୟ ଅଟେ । ମୋତେ ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ବହୁ ପ୍ରତିଭାବାନ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ । ମୋ ଜୀବନର ନୂତନ ଅଧ୍ୟାୟ ପାଇଁ ମୁଁ ଉତ୍ସାହିତ । ଖେଳ ଜୀବନକୁ ମୁଁ ସର୍ବଦା ମନେ ରଖିବି । ଏହି ଅବିଶ୍ବସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।" ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ରାହୁଲ ଏହି ପୋଷ୍ଟକୁ ଡିଲିଟ କରିଦେଇଥିବା ଦାବି କରାଯାଉଛି ।

ରାହୁଲଙ୍କ ଏହି ପୋଷ୍ଟ କେତେ ସତ ? :-

କେଏଲ ରାହୁଲ କ୍ରିକେଟରୁ ଅବସର ନେଇଥିବା ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ସମ୍ପୂର୍ଣ୍ଣ ନକଲି । ବାସ୍ତବରେ କ୍ରିକେଟରୁ ଅବସର ନେଇ ରାହୁଲ କୌଣସି ଘୋଷଣା କରିନାହାଁନ୍ତି । ଯଦିଓ କେଏଲ୍ ରାହୁଲଙ୍କ ଅବସର ନେଇ ମିଛ ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି, କିନ୍ତୁ ରାହୁଲ ନିଜେ ଇନଷ୍ଟାଗ୍ରାମରେ ଏକ ବଡ଼ ଘୋଷଣା କରିଥିଲେ । ସେ ତାଙ୍କର ସର୍ବଶେଷ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, 'ମୁଁ ଏକ ଘୋଷଣା କରିବାକୁ ଯାଉଛି, ଅପେକ୍ଷାରେ ରୁହନ୍ତୁ...' । ବର୍ତ୍ତମାନ ରାହୁଲଙ୍କ କୌଣସି ସୋସିଆଲ ମିଡିଆ ଆକାଉଣ୍ଟରେ ସେ ସନ୍ୟାସ ନେବା ଭଳି କୌଣସି ପୋଷ୍ଟ ନାହିଁ । ତେଣୁ ଭାଇରାଲ ହେଉଥିବା ପୋଷ୍ଟରେ କୌଣସି ସତ୍ୟତା ଦେଖାଯାଉନାହିଁ । ଅନେକ ପ୍ରଶଂସକ ଏହି ପୋଷ୍ଟକୁ ନକଲି ଏବଂ ଫୋଟୋସପ୍‌ ଦ୍ବାରା ଏଡିଟେଡ ବୋଲି ଦାବି କରିଛନ୍ତି । 32 ବର୍ଷୀୟ ରାହୁଲଙ୍କ ଆଗରେ ଲମ୍ବା କ୍ରିକେଟ ଭବିଷ୍ୟତ ରହିଛି । ଯଦିଓ ଟି20 ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଚୟନକର୍ତ୍ତା ତାଙ୍କୁ ବିଚାରକୁ ନେଉନାହାନ୍ତି, ହେଲେ ଦିନିକିଆ ଏବଂ ଟେଷ୍ଟ ଦଳରେ ତାଙ୍କୁ ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ବିଚାର କରାଯାଏ ।

ଦୁଲୀପ ଟ୍ରଫି ଖେଳିବେ ରାହୁଲ :-

ପ୍ରକାଶ ଥାଉ, ନିକଟରେ ଟି20 ବିଶ୍ବକପ୍‌ ଦଳରେ ସ୍ଥାନ ହରାଇବା ପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ କେଏଲ୍ ରାହୁଲଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଆଖିଦୃଶିଆ ପ୍ରଦର୍ଶନ ଦେବାରେ ସେ ବିଫଳ ହୋଇଥିଲେ । ବାଂଲାଦେଶ ବିପକ୍ଷ ସିରିଜ୍ ପୂର୍ବରୁ କେଏଲ୍ ରାହୁଲ ଆସନ୍ତା ସେପ୍ଟେମ୍ବର 5ରୁ ଆରମ୍ଭ ହେବାକୁ ଥିବା ଦୁଲୀପ୍ ଟ୍ରଫି 2024ରେ ଖେଳୁଥିବା ନଜର ଆସିବେ ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଦେଖି ସିଟରୁ ଉଠିଗଲେ KKR କ୍ୟାପଟେନ୍, ରୋହିତ-ଆୟର ବ୍ରୋମାନ୍ସ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ଏହା ହିଁ ଭଲପାଇବା... - Iyer wins hearts of rohit fans

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.