ହାଇଦ୍ରାବାଦ: ଭାରତୀୟ ଦଳ ଜାନୁଆରୀ 25ରୁ ମାର୍ଚ୍ଚ 11 ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ 25ରୁ 29 ଜାନୁଆରୀ ପର୍ଯ୍ୟନ୍ତ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚି ନେଟସ୍ରେ ଝାଳ ବୁହାଇଛନ୍ତି ଉଭୟ ଦଳର ଖେଳାଳି । ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଜି ହାଇଦ୍ରାବାଦରେ ପ୍ରି-ମ୍ୟାଚ୍ ପ୍ରେସ୍ମିଟ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଆମେ ପ୍ରସ୍ତୁତ କରିଥିବା ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଭରପୁର ଚେଷ୍ଟା କରିବୁ ବୋଲି କହିଛନ୍ତି ରୋହିତ ।
-
🗣️🗣️ The pressure of Test match is different
— BCCI (@BCCI) January 24, 2024 " class="align-text-top noRightClick twitterSection" data="
Hear from #TeamIndia Captain @ImRo45 ahead of the #INDvENG Test Series opener 👌👌@IDFCFIRSTBank pic.twitter.com/qaq5EtYaOR
">🗣️🗣️ The pressure of Test match is different
— BCCI (@BCCI) January 24, 2024
Hear from #TeamIndia Captain @ImRo45 ahead of the #INDvENG Test Series opener 👌👌@IDFCFIRSTBank pic.twitter.com/qaq5EtYaOR🗣️🗣️ The pressure of Test match is different
— BCCI (@BCCI) January 24, 2024
Hear from #TeamIndia Captain @ImRo45 ahead of the #INDvENG Test Series opener 👌👌@IDFCFIRSTBank pic.twitter.com/qaq5EtYaOR
ଭାରତ ଶେଷଥର ପାଇଁ 2012ରେ ଆଲେଷ୍ଟାୟାର କୁକ୍ଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ବିପକ୍ଷରେ ଏକ ଟେଷ୍ଟ ସିରିଜ ହାରିଥିଲା । ଭାରତୀୟ ଦଳ ଏହି ସିରିଜକୁ 2-1ରେ ହାରି ଯାଇଥିଲା । ସେବେଠାରୁ ଭାରତୀୟ ଦଳ କ୍ରମାଗତ 16ଟି ସିରିଜ୍ ଜିତିଛି । ଏପରିକି 7ଟି ସିରିଜକୁ କ୍ଲିନ୍ସ୍ବିପ୍ କରିଛି ଟିମ୍ ଇଣ୍ଡିଆ । ଏନେଇ ପ୍ରି-ମ୍ୟାଚ୍ ପ୍ରେସ୍ମିଟ୍ରେ ରୋହିତ କହିଛନ୍ତି, "ଆମେ ଅତୀତର ରେକର୍ଡ ଗୁଡିକ ଉପରେ ଧ୍ୟାନ ଦେବାକୁ ଚାହୁଁନାହୁଁ । କୌଣସି ଗ୍ୟାରେଣ୍ଟି ନାହିଁ ଯେ ଆମେ ଏହି ସିରିଜ୍ ଜିତିବୁ, କିନ୍ତୁ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ ଏବଂ ସର୍ବୋତ୍ତମ କ୍ରିକେଟ୍ ଖେଳିବାକୁ ଚେଷ୍ଟା କରିବୁ । ଟେଷ୍ଟ କ୍ରିକେଟ୍ ହେଉଛି ଏଭଳି ଏକ ଫର୍ମାଟ୍, ଯାହା ଆପଣଙ୍କୁ ବହୁତ ଚ୍ୟାଲେଞ୍ଜ୍ କରେ । ତେଣୁ ଆମର କାମ ହେଉଛି ଟେଷ୍ଟ କ୍ରିକେଟ୍କୁ ନେଇ ଗମ୍ଭୀର ଭାବରେ ଚିନ୍ତା କରିବା ।"
ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ୱିକେଟ୍କିପିଂ କରିବେନି ରାହୁଲ: ଦ୍ରାବିଡ
କେପଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବିଜୟ ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି, "କେପ୍ଟାଉନରେ ବିଜୟ ଭଲ ଥିଲା କିନ୍ତୁ ଏହି ମ୍ୟାଚ୍ ହାଇଦ୍ରାବାଦରେ ଅଛି । ପରିସ୍ଥିତି ଭିନ୍ନ ଏବଂ ବିପକ୍ଷ ଦଳ ମଧ୍ୟ ଅଲଗା । କିନ୍ତୁ ସେହି ବିଜୟ ଆମର ଆତ୍ମବିଶ୍ବାସକୁ ବଢ଼ାଇ ଦେଇଛି ଯାହା ଏହି ସିରିଜ୍ରେ ଉପଯୋଗୀ ହେବ ।" ପ୍ରଥମ ଦୁଇଟି ଟେଷ୍ଟରେ ବିରାଟ କୋହଲିଙ୍କ ରିପ୍ଲେସ୍ମେଣ୍ଟ ନେଇ ରୋହିତ କହିଛନ୍ତି, "ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ସ୍ଥାନ ପାଇଁ ଆମେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲୁ । କିନ୍ତୁ ତା’ପରେ ଆମେ ଭାବିଲୁ ଜଣେ ଅଭିଜ୍ଞ ଖେଳାଳିଙ୍କ ନିକଟକୁ ଫେରିବା ଅପେକ୍ଷା ଭଲ ହେବ ଯଦି ଆମେ ଜଣେ ଯୁବ ପ୍ରତିଭାଙ୍କୁ ଏକ ସୁଯୋଗ ଦେବୁ । କାରଣ ଏହି ମ୍ୟାଚ୍ ଘରୋଇ ମାଟିରେ ଖେଳାଯାଉଛି । ଯୁବ ଖେଳାଳିମାନେ ସିଧାସଳଖ ବିଦେଶରେ ଖେଳି ଭଲ ପ୍ରଦର୍ଶନ କରନ୍ତୁ, ଏହା କେହି ଚାହିଁବୋନି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ