ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ; ପ୍ରଥମ ଟେଷ୍ଟରେ ବିଜୟ ଇଂଲଣ୍ଡ, ୨୮ ରନରେ ହାରିଲା ଭାରତ

author img

By ETV Bharat Odisha Team

Published : Jan 28, 2024, 7:12 PM IST

Updated : Jan 28, 2024, 9:00 PM IST

India vs England 1st Test Day 4: ହାଇଦ୍ରାବାଦରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ହାରିଲା ଭାରତ । ଅଧିକ ପଢନ୍ତୁ

ବାଜି ମାରିଲା ଇଂଲଣ୍ଡ , ୨୮ ରନରେ ହାରିଲା ଭାରତ

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାରିଲା ଘରୋଇ ଦଳ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨୮ ରନରେ ଭାରତକୁ ପରାସ୍ତ କରିଛି । ତେବେ ମ୍ୟାଚ୍‌ର ପ୍ରଥମ ଦିନରେ ପଛରେ ପଡ଼ିଯିବା ପରେ ଦ୍ୱିତୀୟ ପାରିରେ ଓଲି ପୋପଙ୍କ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚରେ ଇଂଲଣ୍ଡ ପ୍ରଥମେ ପଡ଼ିଆକୁ ଓହ୍ଲାଇ ୨୪୬ ରନ୍ କରି ଭାରତକୁ 231 ରନ୍‌ ଟାର୍ଗେଟ ଦେଇଥିଲା । ହେଲେ ଭାରତୀୟ ଦଳ ମାତ୍ର ୨୦୨ ରନ୍ କରି ଅଲଆଉଟ୍‌ ହେବା ପରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଇଂଲଣ୍ଡ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ଦଳ 246 ରନ୍ କରି ଅଲଆଉଟ୍ ହୋଇଥିଲା । ଏହା ପରେ ଭାରତ ପ୍ରଥମ ଇନିଂସରେ 436 ରନ୍ ସଂଗ୍ରହ କରି 190 ରନ୍ ଆଗରେ ରହିଥିଲା । ଏହା ପରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ 420 ରନ୍ ସଂଗ୍ରହ କରିଥିଲା । ଇଂଲିଶ ବ୍ୟାଟର ଓଲି ପୋପ 278 ବଲରେ 21 ଚୌକା ସହ 196 ରନ କରିଥିଲେ । ଏହାସହିତ ଇଂଲଣ୍ଡ 420 ରନ୍ ସଂଗ୍ରହ କରି ଭାରତକୁ 231 ରନ ଲକ୍ଷ୍ୟ ଦେଇଥିଲା । ଇଂଲଣ୍ଡ ପାଇଁ ବେନ୍ ଷ୍ଟୋକ୍ସ ପ୍ରଥମ ଇନିଂସରେ ସର୍ବାଧିକ 70 ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଓଲି ପୋପ୍ 196 ରନ କରି ଦଳକୁ ଦୃଢ ସ୍ଥିତିକୁ ନେଇଥିଲେ । ଇଂଲଣ୍ଡ ପାଇଁ ରୁଟ୍ ପ୍ରଥମ ଇନିଂସରେ 4 ୱିକେଟ୍ ନେଇଥିଲେ ଏବଂ ଆଜି ଦ୍ୱିତୀୟ ଇନିଂସରେ ଟମ୍ ହାର୍ଟଲେ 7 ୱିକେଟ୍ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଭାରତ ବନାମ ଇଂଲଣ୍ଡ: 420 ରନରେ ଦ୍ବିତୀୟ ଇନିଂସ ଶେଷ କଲା ଇଂଲଣ୍ଡ, ଟିମ ଇଣ୍ଡିଆକୁ 231 ରନର ବିଜୟ ଲକ୍ଷ୍ୟ

ଆଜି ଇଂଲଣ୍ଡ ଟିମ ଅଲଆଉଟ ହେବା ପରେ 231 ରନ ଟାର୍ଗେଟକୁ ପିଛା କରି ଭାରତୀୟ ଟିମ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ରୋହିତ ଶର୍ମା ୫୮ଟି ବଲରେ ୩୯ ରନ କରି ପାଭିଲିୟନ ଫେରିଥିଲେ । ଯଶସ୍ୱୀ ଜସୱାଲ ୧୫, ଶୁଭମନ ଗିଲ ୦, ରାହୁଲ ୨୨, ଅକ୍ଷର ପଟେଲ ୧୭, ଜାଡେଜା ୨, ଶ୍ରୀରକ ଭାରତ ୨୮, ଅଶ୍ବୀନ ୨୮, ଶିରାଜ ୧୨ ଏବଂ ବୁମରା ୬ ରନ୍ କରି ଅପରାଜିତ ରହିଥଲେ । ଏହାସହିତ ଭାରତ ୨୦୨ରେ ଅଲଆଉଟ ହୋଇଥିଲା । ଫଳରେ ଭାରତ ଇଂଲଣ୍ଡଠାରୁ 28 ରନରେ ହାରିଛି । ଭାରତୀୟ ଟିମର କୌଣସି ବ୍ୟାଟ୍ସମ୍ୟାନ୍ ଏହି ଇନିଂସରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିପାରିନଥିଲେ । ଆଜି ମଧ୍ୟ ଶୁବମନ ଗିଲଙ୍କୁ ଟେଷ୍ଟ ଫର୍ମାଟରେ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ସେ ଶୂନରେ ଆଉଟ ହୋଇଥିଲେ । ଇଂଲଣ୍ଡ ବୋଲର ଟମ ହାର୍ଟଲେ ସର୍ବାଧିକ 7 ୱିକେଟ୍ ନେଇ ଦଳକୁ ବିଜୟର ଦ୍ୱାର ପର୍ଯ୍ୟନ୍ତ ନେବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏହାସହିତ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭ୍ରମଣକାରୀ ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2024, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.