ETV Bharat / sports

ଡିପ୍ରେସନରେ ରହି ଜୀବନ ହାରିଲେ ପୂର୍ବତନ କ୍ରିକେଟର; ଖୁଲାସା କଲେ ପତ୍ନୀ - Graham Thorpe

author img

By ETV Bharat Sports Team

Published : Aug 12, 2024, 5:47 PM IST

Graham Thorpe Suicide : ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହମ ଥୋର୍ପେଙ୍କର ଅଗଷ୍ଟ 5ରେ ମୃତ୍ୟୁ ଘଟିଥିଲା । ଏବେ ତାଙ୍କ ପତ୍ନୀ ଖୁଲାସା କରିଥଛନ୍ତି ଯେ ସେ ନିଜେ ନିଜର ଜୀବନ ହାରିଛନ୍ତି । ଜାଣନ୍ତୁ କାରଣ,

Graham Thorpe Suicide
Graham Thorpe Suicide (AFP Photo)

ଲଣ୍ଡନ (ଇଂଲଣ୍ଡ) : ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହମ ଥୋର୍ପେଙ୍କର ନିଧନ ଘଟିଛି । ଅଗଷ୍ଟ 5ରେ 55 ବର୍ଷୀୟ ଥୋର୍ପେଙ୍କର ଦେହାନ୍ତ ହୋଇଥିଲା । ଥୋର୍ପେଙ୍କ ମୃତ୍ୟୁ ନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଘୋଷଣା କରିଥିଲା । ହେଲେ ଏବେ ଏକ ବଡ଼ ଖୁଲାସା କରିଛନ୍ତି ଥୋର୍ପେଙ୍କ ପତ୍ନୀ । ଗତ ଦୁଇ ବର୍ଷ ଧରି ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଡିପ୍ରେସନ ଏବଂ ଗଭୀର ଚିନ୍ତାଗ୍ରସ୍ତ ଥିଲେ ଗ୍ରାହମ ଥୋର୍ପେ । ଦୀର୍ଘ ଦିନ ଧରି ମାନସିକ ଓ ଶାରୀରିକ ଖରାପ ସ୍ବାସ୍ଥ୍ୟ ସହ ମୁକାବିଲା କରିବା ପରେ ଶେଷରେ ସେ ନିଜ ଜୀବନ ହାରିଥିବା ତାଙ୍କ ପତ୍ନୀ ଅମାଣ୍ଡା ପ୍ରକାଶ କରିଛନ୍ତି ।

ଜୀବନ ହାରିଥିଲେ ଗ୍ରାହମ ଥୋର୍ପେ :-

ପୂର୍ବତନ ଇଂଲିଶ କ୍ରିକେଟର ଗ୍ରାହମଙ୍କ ପତ୍ନୀ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଆଥର୍ଟନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ତାଙ୍କ ସ୍ବାମୀ ଗ୍ରାହମ ଜୀବନ ହାରିବା ପୂର୍ବରୁ ଦୀର୍ଘ ଦିନରୁ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ହୋଇଯାଇଥିଲେ । 'ଦ ଟାଇମ୍ସ'କୁ ଥୋର୍ପେଙ୍କ ପତ୍ନୀ କହିଛନ୍ତି ଯେ, 'ସେ ମୋତେ ଏବଂ ଦୁଇ ଝିଅଙ୍କୁ ବହୁତ ଭଲ ପାଉଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ସୁସ୍ଥ ହୋଇପାରିଲେ ନାହିଁ । ସେ ଦିନକୁ ଦିନ ଆହୁରି ଅଧିକ ଅସୁସ୍ଥ ହୋଇଗଲେ ଏବଂ ଅନୁଭବ କଲେ ଯେ ତାଙ୍କ ପାଇଁ ତାଙ୍କ ପରିବାର ହୁଏତ କଷ୍ଟ ପାଉଛି । ସେ ଏହା ଭାବି ଧିରେ ଧିରେ ଡିପ୍ରେସନକୁ ଚାଲିଗଲେ ଏବଂ ଶେଷରେ ନିଜ ଜୀବନ ହାରିଦେଲେ ।'

ଦୀର୍ଘ ବର୍ଷରୁ ଥିଲେ ଚିନ୍ତାଗ୍ରସ୍ତ :-

ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ଗ୍ରାହମ୍ ଗତ କିଛିବର୍ଷ ଧରି ଅତ୍ୟଧିକ ଉଦାସୀନତା ଏବଂ ଚିନ୍ତାଗ୍ରସ୍ତ ଥିଲେ । ଯାହା ଫଳରେ ସେ ମେ' 2022ରେ ନିଜ ଜୀବନ ନେବାକୁ ଏକ ଗୁରୁତର ପ୍ରୟାସ କରିଥିଲେ । ଫଳସ୍ବରୂପ ତାଙ୍କୁ ଦୀର୍ଘ ଦିନ ଧରି ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖିବାକୁ ପଡ଼ିଥିଲା । ସେ ବିଭିନ୍ନ କାରଣରୁ ଗଭୀର ଡିପ୍ରେସନ ଏବଂ ଚିନ୍ତାର ଶିକାର ହେବାକୁ ଲାଗିଲେ, ଯାହା ବେଳକୁ ବେଳ ବହୁତ ଭୟଙ୍କର ହୋଇଗଲା । ତାଙ୍କ ପତ୍ନୀ କହିଛନ୍ତି, "ଆମେ ତାଙ୍କ ପରିବାର ଭାବରେ ତାଙ୍କୁ ଯଥା ସମ୍ଭବ ସାଥ ଦେଲୁ ଏବଂ ଅନେକ ପ୍ରକାର ଚିକିତ୍ସା କରିଥିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ସେଗୁଡ଼ିକ ମଧ୍ୟରୁ କୌଣସି ଚିକିତ୍ସା କାମ ଦେଇନଥିଲା ।"

ଥୋର୍ପେଙ୍କ ଝିଅ କିଟି କହିଛନ୍ତି, "ସେ ଅସୁସ୍ଥ ହୋଇଯିବାର କିଛି ସମୟ ପରେ ସେ ଆଉ ସମାନ ବ୍ୟକ୍ତି ହୋଇ ରହିଲେ ନାହିଁ ଏବଂ ତାଙ୍କୁ ଆଉ କୌଣସି ରାସ୍ତା ଦେଖାଗଲା ନାହିଁ । ସେ ନିଜ ଜୀବନକୁ ଯେତିକି ଭଲ ପାଉଥିଲେ, ଆମକୁ ମଧ୍ୟ ସେତିକି ଭଲ ପାଉଥିଲେ । କିନ୍ତୁ ତାଙ୍କୁ ଆଉ କୌଣସି ରାସ୍ତା ଦେଖା ଗଲାନି । ସେ କିଭଳି ଭାଙ୍ଗି ପଡ଼ିଲେ, ଏହା ଦେଖିବା ହୃଦୟ ବିଦାରକ ଥିଲା । ଆମେ ଖୁସି ଯେ ଏହି ରୋଗ ତାଙ୍କୁ ଗ୍ରାସ କରିବା ପୂର୍ବରୁ ତାଙ୍କ ଜୀବନରେ ଅନେକ ବିଚାରଧାରା ଥିଲା । ମୁଁ ଖୁସି ଯେ ସମସ୍ତେ ତାଙ୍କୁ ଏଭଳି ମନେ ପକାଉଛନ୍ତି । କାରଣ ସେ ଏକ ସଂପୂର୍ଣ୍ଣ ଚରିତ୍ର ଥିଲେ ।"

ପ୍ରକାଶ ଥାଉ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ପୂର୍ବତନ ଭାରତୀୟ ଷ୍ଟାର ଓପନର ବୀରେନ୍ଦ୍ର ସେହୱାଗଙ୍କ ସହିତ ଗ୍ରାହମ ଥୋର୍ପେ ଖେଳିଛନ୍ତି । ସେ 1993ରୁ 2005 ମସିହା ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ 100 ଟେଷ୍ଟ ମ୍ୟାଚ୍‌ ଏବଂ 82 ଏକଦିବସୀୟ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ କ୍ରିକେଟକୁ ଫେରିବେ ରୋହିତ-କୋହଲି ! ବାଂଲାଦେଶ ବିପକ୍ଷ ଟେଷ୍ଟ ପୂର୍ବରୁ ଦୁଲୀପ ଟ୍ରଫି ଖେଳିବେ ଷ୍ଟାର ପ୍ଲେୟର - Duleep Trophy

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.