ETV Bharat / sports

ଗିଲ୍‌ଙ୍କ ଅଧିନାୟକ ପାଳି, ୱାଶିଂଟନ୍‌ଙ୍କ ଘାତକ ବୋଲିଂ; ୨୩ ରନରେ ଜିତିଲା ଭାରତ - India vs Zimbabwe 3rd T20I

author img

By ETV Bharat Odisha Team

Published : Jul 10, 2024, 8:26 PM IST

Updated : Jul 10, 2024, 9:24 PM IST

India vs Zimbabwe 3rd T20I: ତୃତୀୟ ଟି୨୦ରେ ଜିମ୍ବାୱେକୁ ୨୩ ରନରେ ମାତ ଦେଲା ଭାରତ । ପ୍ରଭାବୀ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହେଲେ ୱାଶିଂଟନ୍‌ ସୁନ୍ଦର । ଅଧିକ ପଢ଼ନ୍ତୁ

India vs Zimbabwe 3rd T20I
India vs Zimbabwe 3rd T20I (BCCI)

ହରାରେ (ଜିମ୍ବାୱେ): ଜିମ୍ବାୱେ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଶୁଭମନ ଗିଲ୍‌ଙ୍କ ଅଧିନାୟକ ପାଳି । ଋତୁରାଜ ବି ଖେଳିଲେ ଗୁରୁତ୍ବପୂର୍ଣ୍ଣ ଇନିଂସ୍‌ । ୱାଶିଂଟନ୍‌ ସୁନ୍ଦରଙ୍କ ଆକ୍ରାମକ ବୋଲିଂ ବଳରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୮୨ ରନ କରିଥିଲା । ଅନ୍ୟପଟେ ୧୮୩ ରନର ଟାର୍ଗେଟ ନେଇ କେବଳ ୧୫୯ ରନ ହିଁ କରିପାରିଛି ଜିମ୍ବାୱେ । ଫଳରେ ତୃତୀୟ ମ୍ୟାଚ୍‌ ଜିତି ସିରିଜରେ ୨-୧ ଲିଡ୍‌ ନେଇଛନ୍ତି ମେନ୍‌ ଇନ୍‌ ବ୍ଲୁ ।

ଭାରତ ପାଳି:-

ତୃତୀୟ ଟି୨୦ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ । ଦଳକୁ ଅଧିନାୟକ ବେଶ ଭଲ ଆରମ୍ଭ ମଧ୍ୟ ଦେଇଥିଲେ । ଆଜି ଜିମ୍ବାୱେରେ ପ୍ରଥମ ମ୍ୟାଚ୍‌ ଖେଳି ଅଧିନାୟକଙ୍କ ସହ ପାଳି ଆରମ୍ଭ କରିଥିଲେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ । ତେବେ ସେ ୩୬ ରନ କରି ଆଉଟ୍‌ ହୋଇଥିଲେ । ପୂର୍ବ ମ୍ୟାଚ୍‌ରେ ଓପନିଂ କରି ମେଡେନ୍‌ ଶତକ ହାସଲ କରିଥିବା ଯୁବ ତାରକା ଅଭିଷେକ ଶର୍ମା ଆଜି ୩ୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି କେବଳ ୧୦ ରନ ହିଁ କରି ପାରିଥିଲେ । ଗିଲ୍‌ଙ୍କ ଦମଦାର ପାଳି ଶେଷ ହୋଇଥିଲା ୧୮ତମ ଓଭରରେ । ସେ ୪୯ ବଲରୁ ଦଳ ପାଇଁ ସର୍ବାଧିକ ୬୬ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ୨୮ ବଲରୁ ୪୯ ରନର ଧୂଆଁଧାର ପାଳି ଖେଳିଥିଲେ ଋତୁରାଜ ଗାଏକୱାଡ । ସିରିଜର ପ୍ରଥମ ମ୍ୟାଚ୍‌ ଖେଳିଥିବା ସାମସନ ୧୨ ରନ କରି ଦଳୀୟ ସ୍କୋରକୁ ୧୮୨ରେ ପହଞ୍ଚାଇଥିଲେ ।

ଏହି ପାଳିରେ ଜିମ୍ବାୱେ ପକ୍ଷରୁ ବ୍ଲେସିଂ ମୁଜାରାବାନି ଓ ଅଧିନାୟକ ସିକନ୍ଦର ରାଜା ୨ଟି ଲେଖାଏଁ ୱିକେଟ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବୋଲରଙ୍କୁ ଆଶାତୀତ ସଫଳତା ମିଳିନଥିଲା ।

ଜିମ୍ବାୱେ ପାଳି:-

୧୮୩ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ଜିମ୍ବାୱେକୁ ପ୍ରଥମ ଝଟ୍‌କା ଦେଇଥିଲେ ଭାରତୀୟ ପେସର ଅଭେଶ ଖାନ । ସେ ନିଜ ସ୍ପେଲ୍‌ର ପ୍ରଥମ ବଲରେ ହିଁ ଜିମ୍ବାୱେ ଓପନର ୱେସଲି ମାଧେବେରେଙ୍କୁ ଆଉଟ୍‌ କରିଥିଲେ । ଅନ୍ୟତମ ଓପନର ମରୁମାନି ୧୩ ରନ କରି ଖଲିଲ ଅହମ୍ମଦଙ୍କ ବଲରେ ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଡାୟନ ମାୟର୍ସ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିବାବେଳେ ଅନ୍ୟପଟେ ତାଙ୍କୁ କୌଣସି ବ୍ୟାଟରଙ୍କ ସହଯୋଗ ମିଳିନଥିଲା । ଯଦିଓ ୱିକେଟ୍‌ କିପର କ୍ଲାଇଭ ମାଦାଣ୍ଡେ ୩୭ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ, ହେଲେ ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା । ଅଧିନାୟକ ସିକନ୍ଦର ରାଜା ୧୫ ରନ୍‌ ହିଁ କରିପାରିଥିଲେ । ୱେଲିଂଟନ ମାସାକାଜା ଅପରାଜିତ ୧୮ ରନ କରିଥିଲେ । ଅନ୍ୟପଟେ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିଥିବା ଡାୟନ ମାୟର୍ସ ୪୯ ବଲରୁ ୬୫ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ତେବେ ଦଳ ବିଜୟ ଠାରୁ ୨୩ ରନ ଦୂରରେ ରହିଯାଇଥିଲା ।

ଭାରତୀୟ ବୋଲିଂ ବିଭାଗର ଦୁର୍ବଳ ପ୍ରଦର୍ଶନକୁ ନେଇ ଚିନ୍ତା:-

ଏହି ପାଳିରେ ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ଓ ଖଲିଲ ଅହମ୍ମଦଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବୋଲରଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ଚିନ୍ତାରେ ପକାଇଥିବ ନିଶ୍ଚୟ । ଶିବମ ଦୁବେ ଓ ଅଭିଷେକ ଶର୍ମା ୨ ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ ୨୭ ଓ ୨୩ ରନ ବ୍ୟୟ କରିଥିଲେ । ଯାହା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଅଭେଶ ଖାନ ୩୯ ଓ ରବି ବିଷ୍ଣୋଇ ୩୭ ରନ ବ୍ୟୟ କରି କିଛି ମାତ୍ରାରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯାହା ଭାରତ ହାତରୁ ମ୍ୟାଚ୍‌ ଏକ ପ୍ରକାର ଛଡ଼ାଇ ନେବାକୁ ବସିଥିଲା । ତେବେ ଅଭେଶ ଖାନ ୨ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ । ୱାଶିଂଟନ ସୁନ୍ଦର ୪ ଓଭରରେ ୧୫ ରନ ବ୍ୟୟ କରି ୩ ୱିକେଟ୍‌ ଦଖଲ କରିବା ଭାରତ ବିଜୟର ପ୍ରମୁଖ କାରଣ । 4 ଓଭରରୁ ୧୫ ରନ ବ୍ୟୟରେ ଗୋଟିଏ ୱିକେଟ୍‌ ପାଇଥିବା ଖଲିଲ ଅହମ୍ମଦଙ୍କ ସ୍ପେଲ ମଧ୍ୟ ବେଶ ପ୍ରଭାବଶାଳୀ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2024, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.