ହାଇଦ୍ରାବାଦ: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର କିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ହୋଇଛି । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଠିକ ନଥିବା ବେଳେ ଷ୍ଟାର କପଲ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଗୁଜବ ଜୋର ଧରିଛି । ତେବେ ଏହାମଧ୍ୟରେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ ହଟାଇବା ପରେ ଏହି ଚର୍ଚ୍ଚାକୁ ଆହୁରୀ ଖୋରାକ ଯୋଗାଇଛି । ଦୀର୍ଘ ଦିନ ହେଲା ନତାଶା ସୋସିଆଲ ମିଡିଆରେ ପାଣ୍ଡ୍ୟା ଓ ତାଙ୍କର କୌଣସି ଫୋଟ ପୋଷ୍ଟ କରୁନଥିବା ବେଳେ ଉଭୟଙ୍କ କପଲ ଫୋଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲେଟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉଭୟଙ୍କ ପାରିପାରିବ ଜୀବନରେ ଫାଟ ଥିବା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ୨୦୨୦ ମେ ୩୧ ତାରିଖରେ ଅଭିନେତ୍ରୀ ନତାଶା ଓ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧୁମଧାମରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ଏକମାସ ପରେ ଅର୍ଥାତ୍ ୩୦ ଜୁଲାଇ ୨୦୨୦ରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଉଭୟ ପିତାମାତା ବନିଥିଲେ । ତେବେ ୨୦୨୩ ଫେବ୍ରୁଆରୀ ୧୪ରେ ଏହି ଯୋଡି ରାଜସ୍ଥାନର ଉଦୟପୁରରେ ପୁଣି ଥରେ ଏକ ଗ୍ରାଣ୍ଡ୍ ବିବାହ ଓ ରିସେପ୍ସନ କରିଥିଲେ ।
ବିବାହ ବିଚ୍ଛେଦ ନେଇ କାହିଁକି ହେଉଛି ଚର୍ଚ୍ଚା: ସୋସିଆଲ ମିଡିଆରେ ଏହି ଷ୍ଟାର କପଲଙ୍କ ବିବାହ ବିଚ୍ଛେଦ ଖବର ଚର୍ଚ୍ଚା ଜୋର ଧରିଛି । ଯଦିଓ ଏନେଇ କୌଣସି ପକ୍କା ପ୍ରମାଣ ନାହିଁ କିମ୍ବା ଏହି ଷ୍ଟାର କପଲ ଏବାଦରେ କୌଣସି ମତାମତ ଦେଇନାହାନ୍ତି କିନ୍ତୁ ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାକୁ ନେଇ ବହୁ ମତାମତ ଦେଉଛନ୍ତି । କିଛି ଦିନ ହେଲା ଷ୍ଟାର ଦମ୍ପତି ସୋସିଆଲ ମିଡିଆରେ ଉଭୟଙ୍କ କୌଣସି ଫୋଟ ଛାଡୁନଥିବା ଦେଖିବାକୁ ମିଳୁଛି । ନତାଶା ଇନଷ୍ଟା ବାୟୋରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ ହଟାଇ ଦେଇଛନ୍ତି । ତେବେ ଗତ ମାର୍ଚ୍ଚ ୪ରେ ନତାଶାଙ୍କ ଜନ୍ମଦିନରେ ମଧ୍ୟ ସୋସିଆଲ ମିଡିଆରେ ପାଣ୍ଡ୍ୟା କୌଣସି ପୋଷ୍ଟ କରିନଥିଲେ । କେବଳ ଏତିକି ନୁହେଁ ଆଉ ମଧ୍ୟ IPL 2024ର ଗୋଟିଏ ବି ମ୍ୟାଚରେ ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ତାଙ୍କ ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ଚିଅର-ଅପ କରିବାକୁ ଷ୍ଟାଡିୟମରେ ନତାଶାଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ୟୁଜର୍ସମାନେ ଏହି କପଲଙ୍କ ମଧ୍ୟରେ ସବୁକିଛି ଠିକ ନଥିବା ନେଇ ଚର୍ଚ୍ଚା କରୁଛନ୍ତି ।
ନତାଶାଙ୍କ ସହ ପାଣ୍ଡ୍ୟାଙ୍କ ଶେଷ ପୋଷ୍ଟ: ହାର୍ଦ୍ଦିକ ଚଳିତ ବର୍ଷ ଏପ୍ରିଲ ୯ ତାରିଖରେ ଘରୁ ଏକ କୀର୍ତ୍ତନ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ପତ୍ନୀ ନତାଶା ଓ ତାଙ୍କ ଶ୍ୱଶୂର ଘର ଲୋକେ ରହିଥିଲେ । ଏହାପୂର୍ବରୁ ୨୦୨୪ ଫେବ୍ରୁଆରୀ ୧୪ରେ ହାର୍ଦ୍ଦିକ ନିଜ ପତ୍ନୀଙ୍କ ସହ ଏକ ଫୋଟ ପୋଷ୍ଟ କରିବା ସହ ଭାଲେଷ୍ଟାଇନ ଡେ ଶୁଭେଚ୍ଛା ଜଣାଇଥିଲେ । ନତାଶା କିଛି ଦିନ ତଳେ ଇନଷ୍ଟାରେ ତାଙ୍କ ପୁଅ ଅଗସ୍ତ୍ୟା ସହ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ପୁଅ ସହ ଏକା ବୁଲୁଥିବା ନଜର ଆସିଥିଲେ । ତେବେ ସୋସିଆଲ ମିଡିଆରେ ଏନେଇ ଯେତେ ଚର୍ଚ୍ଚା ହେଉଥିଲେ ମଧ୍ୟ ଇଟିଭି ଭାରତ ହାର୍ଦ୍ଦିକ- ନତାଶାଙ୍କ ବିବାହ ବିଚ୍ଛେଦ ଖବରରେ ସତ୍ୟାସତ୍ୟ ଅଛି ବୋଲି ଦର୍ଶାଉନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ