ETV Bharat / sports

ଟିମ୍‌ ଇଣ୍ଡିଆ ହେଡ୍ କୋଚ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗମ୍ଭୀର - Gautam Gambhir

Gautam Gambhir on becoming team india head coach : ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ଇଚ୍ଛୁକ ଥିବା କିହଲେ ଗମ୍ଭୀର । ଏହାଠାରୁ ବଡ ସମ୍ମାନ ଆଉ କିଛି ନାହିଁ ବୋଲି କହିଲେ ସେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 3, 2024, 8:41 AM IST

Gautam Gambhir
Gautam Gambhir (ANI)

ଆବୁଧାବି: କିଏ ହେବ ଟିମ ଇଣ୍ଡିଆର ମୁଖ୍ୟ କୋଚ ସେନେଇ ଜାରି ରହିଛି କଳ୍ପନାଜଳ୍ପନା । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଗୌତମ ଗମ୍ଭୀର କୋଚ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ସେ ମୁହଁ ଖୋଲିଛନ୍ତି । ଏହି ପଦବୀରେ ନିଯୁକ୍ତି ପାଇଁ ଗମ୍ଭୀର ଇଚ୍ଛୁକ ଥିବା କହିଛନ୍ତି । ଆବୁଧାବିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି ବୋଲି କହିଛନ୍ତି ଗମ୍ଭୀର ।

ଗମ୍ଭୀର କହିଛନ୍ତି,''ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି। ଜାତୀୟ ଦଳରେ ପ୍ରଶିକ୍ଷଣ ଦେବା ଠାରୁ ବଡ ସମ୍ମାନ ଆଉ କିଛି ନାହିଁ। ଆପଣ 140 କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ଯେତେବେଳେ ଆପଣ ଭାରତର ପ୍ରତିନିଧିତ୍ୱ କରୁଛନ୍ତି, ସେତେବେଳେ ଏହା ଠାରୁ ଆଉ କିଛି ବଡ ନାହିଁ ।"

କିଛି ଦିନ ପୂର୍ବରୁ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ, ଭାରତୀୟ କ୍ରିକେଟ୍ ବିଷୟରେ ଗଭୀର ଜ୍ଞାନ ଥିବା ଏବଂ ଅଭିଜ୍ଞଙ୍କୁ ଏହି ପଦବୀରେ ନିଯୁକ୍ତ କରାଯିବ । 2007 ରେ ଆଇସିସି ପୁରୁଷ ଟି -20 ବିଶ୍ୱକପ ଜିତିବା ଏବଂ 2011 ରେ ଆଇସିସି ପୁରୁଷ ବିଶ୍ୱକପ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗମ୍ଭୀର । ଭାରତୀୟ ଦଳର ମୁଖ୍ୟ କୋଚ ପାଇଁ ବିସିଆଇ ମଧ୍ୟ ତାଙ୍କୁ ପ୍ରସ୍ତାବ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ଶାହଙ୍କ ସହ କଥା ହେଲେ ଗମ୍ଭୀର, ଟିମ ଇଣ୍ଡିଆ କୋଚ ନେଇ ବଢିଲା ସସପେନ୍ସ - Gambhir meets Jay Shah

ଗମ୍ଭୀର କହିଛନ୍ତି, ''ମୁଁ ଭାରତକୁ ବିଶ୍ୱକପ ଜିତିବାରେ କିପରି ସାହାଯ୍ୟ କରିପାରିବି, ମୁଁ ଭାବୁଛି ଭାରତକୁ ବିଶ୍ୱକପ ଜିତିବାରେ ମୁଁ ସାହାଯ୍ୟ କରିବି ନାହିଁ, ବରଂ 140 କୋଟି ଭାରତୀୟ ହିଁ ଭାରତକୁ ବିଶ୍ୱକପ ଜିତିବାରେ ସାହାଯ୍ୟ କରିବେ । ଯଦି ସମସ୍ତେ ଆମ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିବେ ତେବେ ଆମେ ଖେଳିବା ଆରମ୍ଭ କରିବୁ, ତେବେ ଯାଇ ଭାରତ ବିଶ୍ୱକପ ଜିତିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ଭୟ ରହିବା ଏବଂ ମୁଁ ଭାରତକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି । ''ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ 27 ମେ ଥିଲା। କିନ୍ତୁ ଗମ୍ଭୀର ଏଥି ପାଇଁ ଆବେଦନ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଗମ୍ଭୀର ଆବୁଧାବିର ମେଡୋର ହସ୍ପିଟାଲରେ ଛାତ୍ରମାନଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ କେହି ଜଣେ ତାଙ୍କୁ ଭାରତୀୟ କ୍ରିକେଟ୍ ଦଳକୁ ପ୍ରଶିକ୍ଷଣ ଦେବା ଏବଂ ତାଙ୍କ ଅଭିଜ୍ଞତା ସହିତ ବିଶ୍ୱକପ୍ ଜିତିବାରେ ଏହା ସାହାଯ୍ୟ କରିବା ବିଷୟରେ ପଚାରିଥିଲେ, ଗମ୍ଭୀର ଏହାର ଉତ୍ତର ଦେଇଥିଲେ , 'ମୁଁ ଏପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଦେଇ ନାହିଁ, ଅନେକ ଲୋକ ମୋତେ ଏହା ବିଷୟରେ ପଚାରିଥିଲେ। କିନ୍ତୁ ବର୍ତ୍ତମାନ ମୁଁ ତୁମକୁ ଉତ୍ତର ଦେବାକୁ ପଡିବ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.