ETV Bharat / sports

CAS ନିଷ୍ପତ୍ତିରୁ ନିରାଶ ହେଲେ ଭିନେଶଙ୍କ ପରିବାର; ପୁଣି ଝୁଲି ରହିଲା ପଦକ ଆଶା - Vinesh Phogat CAS Verdict

author img

By ETV Bharat Sports Team

Published : Aug 14, 2024, 12:27 PM IST

Updated : Aug 14, 2024, 1:04 PM IST

Vinesh Phogat CAS Hearing Verdict : ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭିନେଶ ଫୋଗାଟଙ୍କ ପଦକ ଦାବି ଉପରେ CAS ଏହାର ନିଷ୍ପତ୍ତି ସ୍ଥଗିତ ରଖିଛି । ରାୟ ଆସିବା ତାରିଖ ଘୁଞ୍ଚିବା ସହ ପୁଣି ଝୁଲି ରହିଛି 140 କୋଟି ଭାରତୀୟଙ୍କ ପଦକ ଆଶା । ଅଧିକ ପଢ଼ନ୍ତୁ

Vinesh Phogat
Vinesh Phogat (IANS PHOTO)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024 ଶେଷ ହେବା ପରେ ମଧ୍ୟ ସମଗ୍ର ଭାରତ ଏକ ରୌପ୍ୟ ପଦକକୁ ଅପେକ୍ଷା କରିଛି । କୁସ୍ତିରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିବା ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଯାହା ବିରୋଧରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ଆବେଦନ କରିଛନ୍ତି । ହେଲେ ଏହି ଶୁଣାଣି ଉପରେ ଚୂଡ଼ାନ୍ତ ରାୟ ଘୋଷଣା କରିବାକୁ CAS ତାରିଖ ପରେ ତାରିଖ ଗଡ଼ାଇ ଚାଲିଛି । ପ୍ରଥମେ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ରାୟ ଆସିବା ପ୍ରକାଶ କରିଥିବା CAS ଏହି ରାୟ ପ୍ରକାଶ ପାଇଁ ଅଗଷ୍ଟ 13 ତାରିଖ ଧାର୍ଯ୍ୟ କରିଥିଲେ । ଏବେ ଏହାକୁ ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Vinesh Phogat
Vinesh Phogat (IANS PHOTO)

ଆହୁରି ଘୁଞ୍ଚିଲା ରାୟ ଆସିବା ତାରିଖ :-

CAS ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଅଲିମ୍ପିକ୍ ଗେମ୍ସ ପାଇଁ CAS ଆର୍ବିଟ୍ରେସନ୍ ନିୟମର ଧାରା 18ର ପ୍ରୟୋଗ ଦ୍ବାରା CAS ଆଡ୍‌-ହକ୍ ଡିଭିଜନର ସଭାପତି 16 ଅଗଷ୍ଟ 2024 ସନ୍ଧ୍ୟା 6ଟା (ପ୍ୟାରିସ୍ ସମୟ) ପର୍ଯ୍ୟନ୍ତ ନିଷ୍ପତ୍ତି ପ୍ରଦାନ କରିବାର ସମୟସୀମା ବୃଦ୍ଧି କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଭିନେଶ ଫୋଗାଟଙ୍କ ସମେତ ସମସ୍ତ ଭାରତୀୟଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ।

100 ଗ୍ରାମ ଅଧିକ ଓଜନ ପାଇଁ ହୋଇଥିଲେ ଅଯୋଗ୍ୟ :-

ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ ରହିଥିଲା । ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଛନ୍ତି ।

ଭିନେଶଙ୍କ ପୂର୍ବରୁ ରୋମାନିଆ ଜିମ୍ନାଷ୍ଟକଙ୍କୁ ମିଳିଛି ନ୍ୟାୟ :-

ପ୍ୟାରିସ ଅଲିମ୍ପିକ୍ସରେ ରୋମାନିଆର ଜଣେ ଜିମ୍ନାଷ୍ଟକଙ୍କୁ CASରୁ କିଛିଦିନ ପୂର୍ବରୁ ନ୍ୟାୟ ମିଳିଛି । CAS ନିଷ୍ପତ୍ତି ପରେ ଆମେରିକାର ଜୋର୍ଡାନ ଚିଲ୍ସଙ୍କ ଠାରୁ ବ୍ରୋଞ୍ଜ ପଦକ ନିଆଯାଇ ରୋମାନିଆର ଆନା ବାରବୋସୁଙ୍କୁ ଦିଆଯାଇଥିଲା । କାରଣ ପଏଣ୍ଟ ବଣ୍ଟନରେ ବାରବେସୁଙ୍କ ସହ ଅନ୍ୟାୟ ହୋଇଥିବା CAS କହିଥିଲେ । ଏହି ନିଷ୍ପତ୍ତି ପରେ, ଭିନେଶଙ୍କୁ ନ୍ୟାୟ ମିଳିବା ନେଇ ଆଶା ଆହୁରି ବୃଦ୍ଧି ପାଇଛି ।

'ଭିନେଶଙ୍କୁ ମିଳୁଛି ଖାଲି ତାରିଖ ପରେ ତାରିଖ' :-

ଏହି ମାମଲାର ନିଷ୍ପତ୍ତି 11 ଅଗଷ୍ଟରେ ଆସିବାର ଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ 13 ଅଗଷ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ନିଷ୍ପତ୍ତି ଶୁଣାଣି ତାରିଖ 16 ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏନେଇ ଭିନେଶ ଫୋଗାଟଙ୍କ ଦାଦା ତଥା ପିଲାଦିନର ପ୍ରଶିକ୍ଷକ ମହାବୀର ଫୋଗାଟ ନିରାଶା ପ୍ରକାଶ କରି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଭିନେଶଙ୍କୁ ନ୍ୟାୟ ବଦଳରେ ଖାଲି ତାରିଖ ପରେ ତାରିଖ ମିଳୁଛି ବୋଲି ସେ କହିଛନ୍ତି । ତେବେ ଏହି ନିଷ୍ପତ୍ତି ଭିନେଶଙ୍କ ସପକ୍ଷରେ ଆସିବ ବୋଲି ସେମାନେ ଆଶା କରୁଛନ୍ତି । ସେ କହିଛନ୍ତି, "ଗତ 5-6 ଦିନ ହେବ ଆମେ ଏହି ନିଷ୍ପତ୍ତିକୁ ଅପେକ୍ଷା କରିଥିଲୁ । ଆମେ ଫଳାଫଳ ଆଶା କରୁଥିଲୁ, କିନ୍ତୁ ଆମକୁ କେବଳ ତାରିଖ ପରେ ତାରିଖ ପାଇଛୁ । ଆମେ CASର ନିଷ୍ପତ୍ତିକୁ ଅପେକ୍ଷା କରିବୁ ଏବଂ ଏହାକୁ ଗ୍ରହଣ କରିବୁ । 140 କୋଟି ଭାରତୀୟ ଏହି ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଏବଂ ଆମେ ଆଶା କରୁଛୁ ଯେ ଏହି ନିଷ୍ପତ୍ତି ଆମ ପକ୍ଷରେ ରହିବ । ଆମେ 2028 ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ମଧ୍ୟ ଚେଷ୍ଟା କରିବୁ । ଯେତେବେଳେ ବିନେଶ ଫେରିବେ, ଆମେ ତାଙ୍କୁ ସ୍ୱର୍ଣ୍ଣ ପଦକ ବିଜେତା ପରି ସ୍ୱାଗତ କରିବୁ ।"

CAS ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ :-

ପ୍ରକାଶ ଥାଉ, କ୍ରୀଡା ଆର୍ବିଟ୍ରେସନ ଯେଉଁ ନିଷ୍ପତ୍ତି ନେବେ, ତାହା ସବୁ ପରିସ୍ଥିତିରେ ବୈଧ ହେବ । କୋର୍ଟ ଅଫ୍ ଆର୍ବିଟ୍ରେସନ୍ (CAS)କୁ ସାଧାରଣତଃ କ୍ରୀଡା ଜଗତର ସର୍ବୋଚ୍ଚ ନ୍ୟାୟାଳୟ କୁହାଯାଏ । କୌଣସି ଉଚ୍ଚ ନ୍ୟାୟାଳୟ ନାହିଁ, ଯେଉଁଠାରେ CAS ନିଷ୍ପତ୍ତି ବିରୋଧରେ ଆବେଦନ କରାଯାଇପାରୁବ । CAS ନିଷ୍ପତ୍ତିଗୁଡିକ ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଭାବରେ ବିବେଚନା କରାଯାଏ । ଅନ୍ୟ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବାର କୌଣସି ଆଇନଗତ ପ୍ରତିକାର ନାହିଁ । ତେବେ ଭିନେଶଙ୍କୁ ନ୍ୟାୟ ପାଇଁ ବର୍ତ୍ତମାନ ସମଗ୍ର ଦେଶ ପୁଣି 16 ଅଗଷ୍ଟକୁ ଅପେକ୍ଷା କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାଲ ମ୍ୟାଚ୍‌ ପୂର୍ବରୁ କେମିତି ବଢ଼ିଲା ଓଜନ ? CAS ଆଗରେ ବଡ଼ ଖୁଲାସା କଲେ ଭିନେଶ ଫୋଗାଟ - WHY VINESH PHOGAT WEIGHT INCREASE

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2024, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.