ETV Bharat / sports

ପ୍ରଥମେ ବ୍ୟାଟିଂ କରୁଛି ବାଂଲାଦେଶ; ଆରମ୍ଭରୁ ଚମକିଲେ ଆକାଶ ଦୀପ - IND vs BAN 2nd Test

author img

By ETV Bharat Sports Team

Published : 2 hours ago

IND vs BAN 2nd Test : ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହୋଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରମ୍ଭରୁ ଭାରତ ପାଇଁ ଦୁଇଟି ସଫଳତା ହାସଲ କରିଛନ୍ତି ସ୍ପିଡଷ୍ଟାର ଆକାଶ ଦୀପ । ଅଧିକ ପଢ଼ନ୍ତୁ

IND vs BAN 2nd Test
IND vs BAN 2nd Test (BCCI Photo)

କାନପୁର (IND vs BAN 2nd Test) : ଭାରତ ଓ ବାଂଲାଦେଶ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ । ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଜିତି କ୍ଲିନସ୍ବିପ୍‌ ଲକ୍ଷ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳୁଛି ଭାରତ । ତେବେ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଟସ ଜିତି ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମ ଦିନ ଲଞ୍ଚବ୍ରେକ୍‌ ସୁଦ୍ଧା ଭାରତ ପାଇଁ ଦୁଇଟି ସଫଳତା ହାସଲ କରିଛନ୍ତି ସ୍ପିଡଷ୍ଟାର ଆକାଶ ଦୀପ ।

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି :-

ଆଜିର ମ୍ୟାଚ୍‌ରେ ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ଆମେ ପ୍ରଥମେ ବୋଲିଂ କରିବାକୁ ଯାଉଛୁ । ପିଚ୍ ଟିକିଏ ନରମ ଅଛି, ତେଣୁ ଆମେ ଚାହୁଁ ଆମର ତିନି ଦ୍ରୁତ ବୋଲର ଏହାର ଫାଇଦା ଉଠାନ୍ତୁ । ପ୍ରଥମ ମ୍ୟାଚରେ ଆମେ ବ୍ୟାଟିଂ କରି ଭଲ ଆରମ୍ଭ କରି ପାରିନଥିଲୁ, କିନ୍ତୁ ରନ୍ ସ୍କୋର କରିବାର ଏକ ଉପାୟ ପାଇଥିଲୁ ଏବଂ ବୋଲରମାନେ ସେମାନଙ୍କର କାମ ମଧ୍ୟ ଭଲ କରିଥିଲେ । ମୁଁ ମଧ୍ୟ ଏଠାରେ କିଛି ଅଲଗା କରିବାର ଆଶା କରୁନାହିଁ, ଆମକୁ ଚ୍ୟାଲେଞ୍ଜ ମିଳିବ, କିନ୍ତୁ ଆମର ଅଭିଜ୍ଞତା ଅଛି । ଆମର ଚୂଡ଼ାନ୍ତ ଏକାଦଶରେ ଆମେ କୌଣସି ପରିବର୍ତ୍ତନ କରିନାହୁଁ ।

ପ୍ରଥମେ ବ୍ୟାଟିଂ ହିଁ କରିବାକୁ ଚାହୁଁଥିଲୁ : ଶାନ୍ତୋ

ଅନ୍ୟପଟେ ଟସ୍ ହାରିବା ପରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ କହିଛନ୍ତି, "ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇ ମୁଁ ଖୁସି, ଆମେ ଏମିତିରେ ବି ବ୍ୟାଟିଂ କରିବାକୁ ଚାହୁଁଥିଲୁ । ଜଣେ ବ୍ୟାଟର ଭାବରେ ଯଦି ଆମକୁ ଆରମ୍ଭ କରିବାକୁ ସୁଯୋଗ ମିଳୁଛି, ତେବେ ଆମକୁ ଭଲ ସ୍କୋର କରିବାକୁ ପଡିବ । ଆଶା କରୁଛି ଆଜି ଆମର ବ୍ୟାଟରମାନେ ବଡ଼ ସ୍କୋର କରିବାକୁ ସମର୍ଥ ହେବେ । ବ୍ୟାଟିଂ ପାଇଁ ଏହା ଏକ ଭଲ ୱିକେଟ୍ ପରି ଦେଖାଯାଉଛି । ତେବେ ନୂଆ ବଲ ସହ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ହେବ । ଆମର ଚୂଡ଼ାନ୍ତ ଏକାଦଶରେ ଆମେ ଦୁଇଟି ପରିବର୍ତ୍ତନ କରିଛୁ । ନାହିଦ ଏବଂ ତସ୍କିନ ଖେଳୁନାହାଁନ୍ତି । ସେମାନଙ୍କ ସ୍ଥାନରେ ତୈଜୁଲ ଏବଂ ଖଲିଦଙ୍କୁ ପ୍ଲେଇଂ-11ରେ ଅନ୍ତର୍ଭୁକ୍ତ କରାଯାଇଛି ।

ଆକାଶ ଦୀପଙ୍କୁ ପ୍ରାରମ୍ଭିକ ସଫଳତା :-

ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ବାଂଲାଦେଶ ଆଜିର ଲଞ୍ଚବ୍ରେକ୍‌ ସୁଦ୍ଧା 74 ରନ କରି ଦୁଇଟି ବହୁମୂଲ୍ୟ ୱିକେଟ ହରାଇଛି । ଭାରତ ପାଇଁ ସ୍ପିଡଷ୍ଟାର ଆକାଶ ଦୀପ ଦୁଇଟି ଯାକ ସଫଳତା ହାସଲ କରିଛନ୍ତି । ପ୍ରଥମେ ବାଂଲାଦେଶର ଦଳୀୟ ସ୍କୋର 26 ହୋଇଥିବାବେଳେ ଖାତା ଖୋଲିନଥିବା ଜାକିର ହାସନଙ୍କୁ ପାଭିଲିୟନ ପଠାଇଥିଲେ ଆକାଶ । ଏହାପରେ 4 ଚୌକା ସହିତ 24 ରନ କରିଥିବା ଶାଦମାନ ଇସଲାମଙ୍କୁ ଏଲ୍‌ବିଡବ୍ଲୁ କରି ବାହାରକୁ ପଠାଇଥିଲେ ଆକାଶ ଦୀପ । ଏହିଭଳି ଭାବରେ ଆଜିର ଲଞ୍ଚବ୍ରେକ ସୁଦ୍ଧା ବାଂଲାଦେଶ 74 ରନ କରି 2ଟି ୱିକେଟ ହରାଇଛି । ମୋମିନୁଲ ହକ (17) ଓ ଅଧିନାୟକ ନଜମୁଲ ହୁସେନ ଶାନ୍ତୋ (28) କ୍ରିଜରେ ମହଜୁଦ ରହିଛନ୍ତି ।

ଭାରତ ଚୂଡ଼ାନ୍ତ ଏକାଦଶ :-

ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ କିପର), କେଏଲ୍‌ ରାହୁଲ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଆକାଶ ଦୀପ, ଜସପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ

ବାଂଲାଦେଶ ଚୂଡ଼ାନ୍ତ ଏକାଦଶ :-

ଶାଦମାନ ଇସଲାମ, ଜାକିର ହାସନ, ନଜମୁଲ ହୁସେନ ଶାନ୍ତୋ (ଅଧିନାୟକ), ମୋମିନୁଲ ହକ, ମୁଶଫିକର ରହିମ, ଶାକିବ ଅଲ୍‌ ହାସନ, ଲିଟନ ଦାସ (ୱିକେଟ କିପର), ମେହିଡି ହାସନ ମିରାଜ, ତୈଜୁଲ ଇସଲାମ, ହାସନ ମହମୁଦ, ଖଲିଦ ଅହମ୍ମଦ

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.