ETV Bharat / sports

T20 ବିଶ୍ବକପରେ ଆଜି କାନାଡାକୁ ଭେଟିବ ଭାରତ, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - T20 WORLD CUP 2024 - T20 WORLD CUP 2024

India vs Canada: ଆଜି ଟି-20 ବିଶ୍ବକପରେ ଭାରତ କାନାଡା ମଧ୍ୟରେ ମୁକାବିଲା । ଭାରତର ବିଜୟ ଧାରାରେ ବ୍ରେକ ଲଗାଇବାକୁ ପ୍ରସ୍ତୁତ କାନାଡା । ଅଧିକ ପଢନ୍ତୁ

ICC T20 World Cup 2024
ICC T20 World Cup 2024 (ETV BHARAT ODISHA)
author img

By ETV Bharat Odisha Team

Published : Jun 15, 2024, 2:19 PM IST

ଓ୍ବାସିଂଟନ: ଟି-20 ବିଶ୍ବକପରେ ଆଜି ଗ୍ରୁପ ପର୍ଯ୍ୟାୟରେ ଅନ୍ତିମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । କାନାଡାକୁ ଭେଟିବ ମେନ ଇନ ବ୍ଲୁ । ଆମେରିକାର ସେଣ୍ଟ୍ରାଲ୍ ବ୍ରୋଓ୍ବାଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8ଟାରେ ଖେଳାଯିବ ମ୍ୟାଚ । ଗ୍ରୁପ 'ଏ' ରେ ପ୍ରଥମ ଦଳ ଭାବେ ଭାରତ ସୁପର 8ରେ ପ୍ରବେଶ କରିସାରିଛି । ବର୍ତ୍ତମାନ ସୁଦ୍ଧା 3ଟି ମ୍ୟାଚ ଖେଳି ଦଳ 6 ପଏଣ୍ଟ ସହ ଶୀର୍ଷରେ ରହିଛି ରୋହିତ ବାହିନୀ । ଦ୍ବିତୀୟ ଦଳ ଭାବେ ଆମେରିକା ସୁପର 8କୁ ପ୍ରବେଶ କରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।

INDIA VS CANADA
INDIA VS CANADA (ETV BHARAT ODISHA)

ଗ୍ରୁପ ପର୍ଯ୍ୟାୟରେ ଭାରତ 3ଟି ମ୍ୟାଚ ଜିତି ସୁପର 8ରେ ପ୍ରବେଶ କରିଥିବାରୁ ଆଜିର ମ୍ୟାଚ ଏତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ । କିନ୍ତୁ ଅପରାଜୟ ରହିବାକୁ ଆଶାବାଦୀ ଟିମ ଇଣ୍ଡିଆ । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ ଭାରତ । ଅନ୍ୟପଟେ କାନାଡା 3ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟୀ ହୋଇଛି । ସୁପର 8କୁ ପହଞ୍ଚିବା ଆଶା ମଉଳିଛି । କିନ୍ତୁ ପଏଣ୍ଟ ସଂଖ୍ୟା ବଢାଇବାକୁ ଭାରତକୁ ହରାଇବାକୁ ପୁରା ପ୍ରସ୍ତୁତ କାନାଡା । ଦୁଇ ଦଳ ପ୍ରଥମ ଥର ପାଇଁ ଟି 20ରେ ପରସ୍ପରକୁ ଭେଟିବାକୁ ୟାଉଛନ୍ତି ।

କୋହଲିଙ୍କ ଉପରେ ନଜର:- ଟି-20 ବିଶ୍ବକପରେ ଭାରତ ପ୍ରଥମ ମ୍ୟାଚ ଆୟରଲାଣ୍ଡ, ଦ୍ବିତୀୟ ମ୍ୟାଚ ପାକିସ୍ତାନ ଓ ତୃତୀୟ ମ୍ୟାଚ ଆମେରିକା ସହ ଖେଳିଥିଲା । ଲଗାତାର 3ଟି ଯାକ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗ ଦଳର ସୁଦୃଢ ରହିଛି । ଆଜି ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ମ୍ୟାଚଗୁଡିକରେ ସେ ରନ କରିବାରେ ବିଫଳ ହୋଇଛନ୍ତି । ଆଜି ସେ ଫର୍ମକୁ ଫେରିପାରନ୍ତି ବୋଲି ଦଳ ଆଶାବାଦୀ ।

ବର୍ଷା ସାଜିପାରେ ବାଧକ:- ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ । କାହିଁକିନା ଫ୍ଲୋରିଡାରେ ବର୍ଷା ଲାଗି ରହିଛି । ମ୍ୟାଚ ସମୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ ତେବେ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ ହେବ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନର ବିଶ୍ବକପ ଆଶା ଧୂଳିସାତ୍‌, ସୁପର 8ରେ ଏଣ୍ଟ୍ରି ମାରିଲା ଆମେରିକା - T20 World Cup 2024

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.