ETV Bharat / sports

ଚିନ୍ନାସ୍ବାମୀରେ ଇତିହାସ ରଚିଲା କିୱି, 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇଲା

ଚିନ୍ନାସ୍ବାମୀରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ହୋଇଛି । 8 ଓ୍ବିକେଟରେ ହାରିଲା ଭାରତ ।

author img

By ETV Bharat Sports Team

Published : 3 hours ago

Updated : 3 hours ago

IND VS NZ 1ST TEST
IND VS NZ 1ST TEST (AP)

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ଚିନ୍ନାସ୍ବାମୀରେ ନ୍ୟୁଜିଲାଣ୍ଡର ରେକର୍ଡ । 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ପରାସ୍ତ କରି ଇତିହାସ ରଚିଲା କିଓ୍ବି ଟିମ୍‌ । ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ 8 ଓ୍ବିକେଟରେ ହରାଇ ବିଜୟୀ ହୋଇଛି ଦଳ । ଆଜି ଟେଷ୍ଟ ମ୍ୟାଚର ପଞ୍ଚମ ଦିନ ରହିଥିଲା । 107 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । 27.4 ଓଭରରେ ଦଳ 2 ଓ୍ବିକେଟ ହରାଇ 110 ରନ କରି ବିଜୟୀ ହୋଇଥିଲା ।

ଭାରତର ପ୍ରଥମ ଇନିଂସ:

ଅକ୍ଟୋବର 16 ତାରିଖରେ ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଆରମ୍ଭ ହୋଇଥିଲା । ଟେଷ୍ଟର ପ୍ରଥମ ଦିବସ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ବିତୀୟ ଦିନରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରୋହିତ ବାହିନୀ । କିନ୍ତୁ ବିପକ୍ଷ ଦଳର ବୋଲରଙ୍କ ବଲକୁ ମୁକାବିଲା କରିବାକୁ ସମର୍ଥ ହୋଇନଥିଲେ ଭାରତୀୟ ବ୍ୟାଟର । ମାତ୍ର 46 ରନରେ ଦଳ ସମସ୍ତ ଓ୍ବିକେଟ ହରାଇଥିଲା । ଡବଲ ଡିଜିଟ୍ ଛୁଇଁ ପାରିନଥିଲେ 8 ବ୍ୟାଟର । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନ ଫେରିଲେ 5 ଜଣ ଖେଳାଳି ।

ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ:

ପ୍ରଥମ ଇନିଂସରେ ଜବରଦସ୍ତ ବ୍ୟାଟିଂ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । 91.3 ଓଭରରେ ଦଳ 10 ଓ୍ବିକେଟ ହରାଇ 402 ରନ କରିଥିଲେ । ରଚିନ ରବିନ୍ଦ୍ର ଭାରତୀୟ ବୋଲରଙ୍କୁ ଧୋଇଥିଲେ । ରଚିନ ଲଢୁଆ ବ୍ୟାଟିଂ କରି 134 ରନ କରିଥିବା ବେଳେ ଡେଭେନ କନଓ୍ବେ 91, ଉଇଲ ୟଙ୍କ 33 ଓ ଟିମ୍‌ ସାଉଥି 65 ରନ କରିଥିଲେ । କୁଳଦୀପ ଓ ଜାଡେଜା 3ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସିରାଜ, ବୁମରା ଓ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଚିତ୍ ପଟାଙ୍ଗ, ୪୬ ରନରେ ଅଲ ଆଉଟ, ଖାତା ଖୋଲି ପାରିଲେନି ୫ ବ୍ୟାଟର

ଦ୍ବିତୀୟ ଇନିଂସରେ କମବ୍ୟାକ କରିଥିଲା ମେନ ଇନ ବ୍ଲୁ:

ପ୍ରଥମ ଇନିଂସରେ ଶୋଚନୀୟ ଅବସ୍ଥା ପରେ ଦ୍ବିତୀୟ ଇଂନିସରେ ଜବରଦସ୍ତ କମବ୍ୟାକ କରିଥିଲେ ଭାରତୀୟ ଖେଳାଳି । 462 ରନରେ ଦଳ ସମସ୍ତ ଓ୍ବିକେଟ ହରାଇଥିଲା । ତୃତୀୟ ଦିନରେ ଖେଳ ଆରମ୍ଭ କରି ଜୟସ୍ବାଲ, ରୋହିତ ଶର୍ମା ଓ ବିରାଟ କୋହଲି ଦମଦାର ବ୍ୟାଟିଂ କରିଥିଲେ । କୋହଲି 70, ରୋହିତ 52 ଓ ଜୟସ୍ବାଲ 35 ରନ କରିଥିଲେ । ଚତୁର୍ଥ ଦିନରେ ସର୍ଫରାଜ ଖାନ ଲଢୁଆ ଶତକ (150ରନ) କରିଥିଲେ । ସେହିପରି ଋଷଭ ପନ୍ତ 99 ରନ କରି ମାତ୍ର 1 ରନରୁ ଶତକରୁ ବଞ୍ଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେଏଲ ରାହୁଲ 12, ଜାଡେଜା 5 ଓ ଅଶ୍ବିନୀ 15 ରନରେ ଆଉଟ ହୋଇଥିଲେ । ଏହାପରେ ଦଳକୁ ବିଜୟ ପାଇଁ କେବଳ ବୋଲର ହିଁ ଭରସା ଥିଲେ ।

ନ୍ୟୁଜିଲାଣ୍ଡର ଦ୍ବିତୀୟ ଇନିଂସ:

ପଞ୍ଚମ ଦିନରେ 107 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ମାତ୍ର 27.4 ଓଭରରେ2 ଓ୍ବିକେଟ ହରାଇ 110 ରନ କରି ବିଜୟୀ ହୋଇଥିଲା କ୍ବିଓ୍ବି ଦଳ । ଆରମ୍ଭରୁ ଅଧିନାୟକ ଟମ୍‌ ଲାଥମ ଆଉଟ ହୋଇଥିଲେ ମଧ୍ୟ ପାଳି ସମ୍ଭାଳି ନେଇଥିଲେ ଉଇଲ ୟଙ୍କ ଓ ରଚିନ ରବିନ୍ଦ୍ର । ଉଭୟ ଅପରାଜିତ ରହି ଦଳକୁ ଐତିହାସିକ ବିଜୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.