ETV Bharat / sports

'ବ୍ୟାଡମିଣ୍ଟନ ଏସିଆ'ର ବିବାଦୀୟ ମାନଚିତ୍ର, ଭାରତରୁ ଲଦାଖ-ଅରୁଣାଚଳର ଅନେକ ଅଂଶ ଗାଏବ

author img

By ETV Bharat Odisha Team

Published : Feb 29, 2024, 5:06 PM IST

Distorted map of India: ଏସିଆ ମହାଦେଶର ବ୍ୟାଡମିଣ୍ଟନ ସ୍ପୋର୍ଟ୍ସ କର୍ତ୍ତୃପକ୍ଷ 'ବ୍ୟାଡମିଣ୍ଟନ ଏସିଆ' ପକ୍ଷରୁ ଜାରି ହୋଇଛି ଏକ ମାନଚିତ୍ର । ଯେଉଁଥିରେ ଭାରତର ଲଦାଖ ଓ ଅରୁଣାଚଳ ପ୍ରଦେଶର ଅନେକ ଅଂଶ ଗାଏବ ଥିବା ବେଳେ ଭାରତୀୟ କ୍ରୀଡାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Badminton Asia
Badminton Asia

ହାଇଦ୍ରାବାଦ: ଏସିଆ ମହାଦେଶର ବ୍ୟାଡମିଣ୍ଟନ ସ୍ପୋର୍ଟ୍ସ କର୍ତ୍ତୃପକ୍ଷ 'ବ୍ୟାଡମିଣ୍ଟନ ଏସିଆ' ପକ୍ଷରୁ ଜାରି ହୋଇଥିବା ମାନଚିତ୍ରକୁ ନେଇ ତେଜିଲା ବିବାଦ । ଏଥିରେ ଭାରତର କିଛି ସୀମାବର୍ତ୍ତୀ ଅଞ୍ଚଳକୁ ପଡ଼ୋଶୀ ଦେଶର ବୋଲି ଦର୍ଶାଯାଇଛି । ଏହାପରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତୁରନ୍ତ ଏହାକୁ ସଂଶୋଧିତ କରିବା ଲାଗି ଦାବି ହୋଇଛି । ଏହି ବିବାଦୀୟ ମାନଚିତ୍ରରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କିଛି ଅଂଶ ଓ ଅରୁଣାଚଳ ପ୍ରଦେଶ କିଛି ଅଞ୍ଚଳ ଗାଏବ ଥିବା ଦେଖିବାକୁ ମିଳିଛି ।

ଏହି ବିବାଦୀୟ ମାନଚିତ୍ରରେ ୫ଟି ଶ୍ରେଣୀ ରହିଛି ଯେପରିକି ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଓ କେନ୍ଦ୍ର ଏସିଆ । ଏଥିରେ ଦକ୍ଷିଣ ଏସିଆରେ ଭାରତକୁ ସ୍ଥାନିତ କରାଯାଇଛି । ମାତ୍ର ଭାରତର ମାନଚିତ୍ରକୁ ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶ ବିନା ଦର୍ଶାଯାଇଛି । ଅରୁଣାଚଳ ପ୍ରଦେଶରୁ ଗାଏବ ଥିବା ଅଂଶକୁ ଚୀନର ବୋଲି ଦର୍ଶାଯାଇଛି । ଏହାସହିତ ପୂର୍ବ ଏସିଆରେ ତାଜିକିସ୍ତାନ, କୀର୍ଗିଜିସ୍ତାନ ଓ ତିବ୍ବତକୁ ମାନଚିତ୍ରରୁ ସମ୍ପୂର୍ଣ୍ଣ ଭାବେ ଗାଏବ ରହିଛି । ଏଭଳି ବିବାଦୀୟ ମାନଚିତ୍ର 'ବ୍ୟାଡମିଣ୍ଟନ ଏସିଆ' ପକ୍ଷରୁ ଜାରି ହେବା ପରେ ବିଶେଷ କରି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଭାରତ ବ୍ୟାଡମିଣ୍ଟନ ଏସିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କ୍ରୀଡା ପ୍ରଶଂସକ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ନେପାଳ ପରେ ପାକିସ୍ତାନ, ନୂଆ ମାନଚିତ୍ରରେ ଭାରତର ଅନେକ ଅଞ୍ଚଳ ସାମିଲ

ଏ ନେଇ ସୋସିଆଲ ମିଡିଆରେ 'ankhitweets' ନାମଧାରୀ ଜଣେ ୟୁଜର୍ସ କହିଛନ୍ତି, " ତାଜିକିସ୍ତାନ, କିର୍ଗିଜିସ୍ତାନ ଓ ତିବ୍ବତ କଣ ଚୀନର ଏକ ଅଂଶ କି ?" ସେହିପରି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, " ଜମ୍ମୁକାଶ୍ମୀରକୁ ସମ୍ପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇନାହିଁ । ଏଥିରେ ଅକସାଇ ଚୀନକୁ ଚୀନର ଅଂଶ ଭାବେ ଦର୍ଶାଯାଇଛି । ଆମେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । କିଛି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବ୍ୟାଡମିଣ୍ଟନ ଏସିଆ ନିଜର ଭୁଲକୁ ସୁଧାରିବା ଆବଶ୍ୟକ ।" ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, "ଭାରତର କିଛି ଅଂଶକୁ ଚୀନର ଦର୍ଶାଇବା ପରେ ତାଜିକିସ୍ତାନ ଓ କିର୍ଗିଜିସ୍ତାନକୁ ମଧ୍ୟ ଚୀନ ଓ ପୂର୍ବ ଏସିଆର ଅଂଶ ଭାବେ ଦର୍ଶାଯାଇଛି । ବ୍ୟାଡମିଣ୍ଟନ ଏସିଆ କଣ ଚୀନର କଣ୍ଢେଇ କି ?"ଅନେକ ୟୁଜର୍ସ କ୍ଷମା ପ୍ରାର୍ଥନା ପାଇଁ ମଧ୍ୟ ଫେଡରେସନ ନିକଟରେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.