ETV Bharat / sports

ରୋହିତଙ୍କ ନାମରେ ଏକାଧିକ ରେକର୍ଡ, T20ରେ ସର୍ବାଧିକ ଛକା - T20 World Cup 2024

author img

By ETV Bharat Odisha Team

Published : Jun 25, 2024, 9:08 AM IST

Rohit Sharma creates history: ହିଟମ୍ୟାନ୍‌ ରୋହିତ ଶର୍ମାଙ୍କ ନୂଆ ରେକର୍ଡ । ଟି-20ରେ 200 ଛକା ପୂରଣ କରିବାରେ ବିଶ୍ବର ପ୍ରଥମ ଖେଳାଳି ରୋହିତ । ଅଧିକ ପଢନ୍ତୁ

Etv Bharat
Etv Bharat (BCCI)

ହାଇଦ୍ରାବାଦ: ଟି-20 ବିଶ୍ବକପର ସୁପର 8 ଅନ୍ତିମ ମୁକାବିଲାରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଷ୍ଟାଡିୟମରେ ଛକା ଚୌକାର ବର୍ଷା କରିଥିଲେ ହିଟ ମ୍ୟାନ୍‌ । ଯାହାର ଭରପୁର ମଜା ଉଠାଇଥିଲେ ଉପସ୍ଥିତ ଦର୍ଶକ । 41ଟି ବଲରୁ 7 ଚୌକା ଓ 8 ଛକା ସହିତ 92 ରନ କରିବା ପରେ ଏକାଧିକ ରେକର୍ଡ କରିଛନ୍ତି ରୋହିତ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ 19 ହଜାର ରନ୍‌ ସେ ପୂରଣ କରିଛନ୍ତି । ସେହିପରି ବିଶ୍ବର ପ୍ରଥମ ଖେଳାଳି ଭାବେ ସେ ଟି-20ରେ ସର୍ବାଧିକ ଛକା ମାରିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ରୋହିତଙ୍କ ରେକର୍ଡ ଉପରେ ନଜର ପକାନ୍ତୁ-

ଟି -20 ବିଶ୍ୱକପରେ ଭାରତୀୟ ଭାବେ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ରୋହିତ: ଟି-20 ବିଶ୍ବକପରେ ରୋହିତ ତୃତୀୟ ଭାରତୀୟ ଖେଳାଳି ଭାବେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 19ଟି ବଲରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଯୁବରାଜ ସିଂ । ସେ 2009 ଟି-20 ବିଶ୍ବକପରେ ଇଲଂଣ୍ଡ ବିପକ୍ଷରେ 12 ବଲରେ ଅର୍ଦ୍ଧଶତକ କରିଥିଲେ । 2021 ଏହି ଟୁର୍ଣ୍ଣାମେଣ୍ଟରେ 18 ବଲରୁ ଅର୍ଦ୍ଧଶତକ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି କେଏଲ ରାହୁଲ ।

ଟି -20 ବିଶ୍ୱକପରେ ଅଧିନାୟକ ଭାବେ ସର୍ବାଧିକ ବ୍ୟକ୍ତିଗତ ରନ: 2010 ଟୁର୍ଣ୍ଣାମେଣ୍ଟରେ କ୍ରିସ ଗେଲ ଭାର ବିପକ୍ଷ ମ୍ୟାଚରେ ଅଧିନାୟକ ଭାବେ 98 ରନ୍‌ କରି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଗତକାଲି କଙ୍ଗାରୁ ଦଳ ବିପକ୍ଷରେ 92 ରନ କରି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି 2009ରେ କ୍ରିସ ଗେଲ 88 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆ ବୋଲରଙ୍କୁ ଧୋଇଲେ ରୋହିତ, ସେମିରେ ଇଂଲଣ୍ଡ-ଭାରତ ମୁକାବିଲା

ଟି-20ରେ ସର୍ବାଧିକ ଛକା ରୋହିତଙ୍କ ନାମରେ: ଟି-20 ବିଶ୍ବକପ ଇତିହାସରେ ରୋହିତ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି । 157ଟି ମ୍ୟାଚ ଖେଳି 203 ଛକା ମାରିଛନ୍ତି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ମାରଟିନ ଗପଟିଲ । ସେ 122ଟି ମ୍ୟାଚ ଖେଳି 173 ଛକା ମାରିଛନ୍ତି । ବଟଲର 123 ମ୍ୟାଚରୁ 137 ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି ।

ଟି -20 ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର:

101 - ସୁରେଶ ରାଇନା (2010)

92 - ରୋହିତ ଶର୍ମା (2024)

89 * - ବିରାଟ କୋହଲି (2016)

ଟି -20 ବିଶ୍ୱକପରେ ରୋହିତଙ୍କ ସର୍ବାଧିକ ରନ:

92 ରନ୍ ( 2024 ଭାରତ ବନାମ ଅଷ୍ଟ୍ରେଲିଆ)

79 * (2010 ଭାରତ ବନାମ ଅଷ୍ଟ୍ରେଲିଆ)

74 (2021 ଭାରତ ବନାମ ଆଫଗାନିସ୍ତାନ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.