ETV Bharat / sports

ଗୋଟିଏ ବୁନ୍ଦା ବର୍ଷା ନାହିଁ, ତଥାପି ଖେଳ ହୋଇପାରିଲା ନାହିଁ; ମ୍ୟାଚ୍‌ ଡ୍ର ହେଲେ ଭାରତର କ୍ଷତି - IND vs BAN Test

author img

By ETV Bharat Sports Team

Published : 2 hours ago

IND VS BAN Test : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନର ଖେଳ ମଧ୍ୟ ସ୍ଥଗିତ ରଖାଯାଇଛି । ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ନଶୁଖିବାରୁ ଆଜିର ଖେଳ ଆରମ୍ଭ ହୋଇପାରିଲା ନାହିଁ । ତେଣୁ ମ୍ୟାଚ୍ ବର୍ତ୍ତମାନ ଡ୍ର' ଆଡକୁ ଗତି କରୁଥିବା ଜଣାପଡିଛି । ଏପରି ହେଲେ ଟିମ୍ ଇଣ୍ଡିଆକୁ ବଡ଼ କ୍ଷତି ସହିବାକୁ ପଡ଼ିବ । ଅଧିକ ପଢ଼ନ୍ତୁ

Kanpur Green Park Stadium
Kanpur Green Park Stadium (IANS Photo)

କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଇନ୍ଦ୍ରଦେବଙ୍କ କୋପଦୃଷ୍ଟି ପଡ଼ିଛି । ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବର୍ଷା ହେତୁ କେବଳ 35 ଓଭର ଖେଳାଯାଇପାରିଥିଲା । ଏହାପରେ ଗତକାଲି ସକାଳରୁ ଲଗାଣ ବର୍ଷା ଯୋଗୁଁ ଦ୍ବିତୀୟ ଦିନର ମ୍ୟାଚ୍ ସ୍ଥଗିତ ରହିଥିଲା । ଏହାପରେ ଆଜି ମ୍ୟାଚ୍‌ର ତୃତୀୟ ଦିନରେ ମଧ୍ୟ ଅବସ୍ଥା ସମାନ । ଗୋଟିଏ ବି ବଲ୍ ପଡ଼ି ନପାରି ମ୍ୟାଚ୍‌ର ତୃତୀୟ ଦିନ ଖେଳ ସ୍ଥଗିତ ରଖାଯାଇଛି । ଏଭଳି ସ୍ଥିତିରେ ମ୍ୟାଚ୍‌ରେ ଆଉ କେବଳ ଦୁଇ ଦିନ ବାକି ରହିଥିବାରୁ ଏହାର ଫଳାଫଳ ଆସିବା ମୁସ୍କିଲ ।

3 ଥର ନିରୀକ୍ଷଣ ଅମ୍ପାୟାର :-

ଆଜି (ରବିବାର) ସକାଳ ପ୍ରାୟ 10ଟା ସମୟରେ ଅମ୍ପାୟାରଙ୍କ ଦ୍ବାରା ଗ୍ରାଉଣ୍ଡ ଯାଞ୍ଚ କରାଯାଇଥିଲା । ଯଦିଓ ବର୍ଷା ହେଉନଥିଲା, ହେଲେ ଭୂମି ସମ୍ପୂର୍ଣ୍ଣ ଶୁଖିଲା ନଥିବାରୁ ଖେଳ ହୋଇପାରିନଥିଲା । ଦ୍ବିତୀୟ ଥର ପାଇଁ ଦିନ 12ଟାରେ ଏବଂ ଏହା ପରେ 2 ଟାରେ ପୁନର୍ବାର ଗ୍ରାଉଣ୍ଡ ଯାଞ୍ଚ କରାଯାଇଥିଲା । ହେଲେ ଗ୍ରାଉଣ୍ଡର ଏପରି ସ୍ଥିତିରେ ନଥିଲା ଯେ, ଆଜି ପୁଣି ମ୍ୟାଚ୍ ଆରମ୍ଭ ହୋଇପାରିଥାନ୍ତା । ଶେଷରେ ବର୍ଷା ନଥାଇ ମଧ୍ୟ ସମ୍ପୂର୍ଣ୍ଣ ଓଦା ଗ୍ରାଉଣ୍ଡ କାରଣରୁ ତୃତୀୟ ଦିନର ଖେଳକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ମ୍ୟାଚ୍‌ର ଫଳାଫଳ ଆସିବା ମୁସ୍କିଲ :-

ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଭାରତ ଜିତିଛି । ହେଲେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଫଳାଫଳ ଆସିବା କଷ୍ଟସାଧ୍ୟ ମନେହୁଏ । କାରଣ ପ୍ରଥମ ଦିନରେ କେବଳ 35 ଓଭର ଖେଳାଯାଇପାରିଥିଲା । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ତିନି ୱିକେଟ୍ ହରାଇ 107 ରନ୍ ସଂଗ୍ରହ କରିଥିଲା । ହେଲେ ଏହାପରେ ଲଗାତାର ଦୁଇଦିନ ଖେଳରେ ଗୋଟିଏ ବି ବଲ୍‌ ପଡ଼ିପାରିନାହିଁ ।

ଏବେ ଯଦି ଚତୁର୍ଥ ଦିନରୁ ମ୍ୟାଚ୍ ଆରମ୍ଭ ହୁଏ, ତେବେ ମ୍ୟାଚର ଫଳାଫଳ ପାଇବା ବହୁତ କଷ୍ଟସାଧ୍ୟ ହେବ । କାରଣ ଏପର୍ଯ୍ୟନ୍ତ ବାଂଲାଦେଶର ପ୍ରଥମ ପାଳିର ଅଧା ମଧ୍ୟ ଖେଳ ଶେଷ ହୋଇନାହିଁ । ତେଣୁ ଭାରତୀୟ ଦଳକୁ ଯଥାଶୀଘ୍ର ବାଂଲାଦେଶକୁ ଅଲ୍‌ଆଉଟ୍‌ କରି ପ୍ରଥମ ପାଳିରେ ବଡ଼ ଲିଡ୍‌ ହାସଲ କରିବାକୁ ହେବ । ଏହାପରେ, ପୁନର୍ବାର ବ୍ୟାଟିଂ କରିବ ବାଂଲାଦେଶ । ତେଣୁ ଦୁଇ ଦିନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ଫଳାଫଳ ପ୍ରାୟ ସମ୍ଭବ ନୁହେଁ ।

ମ୍ୟାଚ୍‌ ଡ୍ର ହେଲେ ଭାରତର ହେବ କ୍ଷତି :-

ସୂଚନାଯୋଗ୍ୟ, ଯଦି ବର୍ଷା ହେତୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଡ୍ର' ହୁଏ, ତେବେ ଟିମ୍ ଇଣ୍ଡିଆ WTC ପଏଣ୍ଟ ଟେବୁଲରେ ଏକ ବଡ଼ କ୍ଷତି ସହିବ । ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତି ଭାରତ ଏହାର ବିଜୟ ପ୍ରତିଶତ ବୃଦ୍ଧି କରି ପ୍ରଥମ ସ୍ଥାନରେ ଏହାର ସ୍ଥିତିକୁ ଦୃଢ଼ କରିପାରିଛି । ଚେନ୍ନାଇ ଟେଷ୍ଟ ବିଜୟ ପରେ WTC ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଭାରତର 86 ପଏଣ୍ଟ ଏବଂ ବିଜୟ ଅନୁପାତ 71.67 ରହିଛି, ଅନ୍ୟପଟେ ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆରେ 90 ପଏଣ୍ଟ ରହିଛି, କିନ୍ତୁ ବିଜୟ ହାର ମାତ୍ର 62.50 ରହିଛି ।

କିନ୍ତୁ ଯଦି କାନପୁର ଟେଷ୍ଟର ଫଳାଫଳ ନଆସେ, ତେବେ ଭାରତୀୟ ଦଳକୁ WTC ପଏଣ୍ଟରେ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ । କାରଣ ଏପରି ହେଲେ ଭାରତର ବିଜୟ ପ୍ରତିଶତ କମ ହୋଇଯିବ । ମ୍ୟାଚ୍‌ର ଅଧା ପଏଣ୍ଟ 4 ଭାରତକୁ ମିଳିବ ଏବଂ ଏହାର ମୋଟ ପଏଣ୍ଟ 90 ହୋଇଯିବ, ଯାହା ଅଷ୍ଟ୍ରେଲିଆ ସହିତ ସମାନ ହେବ । କିନ୍ତୁ, ଭାରତର ବିଜୟ ଅନୁପାତ 71.67ରୁ 68.18କୁ ହ୍ରାସ ପାଇବ ।

ଅପରପକ୍ଷେ, ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତେ, ତେବେ ଦଳର ମୋଟ ପଏଣ୍ଟ 98 ଏବଂ ବିଜୟ ଅନୁପାତ 74.24 ହେବ । ଯାହା ଭାରତକୁ WTC ଫାଇନାଲରେ ପହଞ୍ଚିବାକୁ ଅତି ନିକଟତର କରିବ । କିନ୍ତୁ ଉପରେ ଆମେ ଦର୍ଶାଇଥିବା ସ୍ଥିତିରୁ ଆପଣ କଳ୍ପନା କରିପାରିବେ ଯେ କାନପୁରରେ ମ୍ୟାଚ୍‌ର ଫଳାଫଳ ଆସିବା କଷ୍ଟସାଧ୍ୟ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.