ETV Bharat / sports

ସଚିନ କି ଧୋନି ନୁହଁନ୍ତି, ଏହି କ୍ରିକେଟର ହେଉଛନ୍ତି ଭାରତର ସବୁଠାରୁ ଧନୀ; କୋହଲିଙ୍କୁ ଭଡ଼ାରେ ଦେଇଛନ୍ତି ଘର

Richest Cricketer : ଆପଣ ହୁଏତ ଭାବୁଥିବେ ଯେ ସଚିନ, ଧୋନି କିମ୍ବା କୋହଲି ଭାରତର ସବୁଠାରୁ ଧନୀ କ୍ରିକେଟର ହୋଇଥିବେ । କିନ୍ତୁ ନା, ଜଣେ ରଣଜୀ ଖେଳାଳି ଏମାନଙ୍କଠୁ ବି ଧନୀ,

author img

By ETV Bharat Sports Team

Published : 3 hours ago

Richest Indian Cricketer
Richest Indian Cricketer (AP and Getty Images)

ହାଇଦ୍ରାବାଦ : ଭାରତର ସବୁଠାରୁ ଧନୀ କ୍ରିକେଟର କହିଲେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ଏମଏସ୍‌ ଧୋନିଙ୍କ ନାଁ ପ୍ରଥମେ ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ । କିନ୍ତୁ ଅନ୍ୟ ଜଣେ କ୍ରିକେଟର ଅଛନ୍ତି, ଯିଏ ସଚିନ, ଧୋନି କିମ୍ବା କୋହଲିଙ୍କଠାରୁ ବହୁତ ଅଧିକ ଧନୀ, ତଥାପି ସେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିନଥିଲେ । ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି, କିନ୍ତୁ ସେହି କ୍ରିକେଟର ଏତେ ଧନୀ ଯେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ତାଙ୍କ ଘର ଭଡା ଦେଇଛନ୍ତି । ଏଠାରେ ଜାଣନ୍ତୁ ସେହି କ୍ରିକେଟର କିଏ ?

ସମରଜିତସିଂ ଗାଏକୱାଡ :-

ପୂର୍ବତନ ରଣଜୀ କ୍ରିକେଟର ସମରଜିତସିଂ ରଣଜିତସିଂ ଗାଏକୱାଡ ଗୁଜରାଟ ବରୋଦାର । କୁହାଯାଏ ଯେ ତାଙ୍କ ସମ୍ପତ୍ତିର ମୂଲ୍ୟ 20,000 କୋଟିରୁ ବି ଅଧିକ । କିନ୍ତୁ ଏଣ୍ଡୋର୍ସମେଣ୍ଟ ଏବଂ ବ୍ରାଣ୍ଡ ଆମ୍ବାସାଡର ଚୁକ୍ତିରୁ ସେ ଏତେମାତ୍ରାରେ ସମ୍ପତ୍ତି ପାଇନାହାନ୍ତି । ସେଥିପାଇଁ ମନେହୁଏ ଯେ, ସେ ଏହାକୁ ଉତ୍ତରାଧିକାରୀ ଭାବରେ ପାଇଛନ୍ତି ।

ଏହି ସମରଜିତସିଂ ରଣଜିତସିଂ ଗାଏକୱାଡ ଭଦୋଦରା ମହାରାଜା ରଣଜିତସିଂ ପ୍ରତାପ ଗାଏକୱାଡଙ୍କ ଏକମାତ୍ର ପୁତ୍ର ଥିଲେ । ମେ 2012ରେ ପିତାଙ୍କ ମୃତ୍ୟୁ ପରେ ସମରଜିତ ମହାରାଜା ମୁକୁଟ ପିନ୍ଧିଥିଲେ । ଏହାପରେ ସମରଜିତଙ୍କୁ ଦୁନିଆର ସବୁଠୁ ବଡ ଘରୋଇ ନିବାସ କୁହାଯାଉଥିବା ଲକ୍ଷ୍ମୀ ବିଳାଶ ପ୍ୟାଲେସ୍ ସମେତ ବହୁ ମୂଲ୍ୟବାନ ଅଟ୍ଟାଳିକା ଏବଂ ସମ୍ପତ୍ତି ମିଳିଥିବା କୁହାଯାଉଛି ।

ବକିଙ୍ଗହମ ଠାରୁ ବି ବଡ଼ ମହଲ :-

ସମରଜିତସିଂ ରଣଜିତସିଂ ଗାଏକୱାଡଙ୍କ ଅନ୍ୟତମ ସମ୍ପତ୍ତି ଲକ୍ଷ୍ମୀ ଭିଳାଶ ପ୍ୟାଲେସ୍ ବକିଙ୍ଗହମ୍ ପ୍ୟାଲେସଠାରୁ ଚାରି ଗୁଣ ବଡ ବୋଲି କୁହାଯାଏ । ସମରଜିତ ମଧ୍ୟ ଗୁଜରାଟ ଏବଂ ବନାରସରେ 17ଟି ମନ୍ଦିର ଏବଂ ଟ୍ରଷ୍ଟ ପରିଚାଳନା କରନ୍ତି । ମୁମ୍ବାଇରେ ମଧ୍ୟ ତାଙ୍କର ଅନେକ ଦାମୀ ଫ୍ଲାଟ ରହିଛି ।ଟିମ୍ ଇଣ୍ଡିଆର ଭେଟେରାନ୍ ବ୍ୟାଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦୀର୍ଘ ବର୍ଷ ଧରି ସେଠାରେ ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି ।

ସଚିନ, କୋହଲି ଓ ଧୋନିଙ୍କ ମଧ୍ୟରୁ କିଏ ଧନୀ ? :-

ବଜାର ସୂତ୍ର ଅନୁଯାୟୀ, ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ 1,427 କୋଟି ହୋଇଥିବାବେଳେ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ 1000 କୋଟି । ଅନ୍ୟପଟେ ଏମ୍‌ଏସ ଧୋନିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ 932 କୋଟି ଟଙ୍କା । କିନ୍ତୁ ସମରଜିତ ଏସବୁ ଉପରେ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ 20 ହଜାର କୋଟିରୁ ଅଧିକ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.