ETV Bharat / sports

'୨୦୨୩ ବିଶ୍ୱକପର ପ୍ରତିଶୋଧ ନେବ ଭାରତୀୟ ଜୁନିୟର ଦଳ'

author img

By ETV Bharat Odisha Team

Published : Feb 11, 2024, 11:11 AM IST

ICC Under 19 World Cup: ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପର ଫାଇନାଲ ମ୍ୟାଚ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇଟ । ମ୍ୟାଚକୁ ନେଇ ଉତ୍ସାହିତ ଅଧିନାୟକ ଉଦୟଙ୍କ ବାପା ଓ ମାଆ । ଅଧିକ ପଢନ୍ତୁ

୧୯ ବର୍ଷରୁ କମ ପୁରୁଷ ବିଶ୍ୱକପ
ICC Under 19 World Cup
ICC Under 19 World Cup

ଜୟପୁର(ରାଜସ୍ଥାନ): ଆଜି ସୁପର ସଣ୍ଡେରେ ହେବ ସୁପର ଫାଇଟ । ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ଭଳି ଭାରତ ଏବଂ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ । ନଭେମ୍ବର ୧୦ ତାରିଖରେ ଖେଳାଯାଇଥିବା ଫାଇନାଲ ମ୍ୟାଚକୁ କେହିବି ଭୁଲିପାରିବେ ନାହିଁ । ଯେତେବେଳେ ଭାରତ ମାଟିରେ ଭାରତକୁ ହରାଇ ଟ୍ରଫି ଛଡାଇ ନେଇଥିଲା କଙ୍ଗାରୁ ଟିମ । କିନ୍ତୁ ଭାରତ ଅଣ୍ଡର-୧୯ ଟିମ ଏହି ପରାଜୟର ପ୍ରତିଶୋଧ ନେବାକୁ ଆଜି ଜୋରଦାର ପ୍ରୟାସ କରିବ ।

ସିନିୟର ଦଳ ଯାହା କରିପାରିନଥିଲେ ଜୁନିୟର ଦଳ ତାହା କରନ୍ତୁ ବୋଲି ସମସ୍ତଙ୍କ ଆଶା । ସମୟ ଯେତିକି ପାଖଉଛନ୍ତି ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢୁଛି । ସେହି ସମୟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ସମସ୍ତ ଭାରତୀୟ କ୍ରୀଡା ପ୍ରେମୀ । ଆଜି ଉଦୟ ସାହାରନଙ୍କ ନେତୃତ୍ୱରେ ଫାଇନାଲ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇବ ଭାରତ । ଆଜିର ମ୍ୟାଚରେ ଭାରତ ବିଜୟ ହେବ ବୋଲି କହିଛନ୍ତି ଉଦୟ ସାହାରନଙ୍କ ବାପାମାଆ ।

ଏହା ମଧ୍ୟ ପଢନ୍ତୁ-U19 ବିଶ୍ୱକପ ଫାଇନାଲ; କଙ୍ଗାରୁ ଦଳକୁ ହରାଇ ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ

ଅଧିନାୟକ ଉଦୟଙ୍କ ଗାଁରେ ଫାଇନାଲ ମ୍ୟାଚ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଉଦୟ ସାହାରନ ରାଜସ୍ଥାନର ଶ୍ରୀଗଙ୍ଗାନଗରର ବାସିନ୍ଦା । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ବକପ ଖେଳିଥବା ବେଳେ ଭାରତ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚକୁ ନେଇ ଶ୍ରୀଗଙ୍ଗାନଗରବାସୀ ଉତ୍ସାହିତ ଅଛନ୍ତି । ସେ ପିଲାଦିନେ ଖେଳ ଅଭ୍ୟାସ କରିଥିବା ମୟୂର ବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏକ ବଡ ପରଦାରେ ଫାଇନାଲ୍ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ କରାଯିବ । ଉଦୟଙ୍କ ପରିବାର ଲୋକେ ଏଠାରେ ମ୍ୟାଚ ଦେଖିବା ସହ ଗ୍ରାମବାସୀ ମଧ୍ୟ ଦେଖିବେ । ଏନେଇ ବିଦ୍ୟାଳୟର ଡିରେକ୍ଟର ମୁସ୍କାନ ଗୁପ୍ତା ସୂଚନା ଦେଇଛନ୍ତି ।

ଭାରତ ବିଜୟୀ ହେବ ଅଧିନାୟକ ଉଦୟଙ୍କ ପରିବାର ଲୋକଙ୍କ ଦୃଢୋକ୍ତି: ଅଧିନାୟକ ଉଦୟ ସାହାରନଙ୍କ ପିତା ସଞ୍ଜୀବ ସାହାରନ କହିଛନ୍ତି, ''ଭାରତୀୟ ଦଳ ବିଶ୍ୱକପରେ ବହୁତ ଭଲ ପ୍ରଦର୍ଶନ କରିଛି । ଭାରତୀୟ ଦଳ ନିଶ୍ଚିତ ଭାବେ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଟ୍ରଫି ଆଣିବ । ୨୦୨୩ ବିଶ୍ୱକପର ପ୍ରତିଶୋଧ ନେବ ଭାରତୀୟ ଜୁନିୟର ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତର ପ୍ରଦର୍ଶନ ଭଲ ରହିଛି । ତେଣୁ ଭାରତ ଷଷ୍ଠ ଥର ଟାଇଟଲ ହାତଇବ ବୋଲି ଆମର ଆଶା ।'' ଉଦୟଙ୍କ ମାଆ କହିଛନ୍ତି, ''ମୋ ପୁଅ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ବହୁତ ଖୁସି । ଭଗବାନଙ୍କୁ ପ୍ରାର୍ଥନା କରୁଛି ଭାରତ ବିଶ୍ୱକପ ଜିତୁ । ଯଦି ଭାରତ ବିଶ୍ୱକପ ଜିତିବ ମୁଁ ମାତା ରାଣୀଙ୍କୁ ଦର୍ଶନ କରିବାକୁ ଯିବି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.