ETV Bharat / sports

ଭାରତୀୟ ଦଳକୁ ପାକିସ୍ତାନ ପଠାଇବା ପାଇଁ ସର୍ତ୍ତ ରଖିଲେ ହରଭଜନ; ଏମିତି ହେଲେ ପାକ୍‌ ଯିବ ଟିମ୍‌ ଇଣ୍ଡିଆ - Champions Trophy 2025

author img

By ETV Bharat Sports Team

Published : Sep 2, 2024, 7:43 PM IST

Harbhajan Singh Condition for Champions Trophy 2025 : ଚାମ୍ପିୟନ୍ସ ଟ୍ରଫି 2025 ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ନେଇ ଏବେବି ରହିଛି ଦ୍ୱନ୍ଦ୍ୱ । ଭାରତ ପାକିସ୍ତାନ ଯିବା ଉଚିତ କି ନୁହେଁ, ସେନେଇ ଅନେକ ଆଲୋଚନା ହେଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ହରଭଜନ ସିଂ ପାକିସ୍ତାନ ଆଗରେ ଏକ ସର୍ତ୍ତ ରଖିଛନ୍ତି । ଜାଣନ୍ତୁ କେଉଁ ସର୍ତ୍ତରେ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ,

Harbhajan Singh Condition for Champions Trophy 2025
Harbhajan Singh Condition for Champions Trophy 2025 (ETV Bharat Odisha)

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି 2025 ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ, ସେନେଇ ବିସିସିଆଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ହେଲେ ବିଭିନ୍ନ ସ୍ତରରେ ଏହାକୁ ନେଇ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି । ଯଦିଓ ପ୍ରତି ପାକିସ୍ତାନୀ ଚାହାଁନ୍ତି ଯେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରୁ, ହେଲେ ଭାରତ ହାଇବ୍ରିଡ ମଡେଲରେ ଖେଳିବାକୁ ଚାହୁଁଥିବା ମଧ୍ୟ ମିଡିଆ ରିପୋର୍ଟ ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ସହ ଭାରତୀୟ ସୁରକ୍ଷା ବଳ ପାକିସ୍ତାନ ଯାଇପାରିବ କି ? ଏନେଇ ପୂର୍ବରୁ ଆମେ ଏକ ଖବର ପ୍ରକାଶ କରିଛୁ । ତେବେ ଭାରତର ପାକିସ୍ତାନ ଗସ୍ତ ଉପରେ ନିଜ ମତ ରଖିଛନ୍ତି ପୂର୍ବତନ କ୍ରିକେଟର ତଥା ଆପ୍‌ ସାଂସଦ ହରଭଜନ ସିଂହ ।

ସୁରକ୍ଷା ସୁନିଶ୍ଚିତ ହେଲେ ସରକାର ବିଚାର କରନ୍ତୁ :- ହରଭଜନ ସିଂହ

ଭାରତର ଗସ୍ତକୁ ନେଇ ପାକିସ୍ତାନ ଆଗରେ ଏକ ସର୍ତ୍ତ ରଖିଛନ୍ତି ହରଭଜନ ସିଂହ । 'ସ୍ପୋର୍ଟସ୍ ତକ୍' ସହିତ କଥାବାର୍ତ୍ତା ବେଳେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ କହିଛନ୍ତି ଯେ ଭାରତ କେବଳ ଗୋଟିଏ ସର୍ତ୍ତରେ ପାକିସ୍ତାନ ଯାତ୍ରା କରିବା ଉଚିତ୍ । ସର୍ତ୍ତଟି ହେଉଛି, ପାକିସ୍ତାନ ଭାରତୀୟ ଦଳକୁ ସ୍ବତନ୍ତ୍ର ଭାବେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଉ । ହରଭଜନ କହିଛନ୍ତି, "ଯଦି ଭାରତୀୟ ଦଳର ସୁରକ୍ଷା ସୁନିଶ୍ଚିତ ନହୁଏ, ତେବେ ଦଳ ପାକିସ୍ତାନ ଯିବା ଉଚିତ ନୁହେଁ । ଯଦି ଅଧିକାରୀମାନେ କୁହନ୍ତି ଯେ ଦଳଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷା ପାଇବେ, ତେବେ ସରକାର ଏହା ବିଷୟରେ ଚିନ୍ତା କରିବା ଉଚିତ ଏବଂ ନିଷ୍ପତ୍ତି ନେବା ଉଚିତ୍ । କାରଣ ଏହି ବିଷୟ କେବଳ କ୍ରିକେଟ୍ ସହ ଜଡିତ ନୁହେଁ, ବରଂ ଏହାଠାରୁ ମଧ୍ୟ ବହୁ ଦୂରକୁ ଭାବିବା ଉଚିତ । ସେମାନେ ଯାହା କହୁଛନ୍ତି ତାହା ଠିକ୍ ବୋଲି ଭାବୁଛନ୍ତି, ଅନ୍ୟପଟେ ଆମେ ଯାହା କହୁଛୁ, ତାହା ହେଉଛି ଆମର ଦୃଷ୍ଟିକୋଣ । ମୁଁ ଭାବୁଛି ସୁରକ୍ଷା ଚିନ୍ତା ସବୁବେଳେ ଥାଏ ଏବଂ ଯଦି ଖେଳାଳିଙ୍କ ସୁରକ୍ଷା ସୁନିଶ୍ଚିତ ହୁଏ ନାହିଁ, ମୁଁ ଭାବୁଛି ଦଳ ସେଠାକୁ ଯିବା ଉଚିତ୍ ନୁହେଁ ।"

ଭାରତୀୟ ଦଳ ପାକିସ୍ତାନ ଆସିବା ଉଚିତ ନୁହେଁ :- ଦାନିଶ କନେରିଆ

ପ୍ରକାଶ ଥାଉ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନଆସୁ ବୋଲି କହିଥିଲେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ । 'ସ୍ପୋର୍ଟସ ତକ୍‌'କୁ ସେ କହିଥିଲେ, "ପାକିସ୍ତାନର ପରିସ୍ଥିତିକୁ ଦେଖ, ମୁଁ କହୁଛି ଭାରତୀୟ ଦଳ ଖେଳିବା ପାଇଁ ପାକିସ୍ତାନ ଯିବା ଉଚିତ ନୁହେଁ । ପାକିସ୍ତାନ ଏହା ବିଷୟରେ ଚିନ୍ତା କରିବା ଉଚିତ୍, ତା’ପରେ ଆଇସିସି ଏହା ଉପରେ ନିଷ୍ପତ୍ତି ନେବ । ସମ୍ଭବତଃ ଏହା ଏକ ହାଇବ୍ରିଡ୍ ମଡେଲ୍‌ରେ ହେବ ଏବଂ ଏହା ଦୁବାଇରେ ଖେଳାଯିବ । ଖେଳାଳିଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା । ସମ୍ମାନ ହେଉଛି ଦ୍ୱିତୀୟ ପ୍ରାଥମିକତା । ଅନେକ କଥା ରହିଛି । ବିସିସିଆଇ ବହୁତ ଭଲ କାମ କରୁଛି । ମୁଁ ଭାବୁଛି ସମସ୍ତ ଦେଶ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତିକୁ ଗ୍ରହଣ କରିବେ ।"

ଟି20 ବିଶ୍ବକପ 2024ରେ ଚାମ୍ପିୟନ ହେବା ପରେ ଭାରତର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କ ସହ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବ ବୋଲି ଜୟ ଶାହ କହିଛନ୍ତି । ଏବେ ପ୍ରଶ୍ନ ହେଉଛି, ପାକିସ୍ତାନ ଦ୍ୱାରା ଆୟୋଜିତ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପଡ଼ୋଶୀ ଦେଶ ଗସ୍ତରେ ଯିବ କି ? କାରଣ ପୂର୍ବରୁ ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଥିବାବେଳେ ଜୟ ଶାହ ଏସିଆ କପ୍‌ 2023 ସମୟରେ ଭାରତୀୟ ଦଳକୁ ପାକିସ୍ତାନ ଯିବାକୁ ଦେଇନଥିଲେ । ଫଳସ୍ବରୂପ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆକପ୍‌ 2023 ହାଇବ୍ରିଡ ମୋଡରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ତେଣୁ ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ କ'ଣ ହେବ ? ପାକିସ୍ତାନ ହାତରୁ ଆୟୋଜନ ଅଧିକାର ଛଡ଼ାଇ ଆଣିବେ ଜୟ ଶାହ ! ନା ସୁଧୁରିବ ସମ୍ପର୍କ ? ସେନେଇ ମଧ୍ୟ ଆମେ ଏକ ଖବର ପ୍ରକାଶ କରିଥିଲୁ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.