ହାଇଦ୍ରାବାଦ: ସ୍ଥାନୀୟ ଉପଲ୍ଲ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର T20I (ଟି-20 ଅନ୍ତର୍ଜାତୀୟ)ରେ ରେକର୍ଡ । ଟେଷ୍ଟ ପ୍ଲେଇଂ ଟିମ୍ ଭାବେ ସର୍ବାଧିକ ସ୍କୋର ହାସଲ । 6 ଓ୍ବିକେଟ ବିନିମୟରେ ରେକର୍ଡ 297 ରନ ସ୍କୋର କଲା ଟିମ୍ ଇଣ୍ଡିଆ ।
ସାମସନଙ୍କ ବିସ୍ଫୋରକ ଶତକହାଇଦ୍ରାବାଦରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ସଞ୍ଜୁଙ୍କ ସଫଳତା । ୪୦ ବଲ୍ରେ ଶତକ କରି ରେକର୍ଡ ବୁକ୍ରେ ସାମସନ । ତୃତୀୟ ଦ୍ରୁତତମ ଶତକ କଲେ ସଞ୍ଜୁ ସାମସନ । ୯ଟି ଚୌକା ଓ ୮ଟି ଛକା ବଳରେ ଶତକ କଲେ ।
Innings Break!
— BCCI (@BCCI) October 12, 2024
A batting exhibition from #TeamIndia as they post their Highest T20I total of all time 🔥🔥
India set a 🎯 of 298 for Bangladesh as @IamSanjuSamson top-scores with 111(47) 👏👏
Over to our bowlers 💪
Scorecard - https://t.co/ldfcwtHGSC#INDvBAN |… pic.twitter.com/SHDG8omeIu
ଭାରତର ରେକର୍ଡ ସ୍କୋର ୨୯୭/୬ ଜବାବରେ ବାଂଲାଦେଶ ମାତ୍ର 164 ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଏହି ମ୍ୟାଚକୁ 133 ରନରେ ଜିତିବା ସହିତ ସିରିଜକୁ 3-0ରେ କବଜା କହିଛି ।
ବାଂଲାଦେଶ ବିପକ୍ଷରେ ଭାରତର ରନ୍ ବର୍ଷା; ୨୯୭/୬
- ଅନ୍ତର୍ଜାତୀୟ ଟି-୨୦ରେ ଭାରତର ସର୍ବାଧିକ ସ୍କୋର
- ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ସର୍ବାଧିକ ଇନିଂସ ସ୍କୋର
- କୌଣସି ଟି-୨୦ ଇନିଂସରେ ମୋଟ୍ ୪୭ ବାଉଣ୍ଡରୀ ସର୍ବାଧିକ
ସାମସନ୍ଙ୍କ ଜବରଦସ୍ତ ଶତକ
- ସଞ୍ଜୁ ସାମସନଙ୍କ ଜବରଦସ୍ତ ଶତକ
- ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଶତକ
- ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଟି-୨୦ ଶତକ
- 40 ବଲରୁ ଶତକ
- ଦୃତ ତମ ଶତକ ହାସଲରେ ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ
- 35 ବଲରୁ ଶତକ ମାରିଥିଲେ ରୋହିତ