ETV Bharat / sports

ରୋହିତ ଓ କୋହଲିଙ୍କୁ ନେଇ ଏମିତି କହିଲେ ଅଷ୍ଟ୍ରେଲିଆ ଖେଳାଳି କାମେରନ୍ - IPL 2024 - IPL 2024

Cameron Praises Virat and Rohit: ରୋହିତ ଓ କୋହଲିଙ୍କ ସହ କ୍ରିକେଟ ଖେଳି ନିଜକୁ ଭାଗ୍ୟ ମନେ କରୁଛନ୍ତି ଆରସିବି ଖେଳାଳି କାମେରନ୍ ଗ୍ରୀନ । କୋହଲି ଓ ରୋହିତ କ୍ରିକେଟ ଜଗତର ମହାନ ଖେଳାଳି ବୋଲି କହିଲେ କାମେରନ୍ । ଅଧିକ ପଢନ୍ତୁ

Cameron Green
Cameron Green
author img

By ETV Bharat Odisha Team

Published : Mar 31, 2024, 11:13 AM IST

ନୂଆଦିଲ୍ଲୀ: ରୋହିତ ଶର୍ମା ଓ କୋହଲିଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ୍ ଗ୍ରୀନ୍‌ । ଏହି ଦୁଇ ଖେଳାଳିଙ୍କ ସହ କ୍ରିକେଟ ଖେଳି ନିଜକୁ ଭାଗ୍ୟ ମନେ କରୁଛନ୍ତି ବୋଲି କହିଲେ କାମେରନ୍ । ସେ କହିଛନ୍ତି ଯେ, ''କୋହଲି ଓ ରୋହିତ କ୍ରିକେଟ ଜଗତର ମହାନ ଖେଳାଳି । ପ୍ରତ୍ୟେକ ଥର ଯେତେବେଳେ ମୁଁ ଏହା ବିଷୟରେ ଚିନ୍ତା କରେ, ମୁଁ ବିଶ୍ୱାସ କରିପାରେ ନାହେଁ କି ମୁଁ ଏତେ ଭାଗ୍ୟବାନ ଯେ କେବଳ ଭାରତୀୟ କ୍ରିକେଟ୍ ନୁହେଁ ବିଶ୍ୱ କ୍ରିକେଟର ଏହି ଦୁଇ ମହାନ ଖେଳାଳିଙ୍କ ସହ ଖେଳୁଛି ।''

ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ଓ ଆରସିବିର ସାଥି ଖେଳାଳି କୋହଲି ପରସ୍ପର ଠାରୁ ଭିନ୍ନ ବୋଲି କାମେରନ୍ ଗ୍ରୀନ୍‌ ପ୍ରଶ୍ନ କରାଯାଇଥିଲା । ସେ ଏହାର ଉତ୍ତରରେ କହିଥିଲେ, ''ଏହି ଦୁଇ ଖେଳାଳି ଦଳକୁ ମ୍ୟାଚ୍ ଜିତାଇବାରେ ସମାନ ଭାବରେ ସାହାଯ୍ୟ କରନ୍ତି । ଦୁଇ ଖେଳାଳି ସମାନ ଭାବରେ ସେମାନଙ୍କର ସମୟ ଦିଅନ୍ତି, ଅନ୍ୟ ଦଳ ବିଷୟରେ ସୂଚନା ଦିଅନ୍ତି ଓ ନିଜର ଅଭିଜ୍ଞତା ମଧ୍ୟ କୁହନ୍ତି । ''

ଏହା ମଧ୍ୟ ପଢନ୍ତୁ-ବୃଥା ଗଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ, KKRର ଦ୍ବିତୀୟ ବିଜୟ - IPL 2024

ଆଇପିଏଲ ଚଳିତ ସିଜିନରେ କାମେରନ୍ ଗ୍ରୀନ୍‌ ଆରସିବି ଟିମରେ ଖେଳୁଛନ୍ତି । ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ମଧ୍ୟ ଖେଳୁଥିଲେ । ଏହି ଦୁଇ ଟିମରେ ରହି ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୋଟ 19ଟି ମ୍ୟାଚ ଖେଳିଛନ୍ତି । ଏହି ଦୁଇ ଦଳରେ ଖେଳିଥିବାରୁ ତାଙ୍କ କୋହଲି ଓ ରୋହିତଙ୍କ ସହ ଖେଳିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ବାର୍ତ୍ତାଳାପରେ ଗ୍ରୀନ୍ ଏପରି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ପଏଣ୍ଟ ଟେବୁଲରେ ଖାତା ଖୋଲିଲା ହାଇଦ୍ରାବାଦ, 31 ରନରେ ହାରିଲା ମୁମ୍ବାଇ - IPL 2024

ମାର୍ଚ୍ଚ 26 ତାରିଖରେ କୋଲକାତା ନାଇଟ ରାଇଜର୍ସ ଓ ଆରସିବି ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ କୋହଲି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବେଙ୍ଗାଲୁରୁ ପରାଜିତ ହୋଇଥିଲା । କାମରେନ ଗ୍ରୀନ 33 ରନ କରିଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 182 ରନ କରିଥିଲା । ବିପକ୍ଷ ଦଳ ଠାରୁ 7 ଓ୍ବିକେଟରେ ପରାଜିତ ହୋଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.