ETV Bharat / sports

କେମିତି ଏତେ ଫିଟ୍‌ କିଙ୍ଗ୍‌ କୋହଲି ? ଜାଣନ୍ତୁ ତାଙ୍କର ଡାଏଟ ପ୍ଲାନ - Virat Kohli Fitness

author img

By ETV Bharat Sports Team

Published : Sep 7, 2024, 6:45 PM IST

Virat Kohli Diet Plan : ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଫିଟନେସର ରହସ୍ୟ କ’ଣ ? ଯଦି ଆପଣ ଏହା ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଏଠାରେ ଦେଖନ୍ତୁ ନିଜକୁ ଏତେ ଫିଟ ରଖିବାକୁ କ'ଣ ଡାଏଟ ପ୍ଲାନ ଆପଣାଇଛନ୍ତି କିଙ୍ଗ କୋହଲି । ଅଧିକ ପଢ଼ନ୍ତୁ

Virat Kohli
Virat Kohli (IANS Photo)

ହାଇଦ୍ରାବାଦ : କେବଳ କ୍ରିକେଟ ମୈଦାନରେ ରେକର୍ଡ ସୃଷ୍ଟି କରିବାରେ ନୁହେଁ, ଫିଟନେସରେ ମଧ୍ୟ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ବିଶ୍ବର ଅନ୍ୟ କ୍ରିକେଟରଙ୍କ ତୁଳନାରେ ବହୁତ ଆଗରେ ଅଛନ୍ତି । ଯଦିଓ ତାଙ୍କୁ 35 ବର୍ଷ ବୟସ ହେଲାଣି, ହେଲେ ତାଙ୍କର ଫିଟନେସ ଲେବଲ କୌଣସି ଯୁବ ଖେଳାଳିଙ୍କଠାରୁ ବି ବହୁତ ଉପରେ । ଏହାର ମୁଖ୍ୟ କାରଣ ହେଉଛି ନିୟମିତ ବ୍ୟାୟାମ ଏବଂ ପୁଷ୍ଟିକର ଖାଦ୍ୟ । ପଡ଼ିଆରେ ବିଜୁଳି ବେଗରେ ଦୌଡ଼ୁଥିବା କୋହଲି କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ତାଙ୍କ ଫିଟନେସର ରହସ୍ୟ ପ୍ରକାଶ କରିଥିଲେ । ସେ ଏଥିରେ ତାଙ୍କର ଗୋଟିଏ ଦିନର ଡାଏଟ୍ ଯୋଜନା ବିଷୟରେ ମଧ୍ୟ କହିଥିଲେ ।

କୋହଲିଙ୍କ ଡାଏଟ ପ୍ଲାନ :-

କ୍ରିକେଟ୍ କମେଣ୍ଟେଟର ଜତିନ ସାପ୍ରୁଙ୍କ ସହ ଏକ ସାକ୍ଷାତକାରରେ ବିରାଟ କୋହଲି ତାଙ୍କର କିଛି ଡାଏଟ ରହସ୍ୟ ବାଣ୍ଟିଥିଲେ । ଜଳଖିଆରେ କୋହଲି ଅଣ୍ଡା ଅମଲେଟ୍, 3ଟି ଅଣ୍ଡାର ଧଳା ଅଂଶ ଏବଂ ଗୋଟିଏ ସମ୍ପୂର୍ଣ୍ଣ ଅଣ୍ଡା, ପାଳଙ୍ଗ, ଅମୃତଭଣ୍ଡା, ଡ୍ରାଗନ୍ ଫଳ, ତରଭୁଜ, ନିୟମିତ ପରିମାଣର ପନିର ଏବଂ ବାଦାମ ବଟା ସହିତ ରୁଟି ଖାଆନ୍ତି । ଏହା ବ୍ୟତୀତ ଦିନକୁ ତିନିରୁ ଚାରି କପ୍ ଗ୍ରୀନ୍ ଟି ପିଅନ୍ତି କୋହଲି ।

ଲଞ୍ଚରେ କ'ଣ ଖାଆନ୍ତି କୋହଲି ? :-

ଜତିନ ସାପ୍ରୁଙ୍କୁ କୋହଲି କହିବା ମୁତାବକ ସେ ମଧ୍ୟାହ୍ନ ଓ ରାତ୍ରି ଭୋଜନରେ ଗ୍ରିଲ୍ଡ ଚିକେନ୍, ଆଳୁ, ସବୁଜ ପନିପରିବା ଏବଂ ସମୁଦ୍ରଜାତୀୟ ଖାଦ୍ୟ ଖାଆନ୍ତି । ଏହା ସହିତ ସେ ମଧ୍ୟାହ୍ନ ଭୋଜନ ଏବଂ ଜଳଖିଆ ମଧ୍ୟରେ ଡ୍ରାଏଫ୍ରୁଟ୍ସ ଖାଆନ୍ତି । ଯାହା ତାଙ୍କୁ ଫିଟ୍ ରହିବାରେ ସାହାଯ୍ୟ କରେ ।

ଏମିତି କରନ୍ତି ଏକ୍ସରସାଇଜ :-

ସୁସ୍ଥ ଡାଏଟ ସହିତ କୋହଲି ବ୍ୟାୟାମ କରିବାରେ ମଧ୍ୟ ବହୁତ ସମୟ ଖର୍ଚ୍ଚ କରନ୍ତି । ସେ ଦିନକୁ 2 ଘଣ୍ଟା ପାଇଁ ଜିମରେ ନିଜ ଶରୀରକୁ ସମୟ ଦିଅନ୍ତି ଏବଂ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ କରନ୍ତି । ଏଥିରେ ପହଁରିବା ମଧ୍ୟ ସାମିଲ ରହିଛି । ଏହା ସହିତ ନିଜର ବ୍ୟାୟାମ ଦିନଚର୍ଯ୍ୟାକୁ ଆକର୍ଷଣୀୟ କରିବା ପାଇଁ ସେ କିଛି ନୂଆ କରିବାକୁ ମଧ୍ୟ ଚେଷ୍ଟା କରନ୍ତି । ଆରମ୍ଭରୁ କୋହଲି ମଧ୍ୟ ଜଙ୍କ ଫୁଡ ଖାଉଥିଲେ । କିନ୍ତୁ ସେ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ଏହା ତାଙ୍କ କ୍ରିକେଟ୍ କ୍ୟାରିୟର ପାଇଁ ଘାତକ ହେବ ଏବଂ ସେଥିପାଇଁ ସେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାପରେ ବାପ... ଏତେ ଟ୍ୟାକ୍ସ ଭରୁଛନ୍ତି କୋହଲି-ଧୋନୀ, ଟପ୍-20ରେ ନାହାଁନ୍ତି ରୋହିତ, ଜାଣନ୍ତୁ କିଏ ଦେଉଛି କେତେ ? - Most Tax Payer Cricketer

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.