ETV Bharat / sports

ଇଂଲଣ୍ଡକୁ ସିରାଜଙ୍କ ଖୋଲା ଚ୍ୟାଲେଞ୍ଜ; କହିଲେ ବାଜ୍‌ବଲ୍‌ କ୍ରିକେଟ ଖେଳିଲେ...

author img

By ETV Bharat Odisha Team

Published : Jan 24, 2024, 9:49 PM IST

Mohammed Siraj warns England: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଗ୍ରାଉଣ୍ଡରେ ଖେଳିବେ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଇଂଲଣ୍ଡକୁ ବାଜ୍‌ବଲ୍‌ ନଖେଳିବାକୁ ଦେଲେ ଚେତାବନୀ । ବାପାଙ୍କ ନିଧନ କଥା କହି ହେଲେ ଭାବବିହ୍ବଳ । ଅଧିକ ପଢ଼ନ୍ତୁ

ଇଂଲଣ୍ଡକୁ ସିରାଜଙ୍କ ଖୋଲା ଚେତାବନୀ
ଇଂଲଣ୍ଡକୁ ସିରାଜଙ୍କ ଖୋଲା ଚେତାବନୀ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁରୁବାର (ଜାନୁଆରୀ 25) ଠାରୁ ଆରମ୍ଭ ହେବ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ । ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ପ୍ରଥମ ମ୍ଯାଚ୍‌ ଗୁରୁବାର ସକାଳ 9.30ରୁ ଆରମ୍ଭ ହେବ । ଏହା ପୂର୍ବରୁ ଉଭୟ ଦଳର ସମସ୍ତ ଖେଳାଳି ଏଠାରେ ପହଞ୍ଚି ଜୋରଦାର ଅଭ୍ୟାସ କରିଛନ୍ତି । ତେବେ ଘରୋଇ ମୈଦାନରେ ମ୍ୟାଚ୍‌ ଖେଳିବା ଆଗରୁ ବାପାଙ୍କୁ ହରାଇଥିବା କଥା କହି ଭାବୁକ ହୋଇଛନ୍ତି ଭାରତୀୟ ଦଳର ଷ୍ଟାର ପେସର ମହମ୍ମଦ ସିରାଜ । ତେବେ ମ୍ୟାଚ୍‌ ପୂର୍ବରୁ ସେ ଇଂଲଣ୍ଡକୁ ମଧ୍ୟ ଏକ ଖୋଲା ଚେତାବନୀ ଦେଇଛନ୍ତି ।

  • Mohammad Siraj said - "Bazball won't work in India. If England plays Bazball then match might end in one & half or two days". pic.twitter.com/2gsKEsGvCW

    — CricketMAN2 (@ImTanujSingh) January 24, 2024 " class="align-text-top noRightClick twitterSection" data=" ">

ବାପାଙ୍କ ମୃତ୍ୟୁ ନେଇ ଭାବୁକ ହେଲେ ସିରାଜ: ମ୍ୟାଚ୍‌ ପୂର୍ବରୁ ଜିଓ ସିନେମା ସହ ବାର୍ତ୍ତାଳାପ ବେଳେ ନିଜ ବାପାଙ୍କ ନିଧନ ନେଇ ଭାବୁକ ହୋଇଛନ୍ତି ସିରାଜ । ସେ କହିଛନ୍ତି, "ଅଷ୍ଟ୍ରେଲିଆରେ ମୋର ଟେଷ୍ଟ ଡେବ୍ୟୁ ପୂର୍ବରୁ ମୁଁ ମୋ ବାପାଙ୍କୁ ହରାଇଥିଲି । ଏହି ସମୟ ମୋ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା । ମୁଁ ସେତେବେଳେ ସଙ୍ଗରୋଧରେ ଏକା ଥିଲି । କେହି ଆସି ମୋତେ ଭେଟି ପାରୁନଥିଲେ । ଏହାପରେ ମୁଁ ଭାବିଲି ଯେ, ମୁଁ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ ଖେଳିବା ଉଚିତ୍‌, ଏହା ମୋର ବାପାଙ୍କ ସ୍ୱପ୍ନ ଥିଲା । ମୁଁ କେବଳ ମୋ ବାପାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିଲି ।" ଏଭଳି କହି କ୍ୟାମେରା ଆଗରେ ହିଁ କାନ୍ଦ କାନ୍ଦ ହୋଇଯାଇଥିଲେ ସିରାଜ ।

​ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟ୍‌କିପିଂ କରିବେନି ରାହୁଲ: ଦ୍ରାବିଡ

ଟେଷ୍ଟ ଡେବ୍ୟୁ ନେଇ ଏମିତି କହିଲେ: ସିରାଜ ନିଜର ଟେଷ୍ଟ ପଦାର୍ପଣ ନେଇ କହିଲେ, "ମେଲବର୍ଣ୍ଣରେ ବକ୍ସିଂ ଡେ' ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ ପାଇଲି । ସେତେବେଳେ ମୁଁ ଭାବୁଥିଲି ଯଦି ମୋ ବାପା ସେଠାରେ ଥାଆନ୍ତେ, କେତେ ଖୁସି ହୋଇଥାଆନ୍ତେ । କିନ୍ତୁ ତାଙ୍କର ଆଶୀର୍ବାଦ ମୋ ସହିତ ଥିଲା ଏବଂ ତାହା ହିଁ ମୋତେ ଆଗକୁ ବଢ଼ାଇଥିଲା । ଡେବ୍ୟୁ ବିଷୟରେ ଜାଣିବା ପରେ ମୁଁ ମୋ ପରିବାରକୁ ପ୍ରଥମେ କହିଥିଲି ଯେ ମୁଁ କାଲି ଖେଳୁଛି । ଏତେ ଖୁସିରେ ମୋତେ ନିଦ ବି ହେଲା ନାହିଁ ।"

'ଇଂଲଣ୍ଡର ବାଜବଲ କ୍ରିକେଟ୍‌ ଆମ ପାଇଁ ଭଲ': ଭାରତ ବିପକ୍ଷରେ ଇଂଲଣ୍ଡ ବାଜବଲ୍‌ ଶୈଳୀ ଆପଣାଇବାର ସମ୍ଭାବନା ରହିଛି । ଏନେଇ ସିରାଜ କହିଛନ୍ତି, "ସେମାନଙ୍କର ବାଜ୍‌ବଲ ଭାରତରେ କାମ କରିବ ନାହିଁ । ଯଦି ଇଂଲଣ୍ଡ ବାଜ୍‌ବଲ୍‌ କ୍ରିକେଟ୍‌ ଖେଳିବାକୁ ଚେଷ୍ଟା କରେ, ତେବେ ଏହି ମ୍ୟାଚ୍‌ ଦେଢ଼ କିମ୍ବା ଦୁଇ ଦିନ ମଧ୍ୟରେ ଶେଷ ହୋଇପାରେ । ଏଠାରେ ପ୍ରତ୍ୟେକ ବଲକୁ ମାରିବା ଏତେ ସହଜ ହେବ ନାହିଁ । ଯଦି ବଲ୍‌ ଏଠାରେ ଟର୍ଣ୍ଣ ହୁଏ, ତେବେ ସେମାନଙ୍କ ପାଇଁ ବାଜ୍‌ବଲ୍‌ ସହଜ ହେବ ନାହିଁ । ଯଦି ସେମାନେ ବାଜ୍‌ବଲ୍‌ ଖେଳନ୍ତି, ଏହା ଆମ ପାଇଁ ଭଲ କାରଣ ମ୍ୟାଚ୍‌ ତୁରନ୍ତ ଶେଷ ହୋଇପାରେ ।"

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତକୁ ଝଟ୍‌କା, ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେନି କୋହଲି

ହୋମ୍‌ ଗ୍ରାଉଣ୍ଡରେ ଦମ ଦେଖାଇବେ ସିରାଜ: 2020 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରାଜ ଟେଷ୍ଟ ଡେବ୍ୟୁ କରିଥିଲେ । ସେତେବେଳେ ଭାରତ ସମେତ ସମଗ୍ର ବିଶ୍ବରେ କୋରୋନା କାୟା ବିସ୍ତାର କରିଥିଲା । ଏବେ ସେ ପୁଣିଥରେ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବାକୁ ଯାଉଛନ୍ତି । ହାଇଦ୍ରାବାଦରେ ତାଙ୍କ ଘର ହୋଇଥିବାରୁ ଏହି ମ୍ୟାଚ୍‌ରେ ସ୍ଥାନୀୟ ପ୍ରଶଂସକଙ୍କ ଠାରୁ ସିରାଜ ବହୁତ ସମର୍ଥନ ପାଇବାକୁ ଯାଉଛନ୍ତି । ଭାରତୀୟ ପିଚ୍‌ରେ ଭାରତ ସର୍ବାଧିକ ଦ୍ରୁତ ବୋଲରଙ୍କ ସହ ମ୍ୟାଚ୍‌ ଖେଳିପାରେ । ଏଭଳି ପରିସ୍ଥିତିରେ ସିରାଜ ଏବଂ ଯସପ୍ରୀତ ବୁମ୍‌ରା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.