ETV Bharat / sports

କାଲିଠୁ FIH ପ୍ରୋ ଲିଗ୍‌, କଳିଙ୍ଗରେ ଲଢ଼େଇ ପାଇଁ ପ୍ରସ୍ତୁତ ମହିଳା ଟିମ୍‌ - Indian Women Hockey Team Press Meet

FIH Pro League 2024: ଫେବୃଆରୀ ୩ (ଶନିବାର) ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ୨୦୨୪ । ପ୍ରଥମ ଦିନରେ ଚୀନ ବିପକ୍ଷ ଲଢ଼େଇ ପୂର୍ବରୁ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭାରତୀୟ ହକି ଦଳ ଉପଅଧିନାୟିକା ଓ କୋଚ୍‌ । ଅଧିକ ପଢ଼ନ୍ତୁ

କାଲିଠୁ FIH ପ୍ରୋ ଲିଗ୍‌
କାଲିଠୁ FIH ପ୍ରୋ ଲିଗ୍‌
author img

By ETV Bharat Odisha Team

Published : Feb 2, 2024, 7:31 PM IST

କାଲିଠୁ FIH ପ୍ରୋ ଲିଗ୍‌

ଭୁବନେଶ୍ବର: ଓଡ଼ିଶାରେ ପୁଣି ଚାଲିବ ହକିର ଯାଦୁ । ଫେବୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପୁରୁଷ ଏବଂ ମହିଳା ପ୍ରୋ ଲିଗ୍‌ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମଧ୍ୟ ଏହି ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଭାରତୀୟ ମହିଳା ଦଳ ୩ ତାରିଖରେ ଚୀନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାବେଳେ ୧୦ ତାରିଖରୁ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତୀୟ ପୁରୁଷ ହକି ଦଳ । ତେବେ ପ୍ରଥମ ମ୍ୟାଚ୍‌ ପାଇଁ ଭାରତୀୟ ମହିଳା ହକି ଦଳ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଛି । ଅନ୍ୟପଟେ ଚୀନ ବିପକ୍ଷ ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଉପଅଧିନାୟିକା ବନ୍ଦନା କାତାରିୟା ।

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଖେଳିବାକୁ ଭାରତ ସମେତ ଚୀନ, ଆମେରିକା, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ମୈଦାନକୁ ଓହ୍ଲାଇବେ । ଭାରତୀୟ ମହିଳା ଦଳ ପ୍ରଥମେ ୩ ତାରିଖରେ ଚୀନ, ୪ ତାରିଖରେ ନଦେରଲାଣ୍ଡ, ୭ ତାରିଖରେ ଅଷ୍ଟ୍ରେଲିଆ ଓ ୯ ତାରିଖରେ ଆମେରିକାକୁ ଭେଟିବ । ସେହିଭଳି ୧୦ ତାରିଖରୁ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ଆରମ୍ଭ ହେବ । ଭାରତୀୟ ପୁରୁଷ ଦଳ ୧୦ ତାରିଖରେ ସ୍ପେନ, ୧୧ ତାରିଖରେ ନେଦରଲାଣ୍ଡ, ୧୫ରେ ଅଷ୍ଟ୍ରେଲିଆ ଏବଂ ୧୬ ତାରିଖରେ ଆୟରଲାଣ୍ଡକୁ ଭେଟିବ । ସମସ୍ତ ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଉଭୟ ଷ୍ଟାଡିୟମରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ମଧ୍ୟ ସରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ 12ରୁ ହକି ପ୍ରୋ ଲିଗ୍‌; ପୁଣି ଝଲସିବ ବିର୍ସା ମୁଣ୍ଡା ଷ୍ଟାଡିୟମ

ଏପଟେ ଆସନ୍ତାକାଲି (ଶନିବାର) ଠାରୁ ଭାରତୀୟ ମହିଳା ହକି ଦଳ ଅଭିଯାନ ଆରମ୍ଭ କରିବ । କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବ ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ଜନେକ୍‌ ସ୍କୋପମାନ୍‌ ଓ ଉପଅଧିନାୟିକା ବନ୍ଦନା କାତାରିୟା । ଦଳ ଚୀନ ବିପକ୍ଷ ମ୍ୟାଟ୍‌ ପାଇଁ ଭଲ ପ୍ରସ୍ତୁତି କରିଛି ଏବଂ ହୋମ୍‌ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମିଳନୀରେ କହିଛନ୍ତି ଉପଅଧିନାୟିକା । ଅନ୍ୟପଟେ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.