ETV Bharat / sports

ହାଇଦ୍ରାବଦକୁ ଫେରିବେ ୱାର୍ନର ! 'ଚାରମିନାର' ଫଟୋ ସେୟାର କରି କହିଲେ... - David Warner Remembers Charminar

author img

By ETV Bharat Sports Team

Published : Aug 27, 2024, 7:56 PM IST

David Warner Remembers Charminar : ସନ୍‌ରାଇଜର୍ସ ହାଇଦ୍ରାବାଦ ତଥା ଅଷ୍ଟ୍ରେଲିଆର ପୂର୍ବତନ ଷାର କ୍ରିକେଟର ଡେଭିଡ ୱାର୍ନରଙ୍କର ଭାରତରେ ବେଶ ପ୍ରଶଂସକ ରହିଛନ୍ତି । ଆଇପିଏଲ୍‌ 2025 ପୂର୍ବରୁ 'ଚାରମିନାର'ର ଏକ ଫଟୋ ସେୟାର କରି ପୁଣି ପ୍ରଶଂସକଙ୍କ ମନ କିଣିଛନ୍ତି ୱାର୍ନର । ଅଧିକ ପଢ଼ନ୍ତୁ

David Warner Remembers Charminar
David Warner Remembers Charminar (Getty Images)

ନୂଆଦିଲ୍ଲୀ : ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ଭଳି ଭାରତୀୟ କ୍ରିକେଟରଙ୍କର ବିଦେଶରେ ମଧ୍ୟ ବେଶ କ୍ରେଜ ରହିଛି । ସାରା ବିଶ୍ବରେ ସେମାନଙ୍କର ବହୁ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି । ସେହିପରି କିଛି ବିଦେଶୀ ଖେଳାଳି ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ଫ୍ୟାନ ଫଲୋଇଂ ଭାରତରେ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର ବ୍ୟାଟର ଡେଭିଡ ୱାର୍ନର । ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ସହ ୱାର୍ନରଙ୍କର ଏକ ବିଶେଷ ସମ୍ପର୍କ ରହିଛି । ଏହି ଅଷ୍ଟ୍ରେଲୀୟ କ୍ରିକେଟର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତେଲୁଗୁ ଚଳଚ୍ଚିତ୍ରର ହିଟ୍‌ ଗୀତରେ ଡ୍ୟାନ୍ସ ଭିଡିଓ କରି ଅନେକ ଥର ଭାରତରୁ ପ୍ରଶଂସା ସାଉଁଟିଛନ୍ତି ।

ୱାର୍ନରଙ୍କର ମନେ ପଡ଼ିଲା 'ଚାରମିନାର' :-

ଆଇପିଏଲ୍‌ରେ ବହୁଦନ ଧରି ସେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ରହିଥିଲେ । ଯେଉଁଥିପାଇଁ ତାଙ୍କର ହାଇଦ୍ରାବାଦ ସହିତ ମଧ୍ୟ ସମ୍ପର୍କ ବେଶ ନିବିଡ଼ । ଏବେ ପୁଣିଥରେ ହାଇଦ୍ରାବାଦକୁ ମନେ ପକାଇ ହେଡଲାଇନ୍‌କୁ ଆସିଛନ୍ତି ୱାର୍ନର । ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 37 ବର୍ଷୀୟ ଖେଳାଳି ରଙ୍ଗୀନ ଆଲୋକରେ ସଜ୍ଜିତ ଐତିହାସିକ 'ଚାରମିନାର'ର ଏକ ଫଟୋ ସେୟାର କରିଛନ୍ତି । ଏହା ତଙ୍କର ଫେଭରେଟ ଜାଗା ଓ ଏହାକୁ ସେ ମିସ୍‌ କରୁଥିବା ମଧ୍ୟ ଲେଖିଛନ୍ତି । ଏହାପରେ ନେଟିଜେନ୍ସ ଏଥିରେ କମେଣ୍ଟ ଦେଇଛନ୍ତି ଯେ ହାଇଦ୍ରାବାଦ ସହିତ ୱାର୍ନରଙ୍କର ଏକ ଅତୁଟ ବନ୍ଧନ ଅଛି । ଆହୁରି ମଧ୍ୟ ପ୍ରଶଂସକମାନେ କହିଛନ୍ତି ଯେ ଯଦି ଆଗାମୀ ମେଗା ଆକ୍ସନରେ ସନରାଇଜର୍ସ ହାଇଦ୍ରାବାଦ ୱାର୍ନରଙ୍କୁ କିଣନ୍ତି, ତେବେ ଏହା ଭଲ ହେବ । କେହି କେହି ମଜାଳିଆ ଢଙ୍ଗରେ ଲେଖିଛନ୍ତି, 'ଭାରତ ସରକାର ଏବେ ୱାର୍ନରଙ୍କୁ ତୁରନ୍ତ ଫ୍ରି-ଭିସା ଦେଇ ଦିଅନ୍ତୁ ।'

ହାଇଦ୍ରାବାଦକୁ ଚାମ୍ପିୟନ କରିଛନ୍ତି ୱାର୍ନର :-

ୱାର୍ନର 2014ରୁ 2021 ପର୍ଯ୍ୟନ୍ତ ଏସ୍‌ଆର୍‌ଏଚ୍‌କୁ ଆଇପିଏଲ୍‌ରେ ପ୍ରତିନିଧିତ୍ୱ କରିଛନ୍ତି । ଏହି ସମୟ ମଧ୍ୟରେ ହାଇଦ୍ରାବାଦ ତାଙ୍କ ନେତୃତ୍ୱରେ 2016ରେ ଚାମ୍ପିୟନ୍ ହୋଇଥିଲା । ଏହି ବାମହାତୀ ଦୁର୍ଦ୍ଦଶ ବ୍ୟାଟର 8ଟି ସଂସ୍କରଣରେ ହାଇଦ୍ରାବାଦ ପାଇଁ ମୋଟ 95 ମ୍ୟାଚ୍ ଖେଳି 142.59 ଷ୍ଟ୍ରାଇକ୍ ହାରରେ 4014 ରନ୍ ସ୍କୋର କରିଥିଲେ । କିନ୍ତୁ ଆଇପିଏଲ୍ 2022 ପୂର୍ବରୁ SRH ତାଙ୍କୁ ଦଳରୁ ରିଲିଜ କରିଦେଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ତାଙ୍କୁ ନିଲାମରେ କିଣିଥିଲା । ଏପରି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କୁ ରିଲିଜ କରିଦେବା କାରଣରୁ ସେହି ସମୟରେ ଫ୍ରାଞ୍ଚାଇଜ୍ ବହୁ ସମାଲୋଚନାର ଶିକାର ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Watch Video: ବୁମ୍‌ରାଙ୍କ 'ମହାରାଜ' ବେଶ, ମୁଣ୍ଡରେ ମୁକୁଟ ପିନ୍ଧି ମାରିଲେ ଏଣ୍ଟ୍ରି - Jasprit Bumrah

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.