ETV Bharat / sports

ମାତ୍ର 10 ରନରେ ଟିମ୍ ଅଲଆଉଟ୍, 5 ବଲରେ ମ୍ୟାଚ ଶେଷ; ଜାଣନ୍ତୁ କେଉଁଠି ହେଲା ଏହି ଅନ୍ତର୍ଜାତୀୟ ମ୍ୟାଚ୍ ? - ICC Mens T20 World Cup Qualifier

author img

By ETV Bharat Odisha Team

Published : Sep 5, 2024, 3:28 PM IST

Updated : Sep 5, 2024, 6:55 PM IST

ICC Mens T20 World Cup Asia Qualifier A 2024: 10 ଓଭର ବ୍ୟାଟିଂ କରି ମାତ୍ର 10 ରନ ସ୍କୋର କଲା ଟିମ୍ । ଚେସ୍ କରି ମାତ୍ର 5 ବଲରେ ମ୍ୟାଚ ଜିତିଲା ବିପକ୍ଷ ଦଳ । ଅଧିକ ପଢନ୍ତୁ

ICC Mens T20 World Cup Asia Qualifier
ICC Mens T20 World Cup Asia Qualifier (Getty Images)

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି ) ପୁରୁଷ ଟି-20 ବିଶ୍ବକପ ଏସିଆ ମହାଦେଶ ଯୋଗ୍ୟତା ମ୍ୟାଚରେ ବିରଳ ରେକର୍ଡ । ମାତ୍ର 5ଟି ବଲରେ ଅନ୍ତର୍ଜାତୀୟ ମ୍ୟାଚ ଶେଷ । ପ୍ରଥମେ ବ୍ୟାଟିଂ କରି ମାତ୍ର 10 ରନରେ ଅଲଆଉଟ ହେଲା ମ୍ୟାଚ । ଚେସ୍ କରି ମାତ୍ର 5 ବଲରେ ମ୍ୟାଚ ଜିତିଲା ବିପକ୍ଷ ଦଳ ।

କ୍ରିକେଟ ମୈଦାନରେ ବାରମ୍ବାର ରେକର୍ଡ ହୁଏ ଏବଂ ରେକର୍ଡ ଭାଙ୍ଗେ । ବେଳେବେଳେ କ୍ରିକେଟ ପଡିଆରେ ଏପରି ମ୍ୟାଚ ହୁଏ ଯାହାକୁ ଦେଖିବା ପରେ ବିଶ୍ବାସ କରିବା ଅସମ୍ଭବ ହୋଇଯାଏ । ଏପରି ଏକ ଅଦ୍ଭୁତ ମ୍ୟାଚ ମଙ୍ଗୋଲିଆରେ ଦଖିବାକୁ ମିଳିଛି । ଆଇସିସି ଟି-20 ବିଶ୍ବକପ ଏସିଆ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚର 14 ତମ ମ୍ୟାଚରେ ଏପରି ବିରଳ ରେକର୍ଡ ହୋଇଛି ।

ଏହା ବି ପଢନ୍ତୁ- Teachers Day 2024: କ୍ରିକେଟରରୁ କ୍ରିକେଟ ଗୁରୁ, ଖେଳାଳି ଭାବେ ଦେଶ ପାଇଁ ସ୍ବନାମ, କୋଚ୍ ଭାବେ ଜିତିଲେ ବିଶ୍ବକପ - Indian cricketer Work As Head Coach

ଏହି ମ୍ୟାଚରେ ମଙ୍ଗୋଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରି 10 ଓଭର ବ୍ୟାଟିଂ କରି ମାତ୍ର 10 ରନରେ ଅଲଆଉଟ ହୋଇଥିଲା । ଏହାର ଜବାବରେ ସିଙ୍ଗାପୁର ମାତ୍ର 5ଟି ବଲ ଖେଳି ବିଜୟ ହାସଲ କରିଥିଲା । ସିଙ୍ଗାପୁର ମଧ୍ୟ 11 ରନ ପାଇଁ ଗୋଟଏ ଓ୍ବିକେଟ ହରାଇଥିବା ବେଳେ 5ଟି ବଲ ଖେଳି ଗୋଟିଏ ଛକା, ଗୋଟିଏ ଚୌକା ଏବଂ ଗୋଟିଏ ଡବଲ ଏବଂ ସିଙ୍ଗଲ ସହିତ 13 ରନ ସ୍କୋର କରିଥିଲା ।

ଏହା ବି ପଢନ୍ତୁ- ବିପଦ ସମୟର ବନ୍ଧୁ ଭାରତ ! ଟିମ୍ ଇଣ୍ଡିଆ ବିପକ୍ଷରେ ନାହିଁ ଗୋଟିଏ ବି ମ୍ୟାଚ, କିନ୍ତୁ ଦିଲ୍ଲୀରେ ପହଞ୍ଚିଲା ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍; ରହିଛି ଖାସ୍ କାରଣ - New Zealand Cricket Team In India

ଅନ୍ତର୍ଜାତୀୟ ଟି-20 ମ୍ୟାଚ ଇତିହାସରେ ଦ୍ବିତୀୟ ସର୍ବନିମ୍ନ ସ୍କୋର-

ମଙ୍ଗୋଲିଆ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ବିତୀୟ ଥର ପାଇଁ ସର୍ବନିମ୍ନ ସ୍କୋର କରିଛି ମଙ୍ଗୋଲିଆ ଦଳ । ଦଳ ସିଙ୍ଗାପୁର ବିପକ୍ଷରେ ମାତ୍ର 10 ରନରେ ଅଲଆଉଟ ହୋଇଯାଇଛି । ତା ପୁଣି 10 ଓଭର ବ୍ୟାଟିଂ କରି । ଏପଟେ ସିଙ୍ଗାପୁର 11 ରନ ବିଜୟ ଲକ୍ଷ୍ୟ ମାତ୍ର 1 ଓ୍ବିକେଟ ହରାଇ ହାସଲ କରିଛି ।

ମଙ୍ଗୋଲିଆ- 10/10 (10 overs)

ସିଙ୍ଗାପୁର- 13/1 in just 0.5 overs

ଦୁଇ ଥର ମଙ୍ଗୋଲିଆ 10 ରନରେ ଅଲଆଉଟ୍-

ଏହା ପୂର୍ବରୁ ମଙ୍ଗୋଲିଆ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି ) ପୁରୁଷ ଟି-20 ବିଶ୍ବକପ ଏସିଆ ମହାଦେଶ ଯୋଗ୍ୟତା ମ୍ୟାଚରେ ହିଂକଂ ବିପକ୍ଷରେ ହିଁ 10 ରନରେ ଆଲଆଉଟ ହୋଇଥିଲା ।

Last Updated : Sep 5, 2024, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.