ETV Bharat / sports

'ପାକିସ୍ତାନୀ ବୋଲରଙ୍କ ମନରେ ବହୁତ ଅହଙ୍କାର; ବୋଲିଂ କୋଚଙ୍କୁ କରୁଥିଲେ ଅସମ୍ମାନ' - Morne Morkel

author img

By ETV Bharat Sports Team

Published : 2 hours ago

Former Pakistan Bowling Coach Morne Morkel : ଟିମ୍ ଇଣ୍ଡିଆର ବର୍ତ୍ତମାନର ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଯେତେବେଳେ ପାକିସ୍ତାନର କୋଚ୍ ଥିଲେ, ପାକିସ୍ତାନୀ ବୋଲରମାନେ ତାଙ୍କୁ ବହୁତ ଅପମାନିତ କରୁଥିଲେ । ଏନେଇ ଖୋଦ ପାକିସ୍ତାନର ପୂର୍ବତନ କ୍ରିକେଟର ଏକ ବଡ଼ ଖୁଲାସା କରିଛନ୍ତି । ଅଧିକ ପଢ଼ନ୍ତୁ

Morne Morkel in Team India Practice Session
Morne Morkel in Team India Practice Session (IANS Photo)

ହାଇଦ୍ରାବାଦ : ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କେଲ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ ଭାବରେ ଯୋଗ ଦେଇଛନ୍ତି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ (ଚେପକ୍‌) ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନରୁ ମୋର୍କେଲଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି ।

ଭାରତ ପୂର୍ବରୁ ପାକିସ୍ତାନର କୋଚ ଥିଲେ ମୋର୍କେଲ :-

ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫରେ ଯୋଗଦେବା ପୂର୍ବରୁ ମୋର୍କେଲ ପାକିସ୍ତାନ ଦଳର ପ୍ରଶିକ୍ଷକ ଥିଲେ । ସେ ଗତ ବର୍ଷ (2023) ଜୁନରେ ବୋଲିଂ ପ୍ରଶିକ୍ଷକ ଭାବରେ ପାକିସ୍ତାନ ଦଳରେ ଯୋଗ ଦେଇଥିଲେ, କିନ୍ତୁ ଟି20 ବିଶ୍ବକପ୍ 2024ରେ ଗ୍ରୁପ୍ ପର୍ଯ୍ୟାୟରୁ ପାକିସ୍ତାନ ବାଦ ପଡ଼ିବା ପରେ ସେ ଦଳ ସହ ସମ୍ପର୍କ ତୁଟାଇଥିଲେ । ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି ଯେ ପାକିସ୍ତାନୀ ବୋଲରମାନେ ଏତେ ଅହଙ୍କାରୀ ଥିଲେ ଯେ ସେମାନେ ବୋଲିଂ କୋଚ୍ ମୋର୍ନେ ମୋର୍କେଲଙ୍କୁ ସମ୍ମାନ ଦେଉନଥିଲେ ବା ତାଙ୍କ କଥା ଶୁଣୁନଥିଲେ ।

ମୋର୍କେଲଙ୍କୁ ଅପମାନିତ କରୁଥିଲେ ପାକିସ୍ତାନୀ ବୋଲର :-

ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ପାକିସ୍ତାନୀ ବୋଲରମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେତେବେଳେ ମୋର୍କେଲ ଦଳର କୋଚ୍ ଥିଲେ ସେତେବେଳେ ତାଙ୍କୁ ଅବମାନନା କରିଥିଲେ ଦଳର ବୋଲର । ବାସିତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ପାକିସ୍ତାନୀ ବୋଲରମାନେ ନିଜକୁ କ୍ରିକେଟ୍‌ଠାରୁ ବି ବଡ଼ ବୋଲି ଭାବନ୍ତି । ସେମାନେ ଭାବୁଥିଲେ ଯେ ମୋର୍କେଲ ଆମ ସାମ୍ନାରେ କିଛି ନୁହଁନ୍ତି ।"

ଭାରତ-ପାକ୍‌ ଖେଳାଳିଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ :-

ବାସିତ ଅଲି କହିଛନ୍ତି ଯେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିଙ୍କ ମାନସିକତାରେ ବହୁତ ପାର୍ଥକ୍ୟ ଅଛି, ଯାହା ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଦର୍ଶନରେ ଦେଖିବାକୁ ମିଳିଛି । ସେ କହିଛନ୍ତି, "ଆମକୁ ପାର୍ଥକ୍ୟ ଦେଖାଯାଉଛି । ଏହା ହେଉଛି ସେହି ବାଂଲାଦେଶ ଦଳ, ଯାହା ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଯେଉଁଠାରେ ଲାଗୁଥିଲା ଯେ ପାକିସ୍ତାନ ସମ୍ପୂର୍ଣ୍ଣ ବ୍ୟାକଫୁଟରେ ଅଛି । ଏହା ହେଉଛି ସେହି ବାଂଲାଦେଶ, ଯାହା ପାକିସ୍ତାନକୁ ପରାସ୍ତ କରିଥିଲା । ଏବେ ଭାରତ ବିପକ୍ଷରେ ସମ୍ପୂର୍ଣ୍ଣ ବ୍ୟାକ୍‌ଫୁଟ୍‌ରେ । ପାର୍ଥକ୍ୟ ହେଉଛି ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାନସିକତା, ଚିନ୍ତା ଏବଂ ଶ୍ରେଣୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.