ETV Bharat / sports

‘ ତୁମେ କାନ୍ଦିଲେ ମୁଁ କାନ୍ଦେ’....କାହିଁକି ଏମିତି ଇମୋଶନାଲ ଭିଡିଓ ପୋଷ୍ଟ କଲେ KKR ପୂର୍ବତନ ମେଣ୍ଟର ଗୌତମ ଗମ୍ଭୀର - Gambhir Posts Emotional Video

author img

By ETV Bharat Odisha Team

Published : Jul 18, 2024, 10:47 AM IST

Updated : Jul 18, 2024, 11:58 AM IST

Gautam Gambhir Posts Emotional Farewell Video For KKR Fans: ଯେତେବେଳେ ଆପଣମାନେ ହସନ୍ତି ମୁଁ ହସେ, ଯେତେବେଳେ ଆପଣମାନେ କାନ୍ଦନ୍ତି ମୁଁ କାନ୍ଦେ, ଯେବେ ଆପଣ ବିଜୟୀ ହୁଅନ୍ତି ମୁଁ ବିଜୟୀ ହୁଏ, ଯେବେ ତୁମେ ହାରିଯାଅ ମୁଁ ବି ହାରିଯାଏ । ଯେବେ ତୁମେ ସ୍ବପ୍ନ ଦେଖ ମୁଁ ବି ସ୍ବପ୍ନ ଦେଖେ... ଧନ୍ୟବାଦ କୋଲକାତା । ଅଧିକ ପଢନ୍ତୁ

Gautam Gambhir
Gautam Gambhir (ETV Bharat Odisha)

ହାଇଦ୍ରାବାଦ: ଆଇପିଏଲ୍ ଡିଫେଣ୍ଡିଂ ଚାମ୍ପିଆନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ବାଏ ବାଏ କହିଲେ ଟିମ୍ ଇଣ୍ଡିଆର ନୂଆ କୋଚ ଗୌତମ ଗମ୍ଭୀର । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ଆବେଗପୂର୍ଣ୍ଣ ଭିଡିଓ ସେୟାର କରି କେକେଆର ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗମ୍ଭୀର । ନୂଆ କୋଚ ଭାବେ ଟିମ୍ ଇଣ୍ଡିଆରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ କେକେଆର ସହିତ ସମ୍ପର୍କ ଛିନ୍ନ କଲେ ଷ୍ଟାର ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତେବେ ଗତ ଆଇପିଏଲରେ କେକେଆର ଗମ୍ଭୀରଙ୍କ ମେଣ୍ଟରିଂରେ ଚାମ୍ପିଆନ ହୋଇଥିଲା ।

ଟି -20 ବିଶ୍ବକପରେ ଭାରତ ବିଶ୍ବଚମ୍ପିଆନ ହୋଇଛି । କୋଚ ରାହୁଲ ଦ୍ରାବିଡ ଏବଂ କ୍ୟାପଟେନ ରୋହିତଙ୍କ କମ୍ବୋ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ବିଶ୍ବକପ ଭୋଟି ଦେଇଛନ୍ତି । ଏହା ପରେ କୋଚ ଦ୍ରାବିଡଙ୍କ କୋଚିଂ କାର୍ଯ୍ୟକାଳ ଶେଷ ହୋଇଛି ଏବଂ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ନିଯୁକ୍ତି ପାଇଥିବା ବେଳେ ଆସନ୍ତା ଶ୍ରୀଲଙ୍କା ଦିନିକିଆ ସିରିଜରୁ କାର୍ଯ୍ୟ ଆରମ୍ଭ କରିବେ ।

ଗୌତମ ଗମ୍ଭୀରରେ ଗତ 2011ରେ କେକେଆରରେ ଯୋଗ ଦେଇଥିଲେ । ଏହି ସମୟରେ ଗମ୍ଭୀରଙ୍କ ଅଧିନାୟକତ୍ବରେ କେକେଆର ଦୁଇ ଦୁଇ ଥର ଚାମ୍ପିଆନ ହୋଇଥିଲା । ତେବେ ଗମ୍ଭୀର ଭିଡଓ ପୋଷ୍ଟ କରି କେକେଆର ସହିତ ଥିବା ସମ୍ପର୍କକୁ ମନେ ପକାଇବା ସହିତ ଏହି ସମ୍ପର୍କ ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି । ସେ କହିଛନ୍ତି, "ସମସ୍ତ କୋଲକାତା ଫ୍ୟାନ୍ସଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ତମ ମାନଙ୍କ ସହିତ ମୁଁ ଯେଉଁ ଲିଗାସୀ (ପଦାଙ୍କ) ତିଆରି କରିଛି, ଏବେ ତାଠୁ ପାଦେ ଆଗକୁ ଯାଇ ନୂଆ ଲିଗାସୀ ତିଆରି କରିବାର ସମୟ ଆସିଛି ।"

ଗମ୍ଭୀର ସେୟାର କରିଥିବା ଭିଡିଓରେ କହିଛନ୍ତି ଯେ, ଯେତେବେଳେ ଆପଣମାନେ ହସନ୍ତି ମୁଁ ହସେ, ଯେତେବେଳେ ଆପଣମାନେ କାନ୍ଦନ୍ତି ମୁଁ କାନ୍ଦେ, ଯେବେ ଆପଣ ବିଜୟୀ ହୁଅନ୍ତି ମୁଁ ବିଜୟୀ ହୁଏ, ଯେବେ ତୁମେ ହାରିଯାଅ ମୁଁ ବି ହାରିଯାଏ । ଯେବେ ତୁମେ ସ୍ବପ୍ନ ଦେଖ ମୁଁ ବି ସ୍ବପ୍ନ ଦେଖେ... ଧନ୍ୟବାଦ କୋଲକାତା । ମୁଁ ଆପଣଙ୍କ ମଧ୍ୟରୁ ଜଣେ । ମୁଁ ଆପଣଙ୍କ ସଂଘର୍ଷକୁ ଦେଖିଛି.. ।"

ସେ ପୁଣି କହିଛନ୍ତି, ମୁଁ ନୂଆ କାର୍ଯ୍ୟଭାର ନେବାକୁ ଯାଉଛି ହେଲେ ଆପଣଙ୍କୁ ଭୁଲିବି ନାହିଁ । ବର୍ତ୍ତମାନ ସମୟ ଆସିଛି ତ୍ରିରଙ୍ଗାକୁ ଫରଫର କରି ଉଡାଇବା । ଆମେ ସଭିଏଁ ମିଶି ଭାରତକୁ ବିଶ୍ବବିଜୟୀ କରାଇବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 18, 2024, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.