ETV Bharat / sports

ପୁଣି କମାଲ କରିବେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ; ଦେଖନ୍ତୁ କାହାକୁ ମିଳିଲା ପିଆର୍‌ ଶ୍ରୀଜେଶଙ୍କ ସ୍ଥାନ - Asian Champions Trophy Hockey

author img

By ETV Bharat Sports Team

Published : Aug 28, 2024, 4:11 PM IST

Hockey India : ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏସୀୟ ହକି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ହକି ଦଳ ଘୋଷଣା କରାଯାଇଛି । ହରମାନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଦଳରେ ପୁଣି କମାଲ କରିବେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । ଦେଖନ୍ତୁ କାହାକୁ ମିଳିଲା ପିଆର୍‌ ଶ୍ରୀଜେଶଙ୍କ ସ୍ଥାନ,

Indian Hockey Team
Indian Hockey Team (IANS Photo)

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ 2024 ଶେଷ ହେବାର କିଛି ଦିନ ବିଶ୍ରାମ ପରେ ଭାରତୀୟ ହକି ଦଳ ଖୁବଶୀଘ୍ର ପୁଣି ମୈଦାନକୁ ଫେରିବାକୁ ଯାଉଛି । ସେପ୍ଟେମ୍ବର 8ରୁ 17 ପର୍ଯ୍ୟନ୍ତ ଚୀନ୍‌ର ହୁଲୁନବୁଇରରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ଚାମ୍ପିୟନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ 18 ଜଣିଆ ଦଳ ଘୋଷଣା କରିଛି । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇଥିବା ଭାରତୀୟ ହକି ଦଳର କମାଣ ଏସୀୟ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଭେଟେରାନ୍ ଡ୍ରାଗ୍ ଫ୍ଲିକର ହରମାନପ୍ରୀତ ସିଂହଙ୍କ ହାତରେ ରହିବ । ଏଥି ସହିତ ଅଭିଜ୍ଞ ମିଡଫିଲ୍ଡର ବିବେକ ସାଗର ପ୍ରସାଦ ଉପ-ଅଧିନାୟକ ଭାବରେ ଦଳରେ ଖେଳିବେ ।

କାହାକୁ ସୁଯୋଗ, କାହାକୁ ବିଶ୍ରାମ ? :-

ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର 7ଟି ଦେଶ ସାମିଲ ହେବେ, ଯେଉଁଥିରେ ଟପ୍‌ ଲେବୁଲ ହକି ଖେଳୁଥିବା ଦେଶ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଏବଂ ଆୟୋଜକ ଚୀନ୍ ସହିତ ପ୍ରତିଦ୍ବନ୍ଦ୍ବିତା କରିବ ଭାରତ । ପିଆର୍‌ ଶ୍ରୀଜେଶଙ୍କ ଅବସର ପରେ ତାଙ୍କ ସ୍ଥାନରେ ଗୋଲକିପର ଭାବେ ଦଳରେ କୃଷ୍ଣ ବାହାଦୂର ପଠକ ଏବଂ ସୁରଜ କରକେରାଙ୍କୁ ଦଳରେ ସୁଯୋଗ ମିଳିଛି । ଅନ୍ୟପଟେ ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ, ଜରମାନପ୍ରୀତ ସିଂହ, ଅଧିନାୟକ ହରମାନପ୍ରୀତ ସିଂହ, ଯୁଗରାଜ ସିଂହ, ସଞ୍ଜୟ ଏବଂ ସୁମିତ ଡିଫେନ୍ସରେ ଖେଳିବେ । ରାଜ କୁମାର ପାଲ, ନୀଲକାନ୍ତ ଶର୍ମା, ମନପ୍ରୀତ ସିଂହ ଏବଂ ମହମ୍ମଦ ରାହିଲ ମିଡ୍‌ଫିଲ୍ଡର ଅଂଶ ହେବେ । ଅଭିଷେକ, ସୁଖଜିତ ସିଂହ, ଅରିଜିତ ସିଂହ ହୁନ୍ଦଲ, ଉତ୍ତମ ସିଂହ ଏବଂ ଡେବ୍ୟୁଟାଣ୍ଟ ଗୁରୁଜୋତ ସିଂହଙ୍କ ଭଳି ଯୁବ ଫରୱାର୍ଡ ଲାଇନ ବିରୋଧୀ ଦଳର ଆଟାକ୍‌ରୁ ଗୋଲ ରକ୍ଷା କରିବାର ଦାୟିତ୍ବ ଗ୍ରହଣ କରିବ ।

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ବ୍ରୋଞ୍ଜ ପଦକ ଜିତିଥିବା ହକି ଦଳର 10 ଜଣ ଖେଳାଳି ଏସୀୟ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଅଂଶ ଅଟନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହାର୍ଦ୍ଦିକ ସିଂହ, ମନଦୀପ ସିଂହ, ଲଳିତ ଉପାଧ୍ୟାୟ, ଶମଶେର ସିଂହ ଏବଂ ଗୁରୁଜନ୍ତ ସିଂହଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।

'ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ' :-

ଦଳର ଘୋଷଣା ପରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ୍ କହିଛନ୍ତି, "ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ, ଯାହାଦ୍ବାରା ଆମେ ଆମର ରାଙ୍କିଂ ପଏଣ୍ଟ ବୃଦ୍ଧି କରିପାରିବା । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଆମର ଭଲ ପ୍ରଦର୍ଶନ ପରେ ସମସ୍ତେ ଉତ୍ସବ ପାଳନ କରି ସାରି ଏବେ କ୍ୟାମ୍ପକୁ ଫେରିଛନ୍ତି । ଗତ କିଛି ସପ୍ତାହରେ ଦଳ ପାଇଁ ସମସ୍ତଙ୍କ ଭଲ ପାଇବା ଏବଂ ପ୍ରଶଂସା ପ୍ରକୃତରେ ଅବିଶ୍ୱସନୀୟ ଥିଲା । ଆମର ଭବିଷ୍ୟତ ଅଭିଯାନ ସମୟରେ ମଧ୍ୟ ଏଭଳି ସମର୍ଥନ ଜାରି ରହିବ ବୋଲି ଆମେ ଆଶା କରୁଛୁ ।"

ଏମିତି ରହିଛି ଭାରତର ସୂଚୀ :

ଭାରତୀୟ ଦଳ ଏହାର ଅଭିଯାନ ସେପ୍ଟେମ୍ବର 8ରେ ଚୀନ୍ ବିପକ୍ଷରେ ଆରମ୍ଭ କରିବ । ତା’ପରେ 9 ସେପ୍ଟେମ୍ବରରେ ଜାପାନ ବିପକ୍ଷରେ ମ୍ୟାଚ୍ ଖେଳିବ ହରମାନପ୍ରୀତ ବାହିନୀ । ଗୋଟିଏ ଦିନର ବିଶ୍ରାମ ପରେ ସେପ୍ଟେମ୍ବର 11ରେ ମାଲେସିଆ ଏବଂ ସେପ୍ଟେମ୍ବର 12ରେ କୋରିଆ ସହିତ ମୁହାଁମୁହିଁ ହେବ ଭାରତ । ଏହାପରେ ପୁଣି ଗୋଟିଏ ଦିନ ବିରତି ପରେ ସେପ୍ଟେମ୍ବର 14ରେ ପାକିସ୍ତାନକୁ ଭେଟିବ ଭାରତ । ସେମିଫାଇନାଲ ଏବଂ ଫାଇନାଲ ଯଥାକ୍ରମେ 16 ଏବଂ 17ରେ ଅନୁଷ୍ଠିତ ହେବ ।

ଭାରତୀୟ ପୁରୁଷ ହକି ଟିମ :-

ଗୋଲକିପର : କୃଷ୍ଣ ବାହାଦୂର ପାଠକ, ସୂରଜ କରକେରା

ଡିଫେଣ୍ଡର : ଜରମନପ୍ରୀତ ସିଂହ, ଅମିତ ରୋହିଦାସ, ହରମନପ୍ରୀତ ସିଂହ (ଅଧିନାୟକ), ଜୁଗରାଜ ସିଂହ, ସଞ୍ଜୟ, ସୁମିତ

ମିଡ୍‌ଫିଲ୍ଡର : ରାଜକୁମାର ପାଲ, ନୀଲକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ (ଉପଅଧିନାୟକ), ମନପ୍ରୀତ ସିଂହ, ମହମ୍ମଦ ରାହିଲ ମୌସିନ

ଫରୱାଡ : ଅଭିଷେକ, ସୁଖଜିତ ସିଂହ, ଅରିଜିତ ସିଂହ ହୁନ୍ଦଲ, ଉତ୍ତମ ସିଂହ, ଗୁରଜୋତ ସିଂହ

ଏହା ମଧ୍ୟ ପଢ଼ନ୍ତୁ...ଆଶ୍ଚର୍ଯ୍ୟ ! ଗୋଟିଏ ମ୍ୟାଚ୍‌ରେ ଦୁଇଟି ଟିମ ପାଇଁ ଖେଳିଲେ ଜଣେ ଖେଳାଳି - Danny Jansen Record

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.