ETV Bharat / sports

ରାଜକୋଟରେ ତୃତୀୟ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ, ଧ୍ରୁବ ଏବଂ ସର୍ଫରାଜଙ୍କ ଡେବ୍ୟୁ - ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ

IND VS ENG 3rd Test: ରାଜକୋଟରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India vs England
India vs England
author img

By ETV Bharat Odisha Team

Published : Feb 15, 2024, 9:25 AM IST

Updated : Feb 15, 2024, 10:13 AM IST

ରାଜକୋଟ (ଗୁଜୁରାଟ): ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ଟସ ଜିତି ଟିମ ଇଣ୍ଡିଆର ବ୍ୟାଟିଂ ଆରମ୍ଭ ହୋଇଛି । ଇନିଂସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଘରୋଇ ଦଳ । ଭାରତୀୟ ଦଳରେ ପ୍ରଥମ ଥର ଟେଷ୍ଟ ଖେୁଳୁଛନ୍ତି ସର୍ଫରାଜ ଏବଂ ଧ୍ରୁବ୍ । ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ମ୍ୟାଚ । ପରସ୍ପରକୁ ଟକ୍କର ଦେବାକୁ ଦୁଇ ଦଳ ପ୍ରସ୍ତୁତ । ପାଞ୍ଚ ଟିକିଆ ଟେଷ୍ଟ ସିରିଜ ବର୍ତ୍ତମାନ ସୁଦ୍ଧା 1-1ରେ ବରାବର ରହିଛି । ଇଂଲଣ୍ଡ ପ୍ରଥମ ମ୍ୟାଚ ଜିତିଥିବା ବେଳେ, ଦ୍ବିତୀୟ ମ୍ୟାଚ ହାତେଇଥିଲା ଟିମ୍ ଇଣ୍ଡିଆ ।

ଧ୍ରୁବ ଜୁରେଲ ଓ ଶର୍ଫରାଜଙ୍କ ପଦାର୍ପଣ: ପ୍ରଥମ ଥର ପାଇଁ ଆଜି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟ ଖେଳିବାକୁ ଯାଉଛନ୍ତି ଧ୍ରୁବ ଜୁରେଲ ଓ ଶର୍ଫରାଜ ଖାନ । ପ୍ରଥମ ଦୁଇଟି ଟେଷ୍ଟରେ ଧ୍ରୁବ ଜୁରେଲଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିବା ବେଳେ ତୃତୀୟ ଟେଷ୍ଟରେ ସ୍ଥାନ ମିଳିଛି । ଓ୍ବିକେଟ କିପର ଭାବେ ଆଜି ସେ ପଡିଆକୁ ଓହ୍ଲାଇବେ । ସେହିପରି ଇଂଲଣ୍ଡ ବିପକ୍ଷ ତିନୋଟି ଟେଷ୍ଟ ପାଇଁ ଘୋଷଣା ହୋଇଥିବା ସ୍କ୍ବାଡରେ ନୂଆ ମୁହଁ ଭାବେ ଶର୍ଫରାଜ ଖାନକୁ ସ୍ଥାନ ମିଳିଥିଲା । ଆଜି ପ୍ଲେଇଂ ଇଲେଭେନରେ ମଧ୍ୟ ତାଙ୍କୁ ସ୍ଥାନ ଦିଆଯାଇଛି । ଉଭୟ ଆଜି ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବେ । ଧ୍ରୁବ ଓ ଶର୍ଫରାଜଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ-ହକି ମହାକୁମ୍ଭ, ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚ, ଅଟକିବ କି ଭାରତର ପରାଜୟ ଧାରା ?

ଯୁବ ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ନଜର : 5 ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବର୍ତ୍ତମାନ ସୁଦ୍ଧା 2ଟି ମ୍ୟାଚ ଶେଷ ହୋଇଛି । ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ସିରିଜ 1-1ରେ ବରାବର ରହିଛି । ଆଜିଠୁ ଆରମ୍ଭ ହୋଇଥିବା ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତା ଉପରେ ସମସ୍ତଙ୍କ ନଜର । ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ତେଣୁ ଏହି ମ୍ୟାଚ ନିଜ ସପକ୍ଷରେ କରିବାକୁ ଦୁଇ ଦଳ ଜୋର ଦାର ଉଦ୍ୟମ କରିବେ । ଉଭୟ ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ସୁଦୃଢ ରହିଛି । ଭାରତୀୟ ଦଳରେ ଯୁବ ବ୍ୟାଟରଙ୍କ ଉପରେ ଦଳୀୟ ସ୍କୋର ନିର୍ଭର କରେ । ଶୁବମୁନ ଗିଲ ଫର୍ମକୁ ଫେରିଥିବା ବେଳେ ଯଶସ୍ବୀ ଜୈଶ୍ବାଲ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ପୂର୍ବ ଟେଷ୍ଟ ମ୍ୟାଚରେ ସେ ଦ୍ବିଶତକ ହାସଲ କରିଥିଲେ । ତେଣୁ ତାଙ୍କ ବ୍ୟାଟରୁ ଆଜି ଭଲ ରନ ଆସିବା ନେଇ ଆଶା କରାଯାଉଛି । ସେହିପରି ଧ୍ରୁବ ଜୁରେଲ ଓ ଶର୍ଫରାଜ ପ୍ରଥମ ଥର ଟେଷ୍ଟ ମ୍ୟାଚ ଖେଳୁଥିବାରୁ ଦଳ ସେମାନଙ୍କ ଠାରୁ ମଧ୍ୟ ଭଲ ରନ ଆଶା ରଖିଛି । ବିଜଯ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଛି ରୋହିତ ବାହିନୀ ।

500 ଓ୍ବିକେଟ ପୂରଣ କରିବେ ଅଶ୍ବିନୀ: ଆଜିର ମ୍ୟାଚରେ ସ୍ବତନ୍ତ୍ର ରେକର୍ଡ ସ୍ଥାପନ ଲକ୍ଷ୍ୟରେ ରହିଛନ୍ତି ଅଶ୍ବିନୀ । ଆଉ ଗୋଟିଏ ଓ୍ବିକେଟ ନେଲେ ଟେଷ୍ଟ କ୍ୟାରିଅରରେ 500 ଓ୍ବିକେଟ ପୂରଣ କରିବେ ସେ । ବର୍ତ୍ତମାନ ସୁଦ୍ଧା ଟେଷ୍ଟରେ ୪୯୯ ୱିକେଟ ହାସଲ କରିଛନ୍ତି ଅଶ୍ବିନୀ ।

ଭାରତୀୟ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ଶୁବମନ ଗିଲ, ରଜତ ପଟିଦାର, ଶର୍ଫରାଜ ଖାନ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ଓ୍ବିକେଟ କିପର), ରବିଚନ୍ଦ୍ର ଅଶ୍ବୀନ, କୁଳଦୀପ ଯାଦବ, ଜଶପ୍ରୀତ ବୁମରା , ମହମ୍ମଦ ସିରାଜ ।

Last Updated : Feb 15, 2024, 10:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.