ETV Bharat / sports

ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ; ୨୪୬ରେ ଇଂଲଣ୍ଡ ଅଲଆଉଟ୍‌, ଭାରତର ସ୍କୋର 119/1 - ଭାରତ ବନାମ ଇଂଲଣ୍ଡ

IND vs ENG 1st Test: ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ । ୨୪୬ରେ ଇଂଲଣ୍ଡ ଅଲଆଉଟ୍‌ ହୋଇଥିବା ବେଳେ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର 119/1 । ଅଧିକ ପଢନ୍ତୁ

IND vs ENG 1st Test
IND vs ENG 1st Test
author img

By ETV Bharat Odisha Team

Published : Jan 25, 2024, 6:33 PM IST

Updated : Jan 25, 2024, 7:45 PM IST

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ । ୫ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦିନରେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ୬୪.୩ ଓଭର ସୁଦ୍ଧା ୨୪୬ ରନ୍‌ କରି ଅଲଆଉଟ ହୋଇଥିଲା । ଏହାପରେ ଭାରତ ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ୨୩ ଓଭରରେ ଗୋଟିଏ ୱିକେଟ ହରାଇ ୧୧୯ ରନ‌୍‌ କରିଛି । ଓପନର ରୋହିତ ଶର୍ମା ୨୪ ରନ କରି ପାଭିଲିୟନ ଫେରିଥିବା ବେଳେ କ୍ରିଜରେ ଅଛନ୍ତି ଯଶସ୍ବୀ ଜୈଶୱାଲ(୭୬) ଓ ଶୁଭମନ ଗିଲ (୧୪) ।

ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ମୈଦାନକୁ ଓହ୍ଲାଇଥିଲା ଭ୍ରମଣକାରୀ ଦଳ ଇଂଲଣ୍ଡ । ଜ୍ୟାକ କ୍ରଲି ଏବଂ ବେନ୍ ଡକେଟ୍ ଇନିଂସ ଆରମ୍ଭ କରିଥିଲେ । ଦଳ 15 ଓଭରରେ 58 ରନ୍ କରିଥିବା ବେଳେ ୨ ୱିକେଟ୍ ହରାଇଥିଲା । ୩୫ ରନ ସ୍କୋର କରିବା ପରେ ବେନ ଡକେଟ୍ ଭାରତୀୟ ସ୍ପିନର ଅଶ୍ବିନଙ୍କ ଶିକାର ହୋଇଥିଲେ ଏବଂ ଓଲି ପୋପ୍ 1 ରନ୍ ସ୍କୋର କରିବା ପରେ ଜାଡେଜାଙ୍କ ଶିକାର ହୋଇଥିଲେ । ପ୍ରଥମ ଦିନର ପ୍ରଥମ ଅଧିବେଶନ ଶେଷ ହେବା ପୂର୍ବରୁ ଇଂଲଣ୍ଡ ୨୮ ଓଭରରେ ୩ ୱିକେଟ୍ ହରାଇବା ପରେ ୧୦୮ ରନ୍ ସଂଗ୍ରହ କରିଥିଲା ।

ଇଂଲଣ୍ଡର ଦ୍ବିତୀୟ ସେସନର ଆରମ୍ଭ କରିଥିଲେ ଜୋ ରୁଟ୍‌ ଓ ଜନି ବେୟାରଷ୍ଟୋ । ଏହାପରେ ବେୟାରଷ୍ଟୋ ୩୭ ରନ୍‌ କରି ଭାରତୀୟ ବୋଲର ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ । ଏହାପରେ ରୁଟ୍‌ ୨୯ ରନ୍‌ କରି କ୍ୟାଚଆଉଟ୍‌ ହୋଇଥିଲେ । ୬୪.୩ ଓଭର ସୁଦ୍ଧା ଭାରତ ୨୪୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଅଧିନାୟକ ବେନ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍‌ କରିଥିବା ବେଳେ ୬ଟି ଚୌକା, ୩ଟି ଛକା ମାରିଥିଲେ । ସେପଟେ ଭାରତୀୟ ବୋଲର ଜାଡେଜାଙ୍କୁ ୩ଟି ଏବଂ ଅଶ୍ବିନୀ ଓ ବୁମରାହଙ୍କୁ ୨-୨ ଲେଖାଏଁ ୱିକେଟ ମିଳିଥିଲା ।

ଏହା ବି ପଢନ୍ତୁ- ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଟସ ଜିତି ଭ୍ରମଣକାରୀ ଦଳର ବ୍ୟାଟିଂ

ପ୍ରଥମ ଟେଷ୍ଟ ମ୍ୟାଚ୍‌ର ତୃତୀୟ ସେସନରେ ଭାରତ ଅଧିନାୟକ ରୋହିତ ଶର୍ମା ଓ ଯଶଶ୍ବୀ ଜୈଶୱାଲ ବ୍ୟାଟିଂ ଲାଗି ମୈଦାନକୁ ଓହ୍ଲାଇଥିଲେ । ଇଂଲଣ୍ଡର ଦ୍ରୁତତମ ବୋଲର ମାର୍କ ଉଡ ବୋଲିଂ କରିଥିଲେ । ଉଭୟ ଓପନର ଦମଦାର ବ୍ୟାଟିଂ କରିଥିବା ବେଳେ ୭ ଓଭର ସୁଦ୍ଧା ଭାରତର ସ୍କୋର ୫୦ ରହିଥିଲା । ରୋହିତ କ୍ୟାଚ ଆଉଟ୍‌ ହେବା ପରେ ଭାରତକୁ ଲାଗିଥିଲା ପ୍ରଥମ ଝଟକା । ରୋହିତ ୨୭ ବଲ୍‌ରେ ୨୪ ରନ୍‌ କରିଥିଲେ । ଏହାପରେ ଓପନର ଯଶସ୍ବୀ ୭୬ ରନ୍‌ ଓ ଶୁବମନ ଗିଲ ୧୪ ରନ୍‌ କରି ଅପରାଜେୟ ରହିଛନ୍ତି । ଏହି ୫ ଦିନିକିଆ ଟେଷ୍ଟ ସିରିଜର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୧୯ ରନ୍‌ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2024, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.