ETV Bharat / sports

ଭାଇଜାନଙ୍କ ସହ ଜନ୍ମଦିନ ପାଳିଲେ କ୍ୟାପଟେନ କୁଲ, ପାଦ ଛୁଇଁ ପ୍ରାର୍ଥନା କଲେ ସାକ୍ଷୀ - Dhoni birthday celebration

Cricketer Mahendra Singh Dhoni Birthday Celebrations: ୪୩ ବର୍ଷରେ ପାଦ ଥାପିଲେ କ୍ୟାପଟେନ କୁଲ୍ ଧୋନି । ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ଶୁଅ । ଜନ୍ମଦିନ ଅବସରରେ ନିଜ ପତ୍ନୀ ଓ ସଲମାନ ଖାନଙ୍କ ସହ କେକ୍ କାଟିଲେ ମାହି...

author img

By ETV Bharat Odisha Team

Published : Jul 7, 2024, 10:41 AM IST

Dhoni Birthday celebration
Dhoni Birthday celebration (ETV Bharat Odisha)

ହାଇଦ୍ରାବାଦ: କ୍ରିକେଟ ଗଡ ଫାଦର ମହେନ୍ଦ୍ର ସିଂ ଧୋନି ଆଜି ୪୩ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ କ୍ୟାପେଟନ କୁଲଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ନିଜ ପ୍ରିୟ କ୍ରିକେଟର ଉପରେ ଜନ୍ମଦିନ ଶୁଭେଚ୍ଛାର ବର୍ଷା କରାଇଛନ୍ତି । ବର୍ତ୍ତମାନ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ଧୋନି ଯୋଗଦେଇଥିବା ବେଳେ ଜନ୍ମଦିନ ଅବସରରେ ନିଜ ପତ୍ନୀ ଓ ସଲମାନ ଖାନଙ୍କ ସହ ଏକ ସ୍ପେଶାଲ କେକ୍ କାଟୁଥିବାର ଭିଡିଓ ସାମ୍ନାକୁ ଆସିଛି ।

ଅଗଣିତ ଫ୍ୟାନ୍ସଙ୍କ ସହ ବଲିଉଡ ଭାଇଜାନ ସଲମାନ ଖାନ ମଧ୍ୟ ମାହିଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଧୋନିଙ୍କ ସହ ଏକ ଫଟୋ ସେୟାର କରି ସଲମାନ ଲେଖିଛନ୍ତି, ହାପି ବର୍ଥ ଡେ କ୍ୟାପଟେନ ସାହେବ (ଜନ୍ମଦିନର ଶୁଭେଚ୍ଛା କ୍ୟାପଟେନ ସାହେବ) । ସେପଟେ ସୋସିଆଲ ମିଡିଆରେ ଧୋନିଙ୍କ ଜନ୍ମଦିନ କେକ୍ କାଟିବା ସମୟର ଭିଡିଓ ବେଶ ଭାଇରାଲ ହେଉଛି । ପତ୍ନୀ ସାକ୍ଷୀ, ସଲମାନ ଖାନ ଓ ଅନ୍ୟ କିଛି ଲୋକଙ୍କ ଉପସ୍ଥିତିରେ କେକ୍ କାଟିଛନ୍ତି ମାହି । ଫ୍ୟାନ୍ସମାନେ ଭିଡିଓକୁ ବେଶ ପସନ୍ଦ କରିଛନ୍ତି ।

କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନି 1981 ଆଜିର ଦିନ (ଜୁଲାଇ୭) ରେ ଝାଡଖଣ୍ଡ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ । ଭାରତୀୟ କ୍ରିକେଟ ପ୍ରତି ମାହିଙ୍କର ଅବଦାନ ଅତୁଳନୀୟ । ୨୦୦୪ ମସିହା ଡିସେମ୍ବର ୨୩ରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ମାହି । ୨୦୦୭ରେ ସେ ଓଡିଆଇ ମ୍ୟାଚ ଓ ୨୦୦୮ରେ କ୍ରିକେଟର ସବୁ ଫର୍ମାଟରେ ଧୋନି ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ଥାଲାଙ୍କର ବ୍ୟାଟିଂ ଓ କିପିଂ ବେଶ ଉଚ୍ଚକୋଟୀର । ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ରେ ଆଇସିସି କ୍ରିକେଟ ବିଶ୍ୱକପ ଓ ୨୦୦୭ରେ ଆସିସି ଟି-୨୦ ବିଶ୍ୱକପରେ ଚମ୍ପିୟାନ ହୋଇଥିଲା । ଧୋନି ୨୦୧୪ରେ ଟେଷ୍ଟ ଫର୍ମାଟରୁ ସନ୍ୟାସ ନେଇଥିଲେ । କିନ୍ତୁ ୨୦୧୯ ପର୍ଯ୍ୟନ୍ତ ଅନ୍ୟମ୍ୟାଚ ଗୁଡିକ ଖେଳିଥିଲେ । ଅନ୍ତର୍ଜାତୀୟ ମ୍ୟାଚରେ ସେ ୧୭ ହଜାର ୨୬୬ ରନ ସଂଗ୍ରହ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଧୋନି-ସାକ୍ଷୀଙ୍କ ବିବାହ ବାର୍ଷିକ, ଶୁଭେଚ୍ଛା ଜଣାଇଲେ ଅନୁଷ୍କା-ଆଥିଆ - DHONI SAKSHI WEDDING ANNIVERSARY

Dhoni Birthday celebration
Dhoni Birthday celebration (Salman khan Instagram)

ଆଇପିଏଲରେ ଥାଲାଙ୍କର ଜଲଓ୍ବା ଏବେବି ଦେଖିବାକୁ ମିଳେ । ୨୦୨୪ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ମାହି ନଜର ଆସିଥିଲେ । ଆଇପିଏଲରେ ୫ହଜାର ରନ କ୍ଲବରେ ଥିବା ଖେଳାଳି ମଧ୍ୟରେ ଅଛନ୍ତି ମାହି । ନିଜର ପାରଦର୍ଶିତା ପାଇଁ ଧୋନି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୨୦୦୮ର ସେ ଖେଳର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଆଉମଧ୍ୟ ୨୦୦୯ରେ ପଦ୍ମଶ୍ରୀ ଓ ୨୦୧୮ରେ ସେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

Dhoni Birthday celebration
Dhoni Birthday celebration (Ani)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.