ETV Bharat / sports

ଜିମ୍ବାଓ୍ବେ ବିପକ୍ଷ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ସ୍କ୍ୱାର୍ଡ ଘୋଷଣା: ବରିଷ୍ଠଙ୍କୁ ବିଶ୍ରାମ, ୪ ନୂଆ ଚେହେରା ସାମିଲ - India tour of Zimbabwe

author img

By ETV Bharat Odisha Team

Published : Jun 25, 2024, 8:06 AM IST

Updated : Jun 25, 2024, 8:47 AM IST

India tour of Zimbabwe: ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ସ୍କ୍ୱାର୍ଡ ଘୋଷଣା କଲା ବିସିସିଆଇ । ଏହି ସିରିଜରେ ବରିଷ୍ଠମାନଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି । ଦଳରେ ୪ ନୂଆ ଚେହେରା ସ୍ଥାନ ପାଇଛନ୍ତି । ଖେଳ ସମୟସୂଚୀ, କେଉଁ କେଉଁ ନୂଆ ଖେଳାଳି ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ନଜର ପକାନ୍ତୁ

India tour of Zimbabwe
India tour of Zimbabwe (ANI Photo)

ନୂଆଦିଲ୍ଲୀ: ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତ ସ୍କ୍ୱାର୍ଡ ଘୋଷଣା । ଟି-୨୦ ବିଶ୍ୱକପ ପରେ ପରେ ଟି-୨୦ ସିରିଜ ଖେଳିବାକୁ ଜିମ୍ବାଓ୍ବେ ଗସ୍ତ କରିବ ଭାରତ । ବିସିସିଆଇ ପକ୍ଷରୁ ସୋମବାର ଟିମ୍ ଇଣ୍ଡିଆ ସ୍କ୍ୱାର୍ଡ ଘୋଷଣା କରାଯାଇଛି । ଟିମରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଅନେକ ନୂଆ ଚେହେରାଙ୍କୁ ସ୍ଥାନ ଦିଆଯାଇଛି । ଯୁବ ଖେଳାଳିମାନଙ୍କୁ ଏକ ଟିମ ଗଠନ କରିଛନ୍ତି ଚୟନକର୍ତ୍ତା । ଯେଉଁ ଟିମର କମାଣ ଦାୟିତ୍ୱ ରହିଛି ଯୁବ ବ୍ୟାଟର ଶୁଭମନ ଗିଲଙ୍କ ହାତରେ ।

ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ସ୍କ୍ୱାର୍ଡ ଘୋଷଣା: ଜିମ୍ବାଓ୍ବେ ଗସ୍ତ କରି ଆସନ୍ତା ମାସରେ ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଏହି ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା ହୋଇଛି । ଟିମରେ ଶୁଭମନ ଗିଲ, ଜଶସ୍ୱୀ ଜୈସ୍ୱାଲ, ଋତୁରାଜ ଗାୟକଓ୍ବାଡ ଟପ୍ ଅର୍ଡରର ଦାୟିତ୍ୱ ସମ୍ଭାଳିବେ । ଟିମରେ ୨ ଜଣ ଓ୍ବିକେଟ କିପର ସଞ୍ଜୁ ସାମସନ ଓ ଧ୍ରୁୁବ ଜୁରେଲଙ୍କୁ ସାମିଲ କରାଯାଇଛି । ମିଡିଲ ଅର୍ଡରର ଦାୟିତ୍ୱ ସମ୍ଭାଳିବେ ଅଭିଷେକ ଶର୍ମା, ରିଙ୍କୁ ସିଂ, ରିୟାନ ପରାଗ ଓ ନୀତିଶ ରେଡ୍ଡୀ । ସେହିଭଳି ପେସ୍ ବୋଲର ଭାବେ ମୁକେଶ କୁମାର, ଆଓ୍ବେଶ ଖାନ, ଖଲିଲ ଅହମ୍ମଦ ଓ ତୁଷାର ଦେଶପାଣ୍ଡେ ସ୍ଥାନ ପାଇଥିବା ବେଳେ ସ୍ପିନର ଭାବେ ଓ୍ବାଶିଂଟନ ସୁନ୍ଦର ଓ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଛି । ନୀତିଶ କୁମାର ରେଡ୍ଡୀ ଅଲରାଉଣ୍ଡର ଭୂମିକା ତୁଲାଇବେ ।

ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବ ଭାରତ: ଶୁଭମନ ଗିଲଙ୍କ ନେତୃତ୍ୱରେ ଜିମ୍ବାଓ୍ବେ ବିପକ୍ଷ T-20 ସିରିଜ ଖେଳିବାକୁ ଯାଉଛି ଭାରତ । ଏହି ଟିମରେ ଯଶସ୍ୱୀ ଜୈସ୍ବାଲ, ଋତୁରାଜ ଗାୟକଓ୍ବାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ରିୟାନ ପରାଗ, ମୁକେଶ କୁମାର, ଆଓ୍ବେଶ ଖାନ, ଖଲିଲ ଅହମ୍ମଦ, ତୁଷାର ଦେଶପାଣ୍ଡେ, ଓ୍ବାଶିଂଟନ ସୁନ୍ଦର ଓ ରବି ବିଷ୍ଣୋଇ ରହିଛନ୍ତି ।

ଦଳରେ ୪ ନୂଆ ମୁହଁ: ଏହି ଦଳରେ ୪ ନୂଆ ଚେହେରାଙ୍କୁ ସ୍ଥାନ ଦେଇଛନ୍ତି ଚୟନକର୍ତ୍ତା । ଆଇପିଏଲ ପ୍ରଦର୍ଶନ ଆଧାରରେ ଏମାନଙ୍କୁ ଟିମରେ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ନୀତିଶ ରେଡ୍ଡୀ, ରିୟାନ ପରାଗ, ଅଭିଷେକ ଶର୍ମା ଓ ତୁଷାର ଦେଶପାଣ୍ଡେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଆଇପିଏଲରେ ନିଜର ଜଲଓ୍ବା ଦେଖାଇଥିବା ଏହି ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚରେ କିଭଳି ଖେଳୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ମ୍ୟାଚ ସମୟ ସୂଚୀ: ଜିମ୍ବାଓ୍ବେରେ ଭାରତ ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି । ସମସ୍ତ ମ୍ୟାଚ ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ଅପରାହ୍ନ ୪.୩୦ରୁ ଆରମ୍ଭ ହେବ । ଜୁଲାଇ ୬ ତାରିଖରୁ ସିରିଜ ଆରମ୍ଭ ହେବାକୁ ଯାଉଛି । ଶେଷ ମୁକାଲିବା ୧୪ ଜୁଲାଇରେ ଖେଳାଯିବ ।

ପ୍ରଥମ ମ୍ୟାଚ- ୬ ଜୁଲାଇ

ଦ୍ୱିତୀୟ ମ୍ୟାଚ- ୭ ଜୁଲାଇ

ତୃତୀୟ ମ୍ୟାଚ- ୧୦ ଜୁଲାଇ

ଚତୁର୍ଥ ମ୍ୟାଚ- ୧୩ ଜୁଲାଇ

ପଞ୍ଚମ ମ୍ୟାଚ୍- ୧୪ ଜୁଲାଇ

ଏହା ବି ପଢନ୍ତୁ- ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଲେ ରୋହିତ, ସେମିରେ ଇଂଲଣ୍ଡ-ଭାରତ ମୁକାବିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2024, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.