ETV Bharat / sports

ଜିମ୍ବାୱେ ଆଗରେ ଆଣ୍ଠେଇଲା ଟିମ୍‌ ଇଣ୍ଡିଆ; ଜବରଦସ୍ତ ବୋଲିଂ ସତ୍ତ୍ବେ ବ୍ୟାଟର ଚିତ୍‌ପଟାଙ୍ଗ - India vs Zimbabwe 1st T20I

India vs Zimbabwe 1st T20I: ଜିମ୍ବାୱେ ବିପକ୍ଷ ପ୍ରଥମ ଟି20ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । 116 ଟାର୍ଗେଟ ନେଇ ଖେଳୁଥିବା ଭାରତୀୟ ଦଳ 102ରେ ଅଲ୍‌ଆଉଟ୍‌ । 13 ରନରେ ପ୍ରଥମ ମ୍ୟାଚ୍‌ ଜିତିଲା ଜିମ୍ବାୱେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 6, 2024, 8:20 PM IST

Updated : Jul 6, 2024, 8:47 PM IST

India vs Zimbabwe 1st T20I
India vs Zimbabwe 1st T20I (Zimbabwe Cricket)

ହରାରେ (ଜିମ୍ବାୱେ): ଜିମ୍ବାୱେ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ହାରିଲା ଟିମ୍‌ ଇଣ୍ଡିଆ । ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଦଳ ଆଜି ପ୍ରଥମ ଟି20 ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଛି । ଜବରଦସ୍ତ ବୋଲିଂ ସତ୍ତ୍ବେ ବ୍ୟାଟିଂରେ ଦୟନୀୟ ପ୍ରଦର୍ଶନ ଭାରତକୁ ପ୍ରଥମ ବିଜୟରୁ ବଞ୍ଚିତ କରିଛି । ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ଭାରତୀୟ ବୋଲିଂ ଆଟାକ୍‌ର ସାମ୍ନା କରିନପାରି 20 ଓଭରରେ 9 ୱିକେଟ୍‌ ହରାଇ କେବଳ 115 ରନ କରିପାରିଥିଲା । ହେଲେ ଜବାବରେ ଭାରତ 19.5 ଓଭରରେ 102 ରନରେ ଅଲ୍‌ଆଉଟ୍‌ ହୋଇଛି । ଫଳରେ 13 ରନରେ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି 1-0 ଲିଡ୍‌ ନେଇଛି ଜିମ୍ବାୱେ ।

ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ବରିଷ୍ଠ ଖେଳାଳୀ ଟି20 ବିଶ୍ବକପ୍‌ 2024 ଜିତିବା ପରେ ଟି20 କ୍ରିକେଟରୁ ନିଜ ନିଜର ଅବସର ଘୋଷଣା କରିସାରିଛନ୍ତି । ବିଶ୍ବ ବିଜୟୀ ଭାରତୀୟ ଦଳରେ ସାମିଲ ଅନେକ ଖେଳାଳି କାର୍ଯ୍ୟବ୍ୟସ୍ତତା ହେତୁ ଜିମ୍ବାୱେ ବିପକ୍ଷ ଭାରତୀୟ ସ୍କ୍ବାଡ୍‌ରେ ସ୍ଥାନ ପାଇ ନାହାନ୍ତି । ଯେଉଁଥିପାଇଁ ଯୁବ ଓପନର ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଏକ ଯୁବ ଦଳ ଜିମ୍ବାୱେ ବିପକ୍ଷ 5 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳା ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଯାଇଛନ୍ତି । ଭାରତୀୟ ପୁରୁଷ ଦଳର ଅନ୍ତରୀଣ ପ୍ରଶିକ୍ଷକ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଦଳ ସହ ଗସ୍ତ କରିଛନ୍ତି । ହେଲେ ପ୍ରଥମ ମ୍ୟାଚ୍‌ରେ ହିଁ ଦଳ ପରାଜୟର ସମ୍ମୁଖୀନ ହୋଇଛି ।

ପ୍ରଥମ ପାଳି:-

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ । ଜବାବରେ ଭାରତୀୟ ବୋଲରମାନେ ମଧ୍ୟ ବେଶ ଆକ୍ରାମକ ବୋଲିଂ କରିଥିଲେ । ଫଳରେ କ୍ରମାଗତ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍‌ ହରାଇ କେବଳ 115 ରନ ହିଁ କରିପାରିଥିଲା । ଓପନର ୱେସଲି ମାଧେବେର 21 ରନ କରିଥିବାବେଳେ ଇନୋସେଣ୍ଟ କାୟା ଖାତା ଖୋଲିପାରିନଥିଲେ । ବ୍ରାଏନ ବେନ୍ନେଟ୍‌ 22, ଅଧିନାୟକ ସିକନ୍ଦର ରାଜା 17, ଡିଅନ ମାୟାର୍ସ 23 ଓ ୱିକେଟ କିପର କ୍ଲାଇଭ ମାଡାଣ୍ଡେ 29 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଲ୍ୟୁକ ଜୋଙ୍ଗୱେ (1)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଖାତା ଖୋଲିବାରେ ମଧ୍ୟ ଅସମର୍ଥ ରହିଥିଲେ ।

ଭାରତ ପକ୍ଷରୁ ସ୍ପିନର ରବି ବିଷ୍ଣୋଇ ଓ ୱାଶିଂଟନ ସୁନ୍ଦରଙ୍କ ସ୍ପେଲ ବେଶ ଆକର୍ଷଣୀୟ ରହିଥିଲା । 4 ଓଭର ବୋଲିଂ କରିଥିବା ବିଷ୍ଣୋଇ 13 ରନ ବ୍ୟୟରେ 4ଟି ୱିକେଟ୍‌ ଅକ୍ତିଆର କରିଥିଲେ । 2 ଓଭରରେ କୌଣସି ରନ ମଧ୍ୟ ବ୍ୟୟ କରିନଥିଲେ ବିଷ୍ଣୋଇ । ୱାଶିଂଟନ ସୁନ୍ଦର ମଧ୍ୟ 4 ଓଭରରୁ କେବଳ 11 ରନ ବ୍ୟୟ କରି 2ଟି ୱିକେଟ୍‌ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭେଶ ଖାନ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥଇଲେ ।

ଦ୍ବିତୀୟ ପାଳି:-

ଆକ୍ରାମକ ବୋଲିଂ ବଳରେ ଭାରତକୁ ଏକ ସହଜ ବିଜୟ ଲକ୍ଷ୍ୟ ମିଳିଥିଲା । ପ୍ରଥମ ମ୍ୟାଚ୍‌ ଜିତି ସିରିଜ୍‌ରେ 1-0 ଲିଡ୍‌ ନେବାକୁ ଭାରତକୁ କେବଳ 116 ରନ ଆବଶ୍ୟକ ଥିଲା । ହେଲେ ପ୍ରଥମ ଓଭରରେ ହିଁ ଦଳକୁ ନିରାଶ କରି ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ ଓପନର ଅଭିଷେକ ଶର୍ମା । ଅଧିନାୟକ ଗିଲ୍‌ 31 ଓ ଅଭେଶ ଖାନ 16 ରନର ପାଳି ଖେଳିଥିଲେ । ୱାଶିଂଟନ ସୁନ୍ଦର ଶେଷ ପର୍ଯ୍ୟନ୍ତ ଲଢ଼ି 27 ରନ ସ୍କୋର କରିଥିଲେ ହେଁ ଭାରତକୁ ଜିତାଇବାକୁ ଏହା ପର୍ଯ୍ୟାପ୍ତ ନଥିଲା । କାରଣ ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ସ୍କୋର କରିବାରେ ମଧ୍ୟ ଅସମର୍ଥ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2024, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.