ETV Bharat / sports

ବଡ଼ ଘୋଷଣା କଲେ ଜୟ ଶାହ; ଗମ୍ଭୀର ହେଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ - Gambhir Named as New Head Coach

author img

By ETV Bharat Odisha Team

Published : Jul 9, 2024, 8:41 PM IST

Updated : Jul 9, 2024, 9:53 PM IST

Gambhir Named as New Head Coach: ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଗୌତମ ଗମ୍ଭୀର ହେଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ । ବିସିସିଆଇ ସଚିବ ଜୟ ଶାହ କଲେ ବଡ଼ ଘୋଷଣା । ଅଧିକ ପଢ଼ନ୍ତୁ

Gambhir Named as New Head Coach
Gambhir Named as New Head Coach (ETV Bharat)

ମୁମ୍ବାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ଘୋଷଣା କରିଛି ବିସିସିଆଇ । ବିସିସିଆଇ ସଚିବ ଜୟ ଶାହ ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଆଧିକାରୀକ ସୂଚନା ଦେଇଛନ୍ତି । ଭାରତୀୟ ଦଳର ପୂର୍ବତନ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଭାରତୀୟ ସିନିୟର କ୍ରିକେଟ୍‌ (ପୁରୁଷ) ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଟି୨୦ ବିଶ୍ବକପ୍‌ ୨୦୨୪ ବିଜୟ ସହ ଦଳର ମୁଖ୍ୟ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରଠୁ ଗମ୍ଭୀର ହିଁ ଦଳର ପରବର୍ତ୍ତୀ ମୁଖ୍ୟ କୋଚ ହେବେ ବୋଲି ଚର୍ଚ୍ଚା ହେଇ ଆସୁଥିଲା । ଯେଉଁଥିରେ ପୂର୍ଣ୍ଣଚ୍ଛେଦ ଟାଣି ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ବିସିସିଆଇ ସଚିବ ଦେଲେ ସୂଚନା:-

ଭାରତୀୟ ଦଳର ନୂ କୋଚ ଭାବରେ ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା କରି ବିସିସିଆଇ ସଚିବ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, "ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ବାଗତ କରି ମୁଁ ଆନନ୍ଦିତ । ଆଜିର ସମୟରେ କ୍ରିକେଟ ବହୁତ ଦ୍ରୁତ ଗତିରେ ବିକଶିତ ହେଉଛି ଏବଂ ଗୌତମ ଏହି ପରିବର୍ତ୍ତିତ ଦୃଶ୍ୟକୁ ଅତି ନିକଟରୁ ଦେଖିଛନ୍ତି । ନିଜ କ୍ୟାରିୟରରେ ବିଭିନ୍ନ ଭୂମିକାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଗୌତମ ଭାରତୀୟ କ୍ରିକେଟକୁ ଆଗକୁ ନେବାପାଇଁ ଉପଯୁକ୍ତ ବ୍ୟକ୍ତି ବୋଲି ମୋର ବିଶ୍ବାସ ରହିଛି । ଭାରତୀୟ ଦଳ ପାଇଁ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ ଓ ଅଭିଜ୍ଞତା ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପ୍ରଶିକ୍ଷକ ଭୂମିକା ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି । ଏହି ନୂଆଯାତ୍ରା ଆରମ୍ଭ କରୁଥିବାବେଳେ ବିସିସିଆଇ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।"

ଖୁସି ବ୍ୟକ୍ତ କଲେ ଗମ୍ଭୀର:-

ସେପଟେ ଗମ୍ଭୀର ଭାରତୀୟ ଦଳକୁ ନୂଆ ରୂପ ଓ ଭୂମିକାରେ ଫେରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, "ଭାରତ ହେଉଛି ମୋର ପରିଚୟ ଏବଂ ମୋ ଦେଶର ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ । ଏକ ଭିନ୍ନ ଭୂମିକାରେ ଫେରୁଥିବାରୁ ମୁଁ ଗର୍ବିତ । କିନ୍ତୁ ମୋର ଲକ୍ଷ୍ୟ ସର୍ବଦା ସମାନ, ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବା । ଭାରତୀୟ ଦଳର ଖେଳାଳିଙ୍କ ଉପରେ ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ରହିଥାଏ ଏବଂ ଏହି ସ୍ବପ୍ନଗୁଡ଼ିକୁ ସାକାର କରିବା ପାଇଁ ମୁଁ ମୋର ସମସ୍ତ ଶକ୍ତି ଲଗାଇବି ।"

KKR 'ଲକି ବୟ' ଗମ୍ଭୀର:-

ଆଇପିଏଲ୍‌ ୨୦୨୪ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର ମେଣ୍ଟର ଭାବେ ନିଯୁକ୍ତ ହୋଇଥିଲେ ଗମ୍ଭୀର । ତାଙ୍କ ମେଣ୍ଟରସିପ୍‌ରେ କୋଲକାତା ଆଇପିଏଲ୍‌ ୨୦୨୪ ଚମ୍ପିଆନ ମଧ୍ୟ ହୋଇଥିଲେ । ଗୌତମଙ୍କୁ କୋଲକାତା ନାଇଟ୍‌ ରାଇଡର୍ସର 'ଲକି ବୟ' ବୋଲି ମଧ୍ୟ କୁହାଯାଏ । କୋଲକାତା ଏବେ ପର୍ଯ୍ୟନ୍ତ ୩ ଥର ଆଇପିଏଲ୍‌ ଚମ୍ପିଆନ ହୋଇଥିବାବେଳେ ୨ ଥର ଗମ୍ଭୀରଙ୍କ ନେତୃତ୍ବରେ ଏବଂ ଥରେ ଗମ୍ଭୀରଙ୍କ ମେଣ୍ଟରସିପ୍‌ରେ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଛି । ତେବେ ସେ ଦ୍ରାବିଡଙ୍କ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରେସ୍‌ରେ ଥିବା ନେଇ ହେଉଥିବା ଚର୍ଚ୍ଚା ଭିତରେ ସେ ନିକଟରେ କେକେଆର୍‌ରୁ ବିଦାୟ ନେଇଥିଲେ ।

ଗମ୍ଭୀରଙ୍କ କ୍ରିକେଟ୍‌ କ୍ୟାରିୟର:-

୪୨ ବର୍ଷୀୟ ଗୌତମ ଗମ୍ଭୀର ୨୦୧୮ ମସିହା ଡିସେମ୍ବର ୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ । ଭାରତ ପକ୍ଷରୁ ୫୮ ଟେଷ୍ଟ ମ୍ୟାଚ୍‌ରେ ୪୨ ଆଭରେଜ୍‌ରେ ୪,୧୫୪ ରନ ସଂଗ୍ରହ କରିଥିଲେ । ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ୯ ଶତକ, ୨୨ ଅର୍ଦ୍ଧଶତକ ରହିଛି । ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ ଗମ୍ଭୀର । ସେହିଭଳି ୧୪୭ ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି ଗମ୍ଭୀର । ଯେଉଁଥିରେ ୧୧ ଶତକ ଓ ୩୪ ଅର୍ଦ୍ଧଶତକ ସହିତ ୫,୨୩୮ ରନ ସଂଗ୍ରହ କରିଛନ୍ତି । ଗମ୍ଭୀରଙ୍କ ଟି୨୦ କ୍ୟାରିୟର ବହୁତ ଛୋଟ । ସେ କେବଳ ୩୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାବେଳେ ସେଥିରେ ୭ ଅର୍ଦ୍ଧଶତକ ସହିତ ୯୩୨ ରନ କରିଛନ୍ତି । ତେବେ ଆଇପିଏଲ୍‌ରେ ଗମ୍ଭୀରଙ୍କର ପ୍ରଦର୍ଶନ ବେଶ ପ୍ରଭାବୀ ରହିଥିଲା । ସେ ୧୫୪ ଆଇପିଏଲ୍‌ ମ୍ୟାଚ୍‌ରେ ୩୬ ଅର୍ଦ୍ଧଶତକ ସହିତ ୪,୨୧୭ ରନ କରିଛନ୍ତି । ଗମ୍ଭୀର ଅଧିନାୟକ ଭାବେ କୋଲକାତା ପାଇଁ ଦୁଇଥର ଆଇପିଏଲ୍‌ ଟ୍ରଫି ଜିତିଥିବାବେଳେ ମେଣ୍ଟର ଭାବେ କୋଲକାତାକୁ ୨୦୨୪ ଆଇପିଏଲ୍‌ ଚମ୍ପିଆନ କରାଇଥିଲେ ।

ବିଦାୟ ନେଇଛନ୍ତି ଦ୍ରାବିଡ:-

ଗମ୍ଭୀରଙ୍କ ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିଲେ ରାହୁଲ ଦ୍ରାବି୍ଡ । ଯାହାଙ୍କ ପ୍ରଶିକ୍ଷଣରେ ଟି୨୦ ବିଶ୍ବକପ୍‌ ବିଜେତା ହୋଇପାରିଛି ଭାରତ । ଟି୨୦ ବିଶ୍ବକପ୍‌ ୨୦୨୧ ପରେ ଏହି ପଦ ସମ୍ଭାଳିଥିଲେ ରାହୁଲ ଦ୍ରାବିଡ । ତାଙ୍କ କାର୍ଯ୍ୟକାଳ ଦିନିକିଆ ବିଶ୍ବକପ୍‌ ୨୦୨୩ ପର୍ଯ୍ୟନ୍ତ ରହିଥିଲା । ତାଙ୍କ ଅଧିନରେ ଭାରତୀୟ ଦଳ ବେଶ ଦମଦାର ପ୍ରଦର୍ଶନ କରିଥିଲା । ହେଲେ ବିଶ୍ବକପ୍‌ ୨୦୨୩ରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହି ଫାଇନାଲ୍‌ରେ ଅପ୍ରତ୍ୟାଶିତ ପରାଜୟର ସାମ୍ନା କରିଥିଲା । ଏହାପରେ ଯଦିଓ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା, ହେଲେ ତାଙ୍କ କାର୍ଯ୍ୟକାଳକୁ ବିସିସିଆଇ ସେତେବେଳେ ବୃଦ୍ଧି କରିଥିଲା । ତାଙ୍କ ପ୍ରଶିକ୍ଷଣରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଟି୨୦ ବିଶ୍ବକପ୍‌ ୨୦୨୪ ଚମ୍ପିଆନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆ ହେଡ୍ କୋଚ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗମ୍ଭୀର - Gautam Gambhir

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 9, 2024, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.