ETV Bharat / sports

10ରୁ ଓଡ଼ିଶାରେ ପ୍ରୋ ଲିଗ୍ ହକି: 24 ଜଣିଆ ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସ

author img

By ETV Bharat Odisha Team

Published : Feb 2, 2024, 2:05 PM IST

FIH Pro League: ଏଫଆଇଏଚ ପ୍ରୋ ଲିଗ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା । ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଲେ ଅମିତ । ଅଧିକ ପଢନ୍ତୁ

ଏଫଆଇଏଚ ପ୍ରୋ ଲିଗ
FIH Pro League

ନୂଆଦିଲ୍ଲୀ: ପୁଣି କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଷ୍ଟାଡିମୟକୁ ଫେରିବ ହକି ମହାକୁମ୍ଭ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ପୁରୁଷ ଓ ମହିଳା ହକି ପ୍ରୋ ଲିଗ ମ୍ୟାଚ । ଆସନ୍ତାକାଲି(ଶନିବାର)ଠାରୁ ଓଡିଶାରେ ଆରମ୍ଭ ହେବ ଏଫଆଇଏଚ ପ୍ରୋ ଲିଗ ହକି ମହିଳା ପ୍ରତିଯୋଗିତା । ଆଗାମୀ 10 ତାରିଖରେ ପୁରୁଷ ହକି ଦଳର ମ୍ୟାଚ ଖେଳାଯିବ । ଏହା ପୂର୍ବରୁ 24 ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଟିମ ଇଣ୍ଡିଆର ଭାର ତୁଲାଇବେ ହର୍ମନପ୍ରୀତ ସିଂହ । ଘୋଷଣା ହୋଇଥିବା ଏହି ଦଳରେ ଓଡିଶାର ଏକ ମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଅନ୍ୟ କେଉଁ ଓଡିଆ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିପରି ପିଆ ଶ୍ରୀଜେଶ ଏବଂ କ୍ରିଷ୍ଣା ବାହାଦୂର ପାଠକ ଗୋଲକିପର ରହିବେ । ଉପ ଅଧିନାୟକ ରହିଛନ୍ତି ହାର୍ଦ୍ଦିକ ସିଂ ।

ଆଗାମୀ ଦିନରେ ଭୁବନେଶ୍ବର ଓ ରାଉରକେଲାରେ ହକି ପ୍ରୋ ଲିଗ ପୁରୁଷ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବରରେ ଫେବୃଆରୀ 10ରୁ 16 ଓ ରାଉରକେଲାରେ 19ରୁ 25 ତାରିଖ ମଧ୍ୟରେ ମ୍ୟାଚ ଖେଳାଯିବ । 10 ତାରିଖରେ ସ୍ପେନ ବିପକ୍ଷରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ସ୍ପେନ ବ୍ୟତିତ ଆୟାର୍ଲାଣ୍ଡ, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଟିମକୁ 2 ଥର ଲେଖାଏଁ ଭେଟିବ ଭାରତ ।

ଭାରତୀୟ ପୁରୁଷ ହକି ଦଳ: ହର୍ମନପ୍ରୀତ ସିଂହ(ଅଧିନାୟକ), କ୍ରିଷ୍ଣା ବାହାଦୂର ପାଠକ(ଗୋଲକିପର), ପିଆ ଶ୍ରୀଜେଶ (ଗୋଲକିପର), ଅମିତ ରୋହିଦାସ, ଜରମନପ୍ରୀତ ସିଂହ, ସୁମିତ, ଯୁଗରାଜ ସିଂହ, ବରୁଣକୁମାର, ସଞ୍ଜୟ ବିଷ୍ଣୁକାନ୍ତ ସିଂହ, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ଶମଶେର ସିଂହ, ରାଜକୁମାର ପାଲ, ରବିଚାନ୍ଦ ସିଂ ମୋଇରଙ୍ଗଥିମ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ସୁଖଜିତ ସିଂହ, ଗୁରଜାନ୍ତ ସିଂହ, ଅଭିଷେକ, ଆକାଶଦୀପ ସିଂହ ଏବଂ ଅରଜିତ ସିଂହ ହୁଣ୍ଡାଲ ।

ଆସନ୍ତାକାଲିଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ମହିଳା ହକି ପ୍ରୋ ଲିଗ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଚୀନ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ଘରୋଇ ଦଳ, ଆମେରିକା, ନେଦରଲାଣ୍ଡ୍ସ, ଚୀନ ଏବଂ ଅଷ୍ଟ୍ରେଲିଆ ଦଳ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.