ETV Bharat / sports

ରୋହିତ-କୋହଲି ଯାଉଥିଲେ ସ୍କୁଲ, ଜନ୍ମ ହୋଇନଥିଲେ ଗିଲ; ଜାଣନ୍ତୁ କେବେ ଶ୍ରୀଲଙ୍କା ଜିତିଥିଲା ଶେଷ ସିରିଜ - India vs Sri Lanka ODI

author img

By ETV Bharat Sports Team

Published : Aug 3, 2024, 3:16 PM IST

India vs Sri Lanka ODI Record : ଶ୍ରୀଲଙ୍କା ଯେତେବେଳେ ଭାରତ ବିପକ୍ଷରେ ଶେଷ ଦିନିକିଆ ସିରିଜ ଜିତିଥିଲା, ସେତେବେଳେ ଜନ୍ମ ହୋଇନଥିଲେ ଏବେର ଉପଅଧିନାୟକ ଶୁବମନ ଗିଲ୍‌ । ରୋହିତ-ବିରାଟ ଯାଉଥିଲେ ସ୍କୁଲ । ଅଧିକ ପଢ଼ନ୍ତୁ

India vs Sri Lanka ODI Record
India vs Sri Lanka ODI Record (AP Photo)

ହାଇଦ୍ରାବାଦ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଯାଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍‌ 2 ଅଗଷ୍ଟ ଶୁକ୍ରବାର ଦିନ କଲମ୍ବୋରେ ଖେଳାଯାଇଥିଲା । ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚ୍‌ର ଫଳାଫଳ କିନ୍ତୁ ଆସିପାରିନଥିଲା । ଉଭୟ ଦଳ 230 ରନ ଲେଖାଏଁ କରିବାରୁ ମ୍ୟାଚ୍‌ ଡ୍ର' ରହିଥିଲା । ଅର୍ଥାତ ସିରିଜ ଜିତିବା ପାଇଁ ଅବଶିଷ୍ଟ ଦୁଇଟି ଯାକ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବେ ଉଭୟ ଦଳ । ହେଲେ ଆପଣ ଜାଣନ୍ତି କି, ଶ୍ରୀଲଙ୍କା ଶେଷ ଥର ଭାରତ ବିପକ୍ଷରେ କେବେ ଦ୍ବିପାକ୍ଷିକ ଦିନିକିଆ ସିରିଜ ଜିତିଥିଲା ? ଶ୍ରୀଲଙ୍କା ଶେଷଥର ତିନି ଦଶନ୍ଧି ପୂର୍ବରୁ ଭାରତ ବିପକ୍ଷରେ ଏକ ଦ୍ବିପାକ୍ଷିକ ଦିନିକିଆ ସିରିଜ୍‌ ଜିତିଥିଲା । କୌତୁହଳର ବିଷୟ ହେଉଛି, ଭାରତୀୟ ଦଳର ବର୍ତ୍ତମାନର ଉପ-ଅଧିନାୟକ ଶୁବମନ ଗିଲ ସେତେବେଳେ ଜନ୍ମ ମଧ୍ୟ ହୋଇନଥିଲେ । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ ସେତେବେଳେ ସ୍କୁଲ ଯାଉଥିଲେ ।

27 ବର୍ଷ ପୂର୍ବରୁ ଶ୍ରୀଲଙ୍କା ଜିତିଥିଲା ସିରିଜ :-

ଭାରତ ବିପକ୍ଷରେ ଶ୍ରୀଲଙ୍କାର ଶେଷ ଦିନିକିଆ ସିରିଜ୍‌ ବିଜୟ ପ୍ରାୟ 27 ବର୍ଷ ପୂର୍ବେ, ଅର୍ଥାତ୍ 1997 ମସିହାରେ ହୋଇଥିଲା । ସେବେଠାରୁ ଶ୍ରୀଲଙ୍କା ଦଳ ଗୋଟିଏ ମଧ୍ୟ ଦିନିକିଆ ସିରିଜରେ ଭାରତକୁ ପରାସ୍ତ କରିପାରି ନାହିଁ । 1997ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯାଇଥିଲା । ଏହି ସିରିଜରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରିଥିଲା । ସେହି ସିରିଜ୍‌ ପରେ ଏବେ ପର୍ଯ୍ୟନ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋଟ 10ଟି ODI ସିରିଜ୍ ଖେଳାଯାଇଛି, କିନ୍ତୁ ଶ୍ରୀଲଙ୍କା ଦଳ ଗୋଟିଏ ବି ସିରିଜ୍ ଜିତିବାରେ ସଫଳ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ମ୍ୟାଚ୍‌ ଡ୍ର ପରେ ବି କାହିଁକି ହେଲାନି ସୁପର ଓଭର ? ଜାଣନ୍ତୁ କଣ ରହିଛି ICC ନିୟମ - IND vs SL 1st ODI TIED

ସ୍କୁଲ ଯାଉଥିଲେ ରୋହିତ-ବିରାଟ :-

ଶେଷଥର ଶ୍ରୀଲଙ୍କା ଯେତେବେଳେ ଭାରତ ବିପକ୍ଷ ODI ସିରିଜ ଜିତିଥିଲା, 100 ଶତକ ଲଗାଇଥିବା 'ଗଡ୍‌ ଅଫ୍‌ କ୍ରିକେଟ୍‌' ସଚିନ୍ ତେନ୍ଦୁଲକର ସେତେବେଳେ ମାତ୍ର 25 ଶତକ ହାସଲ କରିଥିଲେ । ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଭାବରେ ଡେବ୍ୟୁ ମଧ୍ୟ କରିନଥିଲେ । ସବୁଠାରୁ ବଡ଼ କଥା ହେଉଛି, ରୋହିତ ଶର୍ମା ଏବଂ ବିରାଟ କୋହଲି ସେତେବେଳେ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ । ଏବଂ ବର୍ତ୍ତମାନର ଉପ-ଅଧିନାୟକ ଶୁବମନ ଗିଲ ସେତେବେଳେ ଜନ୍ମ ମଧ୍ୟ ହୋଇନଥିଲେ ।

ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ଶ୍ରୀଲଙ୍କା :-

ଚଳିତ ଦିନିକିଆ ସିରିଜ୍‌ ଜିତି ତିନି ଦଶନ୍ଧି ପୂରୁଣା ପରାଜୟ ଧାରା ଭାଙ୍ଗିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା । 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରୁ ପ୍ରଥମଟି ଡ୍ର' ହୋଇଥିବାରୁ ଏବେ ସିରିଜ ଜିତିବାକୁ ହେଲେ ଯେକୌଣସି ଦଳକୁ ଅବଶିଷ୍ଟ 2ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ତେଣୁ ଉଭୟ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ ଅବଶିଷ୍ଟ ମ୍ୟାଚ୍‌ ଜିତି ସିରିଜ ଜିତିବା ଲକ୍ଷ୍ୟରେ ରହିବେ । ODI ସିରିଜର ପ୍ରଥମ ମ୍ୟାଚ୍‌ ଡ୍ର ହେବାପରେ ଦ୍ବିତୀୟ ମ୍ୟାଚ୍ ରବିବାର 4 ଅଗଷ୍ଟରେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ 7 ଅଗଷ୍ଟରେ ଖେଳାଯିବ । ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ଉଭୟ ଅବଶିଷ୍ଟ ମ୍ୟାଚ୍ ଜିତି ଭାରତ ବିପକ୍ଷରେ 27 ବର୍ଷ ପରେ ଦ୍ବିପାକ୍ଷିକ ସିରିଜ୍ ଜିତିବ, ନା ଭାରତୀୟ ଦଳ ଏହାର ବିଜୟଧାରା ବଜାୟ ରଖିବ, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢ଼ନ୍ତୁ...IND vs SL first ODI: ଦୁବେ ଲଢିଲେ ହେଲେ ଜିତାଇ ପାରିଲେନି, ଭାରତ-ଶ୍ରୀଲଙ୍କା ମ୍ୟାଚ ଟାଏ, ରୋହିତ କହିଲେ... - Series opener ends in a tie

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.